News18 Odia Digital
Vande Bharat Express: ଖୁବ୍ ଶୀଘ୍ର ଓଡ଼ିଶାରେ (Odisha) ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ (Vande Bharat Express)। ହାୱାଡ଼ାରୁ ପୁରୀ (Howrah- Puri) ମଧ୍ୟରେ ଚାଲିବାକୁ ଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସର (Vande Bharat Express) ଆଜି ଚାଲିଛି ଟ୍ରାଏଲ ରନ।
ହାୱାଡ଼ାରୁ ସକାଳ ୬ଟା ୧୦ରେ ଛାଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନ ଖଡ଼ଗପୁରରେ ସକାଳ ୭ଟା ୩୮ରେ ପହଞ୍ଚିଥିଲା। ସେଠାରେ ୨ ମିନିଟ ରହିବା ପରେ ପୁଣି ଚଳାଚଳ କରିଛି।
ଟ୍ରେନ କଟକରେ (Cuttack) ଦିନ ୧୧ଟା ଏବଂ ଭୁବନେଶ୍ବରରେ (Bhubaneswar) ୧୧ଟା ୨୨ରେ ପହଞ୍ଚିବ। ଖୋର୍ଦ୍ଧା ରୋଡ୍ ଦେଇ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଦିନ ୧୨ଟା ୩୫ରେ ପହଞ୍ଚିବ।
ଏହା ପରେ ସେଠାରୁ ଅପରାହ୍ଣ ୧ଟା ୫୦ରେ ହାୱାଡ଼ା ଅଭିମୁଖେ ବାହାରିବ। ଭୁବନେଶ୍ବରରେ ଦିନ ୨ଟା ୪୩ରେ ପହଞ୍ଚି ୨ ମିନିଟ ପାଇଁ ରହିବ। ୨ଟା ୪୫ରୁ ଯାତ୍ରା ଆରମ୍ଭ କରି କଟକ, ଯାଜପୁର ରୋଡ଼, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଦେଇ ରାତି ୮ଟା ୩୦ରେ ହାୱାଡ଼ାରେ ପହଞ୍ଚିବା ସହ ଟ୍ରାଏଲ ରନ ଶେଷ ହେବ।
ସେହିପରି ପୁରୀରୁ ଦିନ ୧ଟା ୫୦ରେ ଛାଡ଼ି ହାଓଡ଼ାରେ ୮ଟା ୩୦ରେ ପହଞ୍ଚିବ। ଏହି ଟ୍ରାଏଲ ରନ ବେଳେ କେଉଁଠି ସମସ୍ୟା ରହୁଛି ସେସବୁର ଅନୁଧ୍ୟାନ କରାଯିବ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ଫେବୃଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଶୁଭାରମ୍ଭ କରିଥିଲେ। ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା।
ସେହିଦିନ ଠାରୁ ଏପର୍ଯନ୍ତ ଦେଶର ୭ଟି ରୁଟ୍ରେ ଏହି ଟ୍ରେନ୍ ପରିଚାଳିତ ହେଉଛି। ଏଥିରେ ନୂଆଦିଲ୍ଲୀ-ବାରାଣାସୀ, ନୂଆଦିଲ୍ଲୀ-ବୈଷ୍ଣୋଦେବୀ ମାତା କଟରା, ଗାନ୍ଧିନଗର କ୍ୟାପିଟାଲ-ଅହମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ, ଅମ୍ବା
ପଢ଼ନ୍ତୁ ଏହି ଖବର: ଓଡ଼ିଶାରେ ଦୌଡ଼ିବ ହାଇସ୍ପିଡ ଟ୍ରେନ; ଆସନ୍ତା ମାସରୁ ପୁରୀରୁ ହାୱଡ଼ା ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସଅନ୍ଦାରୁଆ-ନୂଆଦିଲ୍ଲୀ, ମହୀଶୂର-ପୂରାଟଚୀ ଥାଲାଇଭର ଡ. ଏମ୍ଜିଆର ଚେନ୍ନାଇ ସେଣ୍ଟ୍ରାଲ, ନାଗପୁର-ବିଲାସପୁର ଓ ହାୱଡା-ନ୍ୟୁ ଜଲପାଇଗୁଡ଼ି ସାମିଲ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।