ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…

ଟ୍ରେନରେ ହେଉଥିବା ମୋବାଇଲ୍ ଫୋନ୍ ଚୋରି, ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣାକୁ ଏଡ଼ାଇବା ପାଇଁ ଭାରତୀୟ ରେଳବାଇ ମୋବାଇଲ୍ ଫୋନ୍ ଓ ଲ୍ଟାପଟପ୍ ଚାର୍ଜିଂ ନିୟମରେ ପରିବର୍ତ୍ତନ କରିଛି ଓ ଏକ ସମୟସୀମା ଲାଗୁ କରିଛି ।

ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…
ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଆପଣ ନିଜ ମୋବାଇଲ୍ ଫୋନ୍ ପୂରା ଚାର୍ଜ୍ କରିନେବା ଉଚିତ ।
  • News18 Odia
  • Last Updated: March 31, 2021, 8:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅଧିକାଂଶ ରେଳ ଯାତ୍ରୀ (Rail Passengers) ଟ୍ରେନରେ ବସିବା ମାତ୍ରେ ନିଜ ମୋବାଇଲ୍‌ ଫୋନ୍‌ ବା ଲାପଟପ୍ ଚାର୍ଜରେ ଲଗେଇଦିଅନ୍ତି । ଯଦି ଆପଣଙ୍କୁ ବି ମୋବାଇଲ୍ ଫୋନ୍‌ ଓ ଲାପଟପ୍ ଘରୁ ପୂରା ଚାର୍ଜ କରି ଯାତ୍ରା କରିବା ପରିବର୍ତ୍ତେ ଟ୍ରେନରେ ଚାର୍ଜିଂ ପଏଣ୍ଟ ଖୋଜିବାର ଅଭ୍ୟାସ ଅଛି, ତେବେ ସେ ଅଭ୍ୟାସ ଏବେ ଛାଡ଼ନ୍ତୁ । ଭାରତୀୟ ରେଳବାଇ (Indian Railways) ଏ ବିଷୟରେ ଥିବେ କେତେକ ନିୟମରେ ପରିବର୍ତ୍ତନ କରିଛି ।

ଲାଗୁ ହୋଇଥିବା ନୂଆ ନିୟମ ଅଧୀନରେ ଏଣିକି ଯାତ୍ରୀମାନେ ରାତିରେ ଯାତ୍ରା ସମୟରେ ଟ୍ରେନ ଭିତରେ ନିଜ ମୋବାଇଲ୍ ଫୋନ୍ ଓ ଲାପଟପ୍ ଚାର୍ଜ କରିପାରିବେ ନାହିଁ । ରେଳବାଇ କହିଛି ଯେ ଟ୍ରେନରେ ଅଗ୍ନିକାଣ୍ଡ ଓ ଚୋରି ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଅନେକ ଅଘଟଣକୁ ଏଡ଼ାଯାଇପାରିବ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜରେ ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ଚାର୍ଜିଂ ପାଇଁ ସମୟସୀମା ସ୍ଥିର ହୋଇଛି
ରେଳବାଇର ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଟ୍ରେନରେ ମୋବାଇଲ୍ ଫୋନ୍‌ ଓ ଲ୍ୟାପଟପ୍‌ ଚାର୍ଜିଂ ପାଇଁ ଏକ ସମୟସୀମା (charging timetable) ସ୍ଥିର କରାଯାଇଛି । ତେଣୁ ବର୍ତ୍ତମାନ ରାତି ୧୧ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଟ୍ରେନର ଚାର୍ଜିଂ ପଏଣ୍ଟରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ । ଏହା ଦ୍ୱାରା ରାତିରେ ଯାତ୍ରା ସମୟରେ ମୋବାଇଲ୍ ଫୋନ୍‌ ଚୋରି, ମୋବାଇଲ୍ ଫୋନରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିବ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ

ଅନେକ ଟ୍ରେନରେ ଏହି ନିୟମ ଲାଗୁ କରାଯାଇଛି । ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀ-ଦେହରାଡୁନ ଶତାବ୍ଦି ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଏକ କୋଚରୁ ଆରମ୍ଭ ହୋଇଥିଲା ଓ ଦେଖୁଁ ଦେଖୁଁ ସାତଟି କୋଚକୁ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନ ଥିଲା । ଏହି ଘଟଣା ରେଳବାଇକୁ ଚକିତ କରିଥିଲା । ଏହା ପରେ ରେଳବାଇ ବର୍ତ୍ତମାନ କଡା ନିୟମ ଲାଗୁ କରିଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ  ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା

ଏପ୍ରିଲରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ
ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏପ୍ରିଲ୍ ୧ରୁ କିଛି ରୁଟରେ ନୂଆ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଦେଶରେ ପୁଣି ଥରେ ବଢ଼ୁଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରେଳବାଇ ସାମାଜିକ ଦୂରତ୍ୱର ସମ୍ପୂର୍ଣ୍ଣ ଯତ୍ନ ନେଉଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର

ଟ୍ରେନରେ ଭିଡ଼ କମ୍‌ କରିବା ଓ ଲୋକଙ୍କୁ ସହଜରେ ସିଟ୍ ଯୋଗାଇ ଦେବା ପାଇଁ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ ବୋଲି ଘୋଷଣା କରିଛି । ରେଳବାଇ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମୟ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇଥାଏ ।



ଭାରତୀୟ ରେଳ ଏପ୍ରିଲରୁ ଓଖା-ଟୁଟିକୋରିନ୍ (Okha-Tuticorin) ଓ ଜବଲପୁର-କୋଏମ୍ବାଟୁର (Jabalpur Coimbatore) ରୁଟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଳେଇବା ଆରମ୍ଭ କରିବ ।
Published by: Anand ST Das
First published: March 31, 2021, 8:04 PM IST