ଧଉଳି ବିକାଶ ପାଇଁ କଟାଯାଉଛି ଗଛ; ବିରୋଧ କଲେ କଂଗ୍ରେସ ବିଧାୟକ ସୁର
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଧଉଳି ଶାନ୍ତି ସ୍ତୁପର ୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା । ସୋନ୍ଦର୍ଯ୍ୟକରଣ ପାଇଁ ଶାନ୍ତି ସ୍ତୁପରେ ଚତୁପାର୍ଶ୍ୱରୁ କଟାଯାଇଛି ଗଛ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କଂଗ୍ରେସ ବିଧାୟକ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛଃନ୍ତି । ଧଉଳି ଶାନ୍ତି ସ୍ତୁପରେ ଚତୁଃପାର୍ଶରେ ଥିବା ୩ ହଜାର ଗଛ କଟାଯାଇଛି ବୋଲି ଅଭିଯୋଗ କରିଛନ୍ତି ସୁର । ଏପରିକି ବୌଦ୍ଧ ଧର୍ମକୁ ନେଇ ରାଜନୀତି କରିବାକୁ ଗଛ କାଟୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଆନ୍ତର୍ଜାତୀୟ ସ୍ତରରୁ ବୌଦ୍ଧ ଧର୍ମର ଲୋକ ଏଥିରେ ଯୋଗଦେବାକୁ ଆସୁଥିବାରୁ ନିରବ ରହିଛୁ ବୋଲି କହିବା ସହିତ ଆଗକୁ ଗୋଟିଏ ବି ଗଛ କାଟିଲେ ସରକାରଙ୍କ ସହ ଯୁଦ୍ଧ ହେବ ବୋଲି ସୁର ଚେତାବନୀ ଦେଇଛନ୍ତି ।
ସେହିପରି ବିଜେପି ନେତା ବାବୁ ସିଂ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାନଗଲେ ବି ଧଉଳିରେ ଗଛ କଟାକୁ ତୀବ୍ର ବିରୋଧ କରାଯିବ । ଅଧିକାରୀମାନେ କହୁଛନ୍ତି ଗଛ ଗୁଡ଼ିକୁ କେବଳ ପ୍ରୋନିଂ କରାଯାଇଛି । ଆମର ପ୍ରଶ୍ନ ହେଲା ପ୍ରୋନିଙ୍ଗ କେତେବେଳେ ହୁଏ, ବର୍ଷା ଦିନ ପୂର୍ବରୁ । ଏବେ ବର୍ଷା ଦିନ ସରିଲାଣି । ଧଉଳି କମିଟି ସହ ବି ଆଲୋଚନା ହୋଇନି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଭୂମିକାକୁ ପ୍ରଶ୍ନ କରିଛି ବିଜେପି ।
ବିରୋଧିଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ବିଜେଡି କହିଛି ୩୦ରୁ ୪୦ଟି ଗଛକୁ କେବଳ ଟ୍ରିମିଂ କରାଯାଇଛି । ମୂଳରୁ ଓପଡାଯାଇନାହିଁ । ବିରୋଧୀ ଯାହା କହୁଛନ୍ତି ୩ ହଜାର ଗଛ ଓପଡାଯାଇଛି, ତାହା ସତ ନୁହେଁ । ୩ରେ କେତେଟା ଶୁନ ବୋଲି ପ୍ରଶ୍ନ କରି ବିରୋଧୀଙ୍କ ଗଣିତ ଓ ମାନସାଙ୍କ ଜ୍ଞାନକୁ ନେଇ କଟାକ୍ଷ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଧଉଳିରେ ଆସନ୍ତା ୨୮ ତାରିଖରେ ବୌଦ୍ଧ ସମ୍ମିଳନୀ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।