News 18 Odia Digital
ସମ୍ବଲପୁର; ସରଲା ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ବୁଧବାର ରାତିରେ କଟକ ଯାଉଥିବା ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ଝାରସୁଗୁଡା ପଟୁ ସମ୍ବଲପୁର ସିଟି ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ସରଲା ୟାର୍ଡରେ ଲାଇନଚ୍ୟୁତ ହୋଇଥିଲା । ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେଇଥିବା କାରଣରୁ ରେଳ ଯାତାୟତରେ ସାମୟିକ ପରିବର୍ତ୍ତନ ହୋଇଛି ।

ଦୁର୍ଘଟଣା କାରଣରୁ ଆଜି ଦୁଇଟି ଟ୍ରେନ ବାତିଲ କରାଯାଇଛି । ୪ ଟି ଟ୍ରେନର ଦିଗରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ବାତିଲ ହୋଇଥିବା ଟ୍ରେନଗୁଡିକ ହେଉଛି ( 08171 / 08172 ) ଝାରସୁଗୁଡା - ସମ୍ବଲପୁର ପାସେଞ୍ଜର ଓ ( 22839 / 22840 ) ରାଉରକେଲା - ଭୁବନେଶ୍ୱର - ରାଉରକେଲା ସୁପରଫାଷ୍ଟ ଇଷ୍ଟରସିଟି ଏକ୍ସପ୍ରେସ ।

ଅନ୍ୟ ପକ୍ଷରେ ବୁଧବାର ୧୨ ତାରିଖ ରାତିରେ ଉଭୟ ଦିଗରୁ ଛାଡିଥିବା ( 18117 / 18118 ) ରାଉରକେଲା - ଗୁଣପୁର - ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ସରଲା ୟାର୍ଡ ଦେଇ କର୍ଭ ଲାଇନରେ ଯିବା ବଦଳରେ ଯଥା କ୍ରମେ ଝାରସୁଗୁଡା ଓ ସମ୍ବଲପୁର ସିଟି ଷ୍ଟେସନରୁ ସମ୍ବଲପୁର ଜଂସନ ( କ୍ଷେତରାଜପୁର ) ଷ୍ଟେସନକୁ ଆସିବ ଓ ଏଠାରୁ ବିପରୀତ ଦିଗରେ ଯାତ୍ରା କରିବ ।

ବୁଧବାର ଧାନବାଦ ଛାଡିଥିବା ( 02831 ) ଧାନବାଦ - ଭୁବନେଶ୍ୱର ସ୍ବତନ୍ତ୍ର ଏକ୍ସପ୍ରେସ୍ ସମ୍ବଲପୁରକୁ ବାଇପାସ୍ ମାଧ୍ୟମରେ ସରଲାରୁ କର୍ଭ ଲାଇନରେ ଯିବା ବଦଳରେ ଝାରସୁଗୁଡା ପଟୁ ସମ୍ବଲପୁର ( କ୍ଷେତରାଜପୁର ) ଷ୍ଟେସନକୁ ଆସିବ ଓ ଏଠାରୁ ସମ୍ବଲପୁର ସିଟି ଷ୍ଟେସନ ଦେଇ ଭୁବନେଶ୍ୱର ଅଭିମୁଖେ ଯିବ । ସେହି ପରି ୧୩ ତାରିଖ ପୁରୀ ଛାଡିଥିବା (20981 ) ପୁରୀ - ଇନ୍ଦୋର ହମ୍ସଫର ଏକ୍ସପ୍ରେସ୍ ମଧ୍ୟ ସମ୍ବଲପୁର ସିଟି ଷ୍ଟେସନରୁ ସମ୍ବଲପୁର ଷ୍ଟେସନ୍ ଆସି ଏଠାରୁ ଝାରସୁଗୁଡା ଅଭିମୁଖେ ଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆ ଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।