News18 Odia Digital
ଭୁବନେଶ୍ବର: ଇଭେଣ୍ଟ ନାମରେ ଯୁବତୀ ଚାଲାଣ। ଉଦ୍ଧାର ହେଲେ ଉତ୍ତରପ୍ରଦେଶରେ ବନ୍ଦୀ ଥିବା ଦୁଇ ଯୁବତୀ। ଇଭେଣ୍ଟରେ କାମ ଦେବାକୁ କହି ଭଦ୍ରକର ରାଜା ନାମକ ଜଣେ ବ୍ୟକ୍ତି ଦୁଇ ଯୁବତୀଙ୍କୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଉଭୟଙ୍କୁ ଓପନ ଡ୍ୟାନ୍ସ କରେଇବା ସାଙ୍ଗକୁ ସେକ୍ସ କାରବାର କରିବାକୁ ବାଧ୍ୟ କରିଥିଲେ।
ଏଥିରେ ଉଭୟ ରାଜି ନ ହବାରୁ ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପରେ ଯୁବତୀଙ୍କ ପରିବାର ଲୋକେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ୟୁପି ପୋଲିସ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଛି ।
ଉଦ୍ଧାର ହୋଇଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ କନ୍ଧମାଳ ଟିକାବାଲିରେ ହୋଇଥିବା ବେଳେ ଅନ୍ୟଜଣେ କଳାହାଣ୍ଡି ଜିଲ୍ଲାର। ଉଭୟ ଭୁବନେଶ୍ବରରେ ରହୁଥିଲେ।
ଦୁଇ ଯୁବତୀ ଇଭେଣ୍ଟରେ କାମ କରିବା ବେଳେ ରାଜା ଓ ତାଙ୍କ ପତ୍ନୀଙ୍କ ସହିତ ପରିଚିତ ହୋଇଥିଲା। ୟୁପିରେ ଇଭେଣ୍ଟ କାମ ଦେବା ସହ ଦିନକୁ ୨ ହଜାର ଦେବା ନେଇ ଯୁବତୀଙ୍କ ସହ କଥା ହୋଇଥିଲେ ରାଜା। ଗତ ଅକ୍ଟୋବର ୩୦ରେ ଅଗ୍ରୀମ ୯ ହଜାର ଟଙ୍କା ଦେବା ପରେ ଟ୍ରେନରେ ୟୁପି ଯାଇଥିଲେ।
ଯୁବତୀ ଜଣଙ୍କ ଭୁବନେଶ୍ବର ପଳେଇ ଆସିବା କହିବା ପରେ ରାଜା ତାଙ୍କୁ ଅନ୍ୟ ଏକ ଝିଅ ଦେବାକୁ କହିଥିଲେ। ମନା କରିବାରୁ ଗୋଟିଏ ରୁମ ଭିତରେ ଜୋର ଜବରଦସ୍ତି ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି। ଏପରିକି ବାରରେ ଡ୍ୟାନ୍ସ ଓ ଅନୈତିକ କାମରେ ଲଗାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ଯୁବତୀ। ଯୁବତୀ ଜଣଙ୍କ ତାଙ୍କ ଭାଇକୁ ନିର୍ଯାତନ ପୂରା କାହାଣୀ କହିବା ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।