ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସରକାରୀ ସ୍କୁଲର ନବକଳେବର; ଖୋର୍ଦ୍ଧାର ୩୮ଟି ସ୍କୁଲରେ ହୋଇଛି ଟ୍ରାନ୍ସଫରମେସନ

ସରକାରୀ ସ୍କୁଲର ନବକଳେବର; ଖୋର୍ଦ୍ଧାର ୩୮ଟି ସ୍କୁଲରେ ହୋଇଛି ଟ୍ରାନ୍ସଫରମେସନ

ବଦଳିଛି ସରକାରୀ ସ୍କୁଲର ଚିତ୍ର। ସ୍କୁଲ ଟ୍ରାନ୍ସଫରମେସନ ଜରିଆରେ ଖୋର୍ଦ୍ଧା ଜିଲାର ୩୮ ହାଇସ୍କୁଲର ଭିତ୍ତିଭୂମି ପାଇଛି ନୂଆ ରୂପ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି।

ସରକାରୀ ସ୍କୁଲର ନବକଳେବର; ଖୋର୍ଦ୍ଧାର ୩୮ଟି ସ୍କୁଲରେ ହୋଇଛି ଟ୍ରାନ୍ସଫରମେସନ
ଖୋର୍ଦ୍ଧାର ୩୮ଟି ସ୍କୁଲରେ ଟ୍ରାନ୍ସଫରମେସନ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 18, 2021, 1:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବଦଳିଛି ସରକାରୀ ସ୍କୁଲର ଚିତ୍ର। ସ୍କୁଲ ଟ୍ରାନ୍ସଫରମେସନ ଜରିଆରେ ଖୋର୍ଦ୍ଧା ଜିଲାର ୩୮ ହାଇସ୍କୁଲର ଭିତ୍ତିଭୂମି ପାଇଛି ନୂଆ ରୂପ। ଗୁରୁବାର ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି।

ଅତ୍ୟାଧୁନିକ ଉପକରଣ ସାଙ୍ଗକୁ ନୂଆ ଟେକ୍ନୋଲୋଜି ମାଧ୍ୟମରେ ସ୍ମାର୍ଟ ହେବେ ସରକାରୀ ସ୍କୁଲ ଛାତ୍ରଛାତ୍ରୀ। କଳାପଟା ଜାଗା ନେଇଛି ସ୍ମାର୍ଟ ବୋର୍ଡ଼ ଓ ଡିଜିଟାଲ କ୍ଳାସରୁମ। ସ୍କୁଲର ନୂଆ ରୂପକୁ ନେଇ ବେଶ ଉତ୍ସାହିତ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ। ଭିତ୍ତିଭୂମି ସଜାଡ଼ିବା ଆବଶ୍ୟକ ଥିଲା ହେଲେ ଭିତ୍ତିଭୂମି ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ଫୋକସ ରହିବା ଦରକାର ବୋଲି ଶିକ୍ଷାବିତ ମତ ଦେଇଛନ୍ତି।

ପୂର୍ବରୁ ସରକାରୀ ସ୍କୁଲକୁ ନେଇ ଅନେକଙ୍କ ମନରେ ସାମାନ୍ୟ ଉଣା ଭାବ ପ୍ରକାଶ ପାଉଥିଲା। ମାତ୍ର ବର୍ତ୍ତମାନ ସରକାରୀ ବିଦ୍ୟାଳୟର ସଂଜ୍ଞା ବଦଳିଛି। ଏଥର ଇଣ୍ଟରନେଟ ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ। ସ୍ମାର୍ଟ କ୍ଲାସ ସାଙ୍ଗକୁ ଇ ଲାଇବ୍ରେରୀ, ସାଇନ୍ସ ଲାଵ, କମ୍ପ୍ୟୁଟର ଲାଵ, ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଅତ୍ୟାଧୁନିକ ଶୌଚାଳୟ ସାଙ୍ଗକୁ ପାନୀୟ ଜଳ ଭଳି ଅନେକ ବ୍ୟବସ୍ଥା ସ୍କୁଲ ପରସରରେ ରହିଛି। ୫ଟି ତତ୍ୱାବଧାନରେ ସ୍କୁଲ ଟ୍ରାନ୍ସଫରମେସନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲାର ୩୮ ଟି ସ୍କୁଲ ସହ ଭୁବନେଶ୍ୱରରୁ ୧୯ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ଭିତ୍ତିଭୂମି ବଦଳିଛି। ରାଜ୍ୟରେ ସ୍କୁଲ ଟ୍ରାନ୍ସଫରମେସନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। ଯାହାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ।

"ଆମର ସ୍କୁଲରେ ଅନେକ ପରିବର୍ତ୍ତନ ହୋଇଛି। ସ୍କୁଲ ଟ୍ରାନ୍ସଫରମେସନ ଜରିଆରେ ପିଲାଙ୍କ ମନ ପରିବର୍ତ୍ତନ ମୂଳ ଲକ୍ଷ୍ୟ। ପିଲା କିଭଳି ଅଧିକରୁ ଅଧିକ ସରକାରୀ ସ୍କୁଲ ପ୍ରତି ଆଗ୍ରହ ଦେଖାଇବେ ଓ ନୂଆ ଜ୍ଞାନ କୌଶଳ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସାହାଯ୍ୟ କରିବ ତାହା ହିଁ ସଭିଙ୍କ ଲକ୍ଷ୍ୟ" କହିଛନ୍ତି ୟୁନିଟ ୮ ବାଳକ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ରାଇପିତମ।

"ଆଗେ ସ୍କୁଲ ଦେଖିବାକୁ ଏତେ ଭଲ ନଥିଲା। ଏବେ ବେଶ ଆକର୍ଷଣୀୟ ହୋଇଛି । ସ୍ମାର୍ଟ କ୍ଳାସରୁମରୁ ଆରମ୍ଭ କରି ଇ ଲାଇବ୍ରେରୀ, ଲାବୋଟାରୀ, ଅତ୍ୟାଧୁନିକ ଖେଳ ପଡିଆ, କମ୍ପ୍ୟୁଟର ଲାଵ ସବୁ କିଛି ଅଛି। ଏବେ ଆମ ସାଙ୍ଗମାନଙ୍କ ବି ଆକୃଷ୍ଟ କରୁଛି ଆମ ସ୍କୁଲ" କହିଛନ୍ତି ଜଣେ ଛାତ୍ର ଆଲୋକ ନାୟକ।

ପ୍ରଗତିଶୀଳ ଓଡିଶା ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା ଗୁରୁ ଦାୟିତ୍ୱ ବହନ କରେ। ଏଣୁ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଟ୍ରାନ୍ସଫରମେସନକୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତାକାଲି ଭୁବନେଶ୍ୱରର ୧୯ ଟି ଖୋର୍ଦ୍ଧା ଜିଲାରେ ମୋଟ ୩୮ ସ୍କୁଲକୁ ନୂଆ ରୂପରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିପାଇଁ ୟୁନିଟ ୮ ବାଳକ ଉଚ୍ଚବିଦ୍ୟାଳୟ ରେ ଆୟୋଜନ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ତେବେ ସ୍କୁଲ ଟ୍ରାନ୍ସଫରମେସନର ଆବଶ୍ୟକ ନିତାନ୍ତ ଜରୁରୀ ଥିଲା ବୋଲି କହିଛନ୍ତି ଶିକ୍ଷାବିତ। ଖାଲି ସେତିକି ନୁହେଁ ଶିକ୍ଷକ ନିଯୁକ୍ତି, ଗୁଣାତ୍ମକ ଶିକ୍ଷା ପ୍ରଦାନ କୁ ମଧ୍ୟ ଗୁଋତ୍ୱ ଦିଆଗଲେ ସରକାରୀ ସ୍କୁଲ ମଧ୍ୟ ଘରୋଇ ସ୍କୁଲ ଭଳି ଭଲ ରେଜଲ୍ଟ କରିବା ସହ ଭଲ ପିଲା ପଢିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି କହିଛନ୍ତି।

"ସରକାରଙ୍କ ଏ ପଦକ୍ଷେପ ବେଶ ଗ୍ରହଣୀୟ। ସୁନ୍ଦର ସ୍କୁଲ, ପରିବେଶ, ଭିତ୍ତିଭୂମି ଆବଶ୍ୟକୀୟ। ନଚେତ ପିଲାମାନେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ଦେଖାଉ ନଥିଲେ। ବାକି କିଭଳି ଖାଲି ଶିକ୍ଷକ ପଦବୀ ପୂରଣ ହେବ, ଗୁଣାତ୍ମକ ଶିକ୍ଷାଦାନ ହେବ ସେ ବିଷୟରେ ବି ଗୁରୁତ୍ୱ ଦେବାର ଆବଶ୍ୟକ ଅଛି,"କହିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ।

ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୭୦ ସ୍କୁଲ ଟ୍ରାନ୍ସଫରମେସନ କରିବାକୁ ଯୋଜନା ରହିଛି। ବିଭିନ୍ନ ଜିଲ୍ଲାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିବାବେଳେ ଗୁରୁବାର ଭୁବନେଶ୍ୱରରେ ହୋଇଛି।
Published by: Soumya Das
First published: November 18, 2021, 1:57 PM IST