ଶ୍ରୀକ୍ଷେତ୍ରରେ ନେତ ପୂଜା ପରମ୍ପରା; ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେଲେ ସେବାୟତଙ୍କ କନ୍ୟା

ଶ୍ରୀକ୍ଷେତ୍ରର ପରମ୍ପରା ନିଆରା । ଉତ୍କଳୀୟ ସଂସ୍କୃତି ସହିତ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ରହିଛି ସ୍ୱତନ୍ତ୍ରତା । ଆଶ୍ୱିନ ପ୍ରତିପଦାଠାରୁ ସେବାୟତ ପରିବାରର ୧୦ ବର୍ଷରୁ କମ୍ ବୟସର କୁମାରୀ କନ୍ୟାମାନେ ୨୧ ଦିନ ବ୍ୟାପି ପାଳନ କରିଥାନ୍ତି ନେତକନ୍ୟା ଉତ୍ସବ ।

ଶ୍ରୀକ୍ଷେତ୍ରରେ ନେତ ପୂଜା ପରମ୍ପରା; ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେଲେ ସେବାୟତଙ୍କ କନ୍ୟା

ଶ୍ରୀକ୍ଷେତ୍ରରେ ନେତ ପୂଜା ପରମ୍ପରା; ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେଲେ ସେବାୟତଙ୍କ କନ୍ୟା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ପରିବାରର ମଙ୍ଗଳ ସହିତ ଉତ୍ତମ ଘର ଓ ବର ପାଇବା ପାଇଁ ସେବାୟତ ଘରର କୁମାରୀ କନ୍ୟାମାନଙ୍କର ନେତ ଉତ୍ସବ ପାଳନ କରାଥାନ୍ତି । ନେତ କନ୍ୟାମାନେ ବହୁ ସ୍ୱର୍ଣ୍ଣାଳଙ୍କାର ପରିଧାନ କରି ମାର୍କଣ୍ଡ ପୁଷ୍କରିଣୀକୁ ଆସି ବୃନ୍ଦାବତିଙ୍କ ନିକଟରେ ହରପାର୍ବତୀ ପୂଜା କରିଥାନ୍ତି ।



"ପ୍ରାୟ ଶହ ଶହ ବର୍ଷର ସେବାୟତମାନଙ୍କ କୌଳିକ ପରମ୍ପରା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଜଡିତ । ଏଥିରେ ସେବାୟତ କୁଳର ନେତ କନ୍ୟାମାନେ ଆଶ୍ୱିନ ପ୍ରତିପଦ ଠାରୁ ପାଳନ କରିଥାନ୍ତି ୨୧ ଦିନିଆ ନେତ ପର୍ବ । ୧୦ ବର୍ଷରୁ କମ ବୟସର କୁମାରୀ କନ୍ୟାମାନେ ଉପବାସ ରହି ଘରେ ୧୭ ଦିନ ଉତ୍ସବ ପାଳନ କରିବା ସହ ଆଉ ୪ ଦିନ ସୁନ୍ଦର ବେଶଭୁଷା , ପାରମ୍ପରିକ ଗହଣା ପରିଧାନ କରି ଯାଇଥାନ୍ତି ମାର୍କଣ୍ଡ ପୁଷ୍କରିଣୀ କୁଳରେ ମାଆ ବୃନ୍ଦାବତୀଙ୍କୁ ପୂଜା କରିବାକୁ ।  ହରପାର୍ବତୀଙ୍କ ଉଦ୍ଦେଶ୍ୟରେ "ବଳିରେ ବଳି, ନକର କଳି" ଗିତ ଗାଇଥାନ୍ତି। ହର ପାର୍ବତୀଙ୍କୁ ପାଇବା ପାଇଁ ଏହି ପୂଜା କରୁଥିବାର ପୌରାଣିକ ପରମ୍ପରା ସେବାୟତ ଘରେ ପ୍ରଚଳିତ ହୋଇ ଆସୁଛି ।

"ପଞ୍ଚମୀ ତିଥିରେ ନେତ କନ୍ୟାମାନେ ଗୁଆଲୀ ବେଶରେ ଘରୁ ବାହାରି ଯାଇଥାନ୍ତି । ଉପବାସ କରି ସକାଳୁ ଉଠି ସୂର୍ଯ୍ୟଙ୍କୁ ପୂଜା କରି କୁମାରୀ କନ୍ୟାମାନେ ପାଟ ଶାଢୀ , ମୁଣ୍ଡରେ ଅଳତା , ବେକରେ ମାଳି , ବାହୁଟି , ଗୋଡରେ ପାହୁଡ , ବାଙ୍କି ଭଳି ପାରମ୍ପାରିକ ବେଶଭୁଷାରେ ସଜ୍ଜିତ ହୋଇ ହରପାର୍ବତୀଙ୍କୁ ପୂଜା କରି ସନ୍ତୁଷ୍ଟ କରିଥାନ୍ତି । କୁମାର ପୂର୍ଣ୍ଣମୀ ଦିନ ମାନସିକ ଗୁଆକୁ ବିସର୍ଜନ ସହ ଚାନ୍ଦ ଉତ୍ସବ କରି ନଡିଆରେ ଖିରି ପ୍ରସ୍ତୁତ କରି ଖାଇଥାନ୍ତି । ଅଢେଇ ବର୍ଷ ବୟସର କୁମାରୀ କନ୍ୟାମାନେ ଏହି ବ୍ରତ କରିଥାନ୍ତି । ଏଥିପାଇଁ ସେମାନେ ୩ ବର୍ଷ ଓ ୫ ବର୍ଷର ମାନସିକ ରଖିଥାନ୍ତି । ସେବାୟତ ପରିବାର ସଦସ୍ୟମାନେ ଜାକଜକମରେ ଏହି ନେତ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ସେପଟେ ଆବଶ୍ୟକ ସୁନାଗହଣା ପିନ୍ଧାଇବାକୁ ସକ୍ଷମ ନଥିବା ବାପାମାଆ ସ୍ୱଚ୍ଛଳ ଥିବା ସେବାୟତଙ୍କ ଠାରୁ ମାଗିକରି ଓଷା କରିଥାନ୍ତି । ଗହଣାର ଅଭାବ ରହେନି ବୋଲି କହିଛନ୍ତି ନେତକନ୍ୟାଙ୍କ ପରିବାର । ସେବାୟତ ପରିବାରରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଶ୍ରୀକ୍ଷେତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ ।
Published by:Soubhagya Mishra
First published: