ପୋଲିସ ଓ ପରିବହନ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୋଲିସ ଓ ପରିବହନ ଅଧିକାରୀମାନଙ୍କର ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ପୋଲିସ ଓ ପରିବହନ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଲିସ ଓ ପରିବହନ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ସଡକ ସୁରକ୍ଷା ସହ ଜୀବନ ରକ୍ଷା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଗୁରୁତ୍ୱ ଦେଇଛନ୍ତି । "ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୋଲିସ ଓ ପରିବହନ ଅଧିକାରୀ ମାନଙ୍କର ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଦୁର୍ଘଟଣା ପାଇଁ ବୈଷୟିକ ତୃଟି ଓ ମଣିଷକୃତ ତୃଟି ଦାୟୀ ହୋଇଥାଏ ବୋଲି ଆଲୋଚନା ହୋଇଥିଲା । ବିଶେଷ ଭାବେ ରାସ୍ତା ନିର୍ମାଣ ସମୟରେ ବୈଷୟିକ ତୃଟିକୁ ସଂଶୋଧନ କରାଯାଇପାରେ, କିନ୍ତୁ ମାଦକ ଦ୍ରବ୍ୟ ସେବନ କରି ଡ୍ରାଇଭିଂ, ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର, ହେଲମେଟ, ସିଟବେଲ୍ଟ ବ୍ୟବହାର ନ କରିବା, ଭୁଲ ରୁଟରେ ଗାଡି ଚାଳନା, ଓଭର ଲୋଡିଂ ଇତ୍ୟାଦି ପାଇଁ ହେଉଥିବା ଦୁର୍ଘଟଣା ପାଇଁ ବ୍ୟାପକ ସଚେତନତା ବା ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କହିଥିଲେ"।

"ଦୁର୍ଘଟଣାର କାରଣ ଓ ନିରାକରଣର ଅନୁସନ୍ଧାନ ପାଇଁ ଏହି ପ୍ରଶିକ୍ଷଣ ବେଶ ଉପାଦେୟ ହୋଇ ପାରିବ । ପରିବହନ ବିଭାଗର ଯୁଗ୍ମ ସଚିବ ସଂଜୟ କୁମାର ବିଶ୍ୱାଳ କହିଛନ୍ତି, ବର୍ତ୍ତମାନ ଉନ୍ନତ ମାନର ରାସ୍ତା ନିର୍ମାଣ ସହ ଦୁର୍ଘଟଣାକୁ ବୈଜ୍ଞାନିକ ଓ ବୈଷୟିକ ଭାବେ ଅନୁସନ୍ଧାନ କରାଯାଉଛି । ଉଦ୍ଧାର କର୍ତ୍ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ଗୋଲ୍ଡେନ ସମୟ ବା ଦୁର୍ଘଟଣା ପରେ ପରେ ଯଥା ଶୀଘ୍ର ଚିକିତ୍ସା ପାଇଁ ନାଗରିକ ମାନଙ୍କୁ ସଚେତନ କରାଯାଉଛି"।

"ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା କହିଛନ୍ତି କି ବର୍ତ୍ତମାନ ରାସ୍ତା ନିର୍ମାଣରେ ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଯୋଗୁଁ ଦୁର୍ଘଟଣାକୁ ହ୍ରାସ କରାଯାଉଥିଲେ ମଧ୍ୟ ମାନବକୃତ ତୃଟିର ସୁଧାର ପାଇଁ ବ୍ୟାପକ ସଚେତନତା ଜରୁରୀ ।

ଟ୍ରାଫିକ ଡିଏସପି ମନୋବ୍ରତ ଶତପଥୀ, ଆରଟିଓ ରବିନ ପଟ୍ଟନାୟକ କହିଛନ୍ତି, ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଏହି ପ୍ରଶିକ୍ଷଣ ତାହାକୁ ଅଧିକ କ୍ରିୟାଶୀଳ କରିବ । ବିଷୟ ବିଶାରଦ ଭାବେ ଗୁଜରାଟର ଜିଗର ସୋନି ଓ ମହାରାଷ୍ଟ୍ରର ରବି ଶଙ୍କର ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
Published by:Soubhagya Mishra
First published: