- News18 Odia
- Last Updated :
- Other, India
News18 Odia Digital
ବାଲେଶ୍ୱର: ବାଲେଶ୍ୱର(Balasore)ରେ ଟ୍ରେନ ଦୁର୍ଘଟଣା(Train Accident) । ଏହି ଦୁର୍ଘଟଣାରେ ୨ ଯୁବକଙ୍କ ଜୀବନ ଯାଇଛି । ପୃଥକ ଭାବେ ଦୁଇଟି ସ୍ଥାନରେ ଟ୍ରେନରେ କଟି ଦୁଇ ଯୁବକ ମୃତ ହୋଇଛି। ଦୁଇଟି ଦୁର୍ଘଟଣାରେ ରେଳବାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି।
ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ଓ ରୁପ୍ସା ରେଳ ଷ୍ଟେସନ ନିକଟରେ ଆଜି ଜଣେ ଯୁବକଙ୍କର ଟ୍ରେନ ସହ ଧକ୍କା ହୋଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡି ଗ୍ରାମର ରାକେଶ ରାଉତ।
ବଦଳିଗଲା ସାତ ଜନ୍ମର ସାଥୀ! ହସ୍ପିଟାଲରେ ସ୍ୱାମୀକୁ ଛାଡ଼ି ପ୍ରେମିକକୁ ବାହା ହେଲା ପତ୍ନୀସେହିଭଳି ଆଉ ଏକ ଟ୍ରେନ ଦୃର୍ଘଟଣାରେ ବସ୍ତା ଷ୍ଟେସନ ନିକଟସ୍ଥ ମାଛିଆ ମଠ ନିକଟରେ ଅନ୍ଯ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣଙ୍କ ବସ୍ତା ଅଞ୍ଚଳର ହେମନ୍ତ ଦେହୁରୀ ବୋଲି ଜଣା ପଡିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।