ଆସୁଛି ବାତ୍ୟା Jawad: ୯୫ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ବାତିଲ କଲା ରେଳ ବିଭାଗ

ସମ୍ଭାବ୍ୟ ବାତ୍ୟା Jawadକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଉଛି । ଡିସେମ୍ବର ୩ ଓ ୪ ତାରିଖ ପାଇଁ ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ୍ କରିଛି ପୂର୍ବତଟ ରେଲୱେ।

୯୫ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ବାତିଲ କଲା ରେଳ ବିଭାଗ (ପ୍ରତୀକାତ୍ମକ ଛବି)

୯୫ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ବାତିଲ କଲା ରେଳ ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ଆସୁଛି ସାମୁଦ୍ରିକ ଝଡ଼ ବାତ୍ୟା ଜୱାଦ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ। ଏହାର ସୂଚନା ଦେଇଛନ୍ତି ପାଣିପାଗ ବିଭାର ବୈଜ୍ଞାନିକ ଉମାଶଙ୍କର ଦାଶ ।

ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର-ପଶ୍ଚିମ ୱାର୍ଡକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ କରିବାର ସମ୍ଭାବନା ରହିଛି ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ସାଇକ୍ଲୋନିକ୍ ଝଡ଼ରେ ଆହୁରି ତୀବ୍ର ହେବ ବୋଲି MeT ଭୁବନେଶ୍ୱର କହିଛନ୍ତି।



ସମ୍ଭାବ୍ୟ ବାତ୍ୟା Jawadକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଉଛି । ଡିସେମ୍ବର ୩ ଓ ୪ ତାରିଖ ପାଇଁ ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ୍ କରିଛି ପୂର୍ବତଟ ରେଲୱେ।

ବାତ୍ୟା ନେଇ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ପୂର୍ବତଟ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୁରୀ-ଗୁଣପୁର, ଭୁବନେଶ୍ୱର-ରାମେଶ୍ୱରମ୍, ହାୱଡା-ମହିଶୂର, ଭୁବନେଶ୍ୱର-ସିକନ୍ଦରାବାଦ୍, ବିଶାଖାପାଟନା-ରାୟଗଡ଼ା ଟ୍ରେନ୍ ଗୁଡ଼ିକୁ ବାତିଲ କରି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
Published by:Soumya Das
First published:
)}