ପାରଳାଖେମୁଣ୍ଡିରେ ସାଧାରଣ ମହିଳାଙ୍କ ପରି କିନ୍ନର ପାଳିଲେ ସାବିତ୍ରୀ ଓଷା

ଆଜି ସକାଳୁ କିନ୍ନରମାନେ ଆମ୍ବ, ପଣସ,ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି , ସିନ୍ଦୂର ଆଦି ସାଙ୍ଗରେ ନେଇ ପହଁଛିଥିଲେ ପାରଳାଖେମୁଣ୍ଡିର ଶ୍ୟାମା କାଳୀ ମନ୍ଦିରରେ। ଏଠାରେ ସେମାନେ ପୂଜାର୍ଚ୍ଚନା କରିବା ସହ ଗୁରୁଙ୍କ ପାଇଁ ଆଶ୍ରୀବାଦ ଭିକ୍ଷା କରିଥିଲେ।

ପାରଳାଖେମୁଣ୍ଡିରେ ସାଧାରଣ ମହିଳାଙ୍କ ପରି କିନ୍ନର ପାଳିଲେ ସାବିତ୍ରୀ ଓଷା

ପାରଳାଖେମୁଣ୍ଡିରେ ସାଧାରଣ ମହିଳାଙ୍କ ପରି କିନ୍ନର ପାଳିଲେ ସାବିତ୍ରୀ ଓଷା

  • Share this:
News18 Odia Digital

ପାରଳାଖେମୁଣ୍ଡି: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ଏହି ଦିନରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରନ୍ତି ସ୍ତ୍ରୀମାନେ। ହେଲେ କିନ୍ନରମାନେ ଏହି ବ୍ରତକୁ ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ପାଳନ କରନ୍ତି। ପାରଳାଖେମୁଣ୍ଡିରେ କିନ୍ନରମାନେ ଏହି ବ୍ରତକୁ ପାଳନ କରି ନିଜ ଗୁରୁଙ୍କ ମଙ୍ଗଳ କାମନା କରିଛନ୍ତି।

ସାଧାରଣ ମଣିଷଙ୍କ ଠାରୁ କିନ୍ନରଙ୍କ ଜୀବନ ଶୈଳି କିଛିଟା ଅଲଗା। କିନ୍ନରମାନେ ବିଭିନ୍ନ ପର୍ବ ପର୍ବାଣୀ ତାଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ କିନ୍ନରମାନେ ସେମାନଙ୍କ ଗୁରୁଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଥାନ୍ତି। ସାଧାରଣ ମହିଳାମାନଙ୍କ ପରି କିନ୍ନରମାନେ ନୂଆ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରୀତ ଭାବେ ଏହି ବ୍ରତକୁ ପାଳନ କରିଛନ୍ତି।

ଆଜି ସକାଳୁ କିନ୍ନରମାନେ ଆମ୍ବ, ପଣସ,ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି , ସିନ୍ଦୂର ଆଦି ସାଙ୍ଗରେ ନେଇ ପହଁଛିଥିଲେ ପାରଳାଖେମୁଣ୍ଡିର ଶ୍ୟାମା କାଳୀ ମନ୍ଦିରରେ। ଏଠାରେ ସେମାନେ ପୂଜାର୍ଚ୍ଚନା କରିବା ସହ ଗୁରୁଙ୍କ ପାଇଁ ଆଶ୍ରୀବାଦ ଭିକ୍ଷା କରିଥିଲେ। ଏହାପରେ ଗୁରୁଙ୍କ ପାଦ ଛୁଇଁ ଆଶ୍ରୀବାଦ ନେବା ସହ ଗୁରୁଙ୍କ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥିଲେ।

“କିନ୍ନରମାନେ ନିଜ ଘର ଛାଡ଼ି ବାହାରକୁ ଚାଲିଆସିଥିବାରୁ ନିଜ ଗୁରୁ ହିଁ ସେମାନଙ୍କ ପାଇଁ ବାପା, ମାଁ, ସ୍ବାମୀ ସବୁକିଛି। ସବୁ ସ୍ତ୍ରୀ ଲୋକ ଯେମିତି ପୂଜା କରୁଛନ୍ତି ସେମିତି ସେମାନେ ହିଁ ପୂଜା କରନ୍ତି। ନିଜର ଗୁରୁ ଓ ସମାଜର କଲ୍ୟାଣ ପାଇଁ ମଧ୍ୟ ବ୍ରତ ପାଳନ କରୁଥିବା,” କହିଛନ୍ତି କିନ୍ନର ନର୍ମଦା।

“କିନ୍ନରମାନେ ସାମାଜିକ ଭାବେ ଏକ ପ୍ରକାର ବାସନ୍ଦ। ସମାଜ ତାଙ୍କୁ ଭିନ୍ନ ଚକ୍ଷୁରେ ଦେଖିଥାନ୍ତି। ତେଣୁ ସେମାନେ ଘର ଛାଡ଼ି ଭିନ୍ନ ଏକ ଦୁନିଆରେ ରହିଥାନ୍ତି। ସେମାନଙ୍କ ଜୀବନ ଶୈଳି ଓ ପୂଜା ପଦ୍ଧତି ସବୁ କିଛି ସେମାନଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି। ଶାସ୍ତ୍ର ଅନୁସାରେ କିନ୍ନରମାନଙ୍କ ପାଇଁ ସେମାନଙ୍କ ଗୁରୁ ହିଁ ସବୁ କିଛି। ତେଣୁ ତାଙ୍କ ମଙ୍ଗଳ କାମନା କରି ପୂର୍ଜାଚ୍ଚନା କରିବାର ବିଧି ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ କିନ୍ନରମାନେ ଏହି ପର୍ବକୁ ପାଳନ କରିଆସିଛନ୍ତି,” କହିଛନ୍ତି ପଣ୍ଡିତ ମଦନ ମୋହନ ରଥ।

କିନ୍ନରମାନଙ୍କୁ ଯଦିଓ ବର୍ତ୍ତମାନ ଆଇନଗତ ଅଧିକାର ମିଳିଛି। ତଥାପି ସମାଜ ଆଜି ବି ଗ୍ରହଣ କରିପାରିନାହିଁ। ତେବେ ସେମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ନେଇ ବଞ୍ଚୁଛନ୍ତି।
Published by:Lipina Das
First published: