ଦୁର୍ଗା ପୂଜା ଅବସରରେ ଓଡ଼ିଶା OTDC ଦ୍ବାରା ରାଜ୍ୟରେ ପାରମ୍ପରିକ ଓଡ଼ିଆ ପିଠା ଯୋଗାଇ ଦିଆଯାଉଛି

ଓଟିଡିସି ପରିଚାଳିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟରେ ମଧ୍ୟ ଦଶହରା ପୂଜା ପାଇଁ ସ୍ପେଶାଲ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରୁଛି ।

ଦୁର୍ଗା ପୂଜା ଅବସରରେ ଓଡ଼ିଶା OTDC ଦ୍ବାରା ରାଜ୍ୟରେ ପାରମ୍ପରିକ ଓଡ଼ିଆ ପିଠା ଯୋଗାଇ ଦିଆଯାଉଛି

ଦୁର୍ଗା ପୂଜା ଅବସରରେ ଓଡ଼ିଶା OTDC ଦ୍ବାରା ରାଜ୍ୟରେ ପାରମ୍ପରିକ ଓଡ଼ିଆ ପିଠା ଯୋଗାଇ ଦିଆଯାଉଛି

  • Share this:
News18 Odia Digital

ଭୁବନେଶ୍ବର: ପବିତ୍ର ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯାଉଛି। ଦଶହରା ପୂଜାକୁ ଦୃଷ୍ଟିରେ ରଖି ବୁଧବାର ଅର୍ଥାତ୍ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ପିଠା ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁରର ବିଭିନ୍ନ ସ୍ଥାନରେ କାଉଣ୍ଟର ଓ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ଉପଲବ୍ଧ ହେଉଛି ।

ଓଟିଡିସି ପରିଚାଳିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟରେ ମଧ୍ୟ ଦଶହରା ପୂଜା ପାଇଁ ସ୍ପେଶାଲ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରୁଛି ।

ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିବା ସହ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ । କୋଭିଡ୍ ଗାଇଡଲାଇନକୁ ମାନି ସମସ୍ତେ ଘରେ ରହି ପବିତ୍ର ଦୁର୍ଗା ପୂଜା ପାଳନ କରିବାକୁ ସେ ପରାମର୍ଶ ଦେଇ କହିଥିଲେ, "ଦଶହରା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । ଘରେ ରହି କୋଭିଡ୍ ଗାଇଡଲାଇନ ମାନି ଏହି କରୋନା ରୂପକ ବିପଦକୁ ସମସ୍ତେ ମିଳିତ ଭାବେ ଦୂରେଇ ଦେଇପାରିବା । ପାନ୍ଥନିବାସ କର୍ମଚାରୀ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକଙ୍କ ଦ୍ୱାରା ଆଦୃତ ହେବ ଆଶା ଅଛି।’’

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯାଉଛି


ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ, "କୋଭିଡ୍ ଗାଇଡଲାଇନ୍ ଓ କଟକଣା ଭିତରେ ଏହି ପିଠା ପ୍ରସ୍ତୁତ ସହ ଲୋକଙ୍କ ନିକଟରେ ପହଞ୍ଚାବାର ବ୍ୟବସ୍ଥା ହୋଇଛି । ଓଟିଡିସି ଦ୍ୱାରା ରଜ ମହୋତ୍ସବ ସମୟରେ ‘ପିଠା ଅନ୍ ହ୍ୱିଲ’ କାର୍ଯ୍ୟକ୍ରମ ମାଧ୍ୟମରେ ପିଠା ବିକ୍ରିକୁ ଲୋକେ ବେଶ୍ ପସନ୍ଦ କରିଥିଲେ । ପିଠା ବିକ୍ରିର ସଫଳତା ଓ ଲୋକଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଓଟିଡିସି ପ୍ରଥମ ଥର ପାଇଁ ଦଶହରା ପୂଜାରେ ବି ପିଠା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଭୁବନେଶ୍ୱର, କଟକ ଓ ସମ୍ବଲପୁର ପାନ୍ଥନିବାସ ସମେତ ଭୁବନେଶ୍ୱର ନିମନ୍ତ୍ରଣ ରେଷ୍ଟୁରାଣ୍ଟ, କଟକର ସିଲିଭରସିଟି ବୋଟ୍ କ୍ଲବରେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲାଯାଇ।"

ଏହା ସହିତ ପୂର୍ବାହ୍ନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଓ ଅପରାହ୍ନରେ ପଟିଆ ଛକ ଠାରେ A କଟକର ସିଲିଭରସିଟି ବୋଟ କ୍ଲବ ଓ ସିଡିଏ ଠାରେ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ବି ପିଠା ଯୋଗାଇ ଦିଆଯାଇଛି।

ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଥିଲେ, "ବିଶେଷ କରି ଚଳିତ ଦଶହରା ପୂଜାର ଚାରି ଦିନ ଆରିଷା ପିଠା, କାକରା, ଭଜା ମଣ୍ଡା, ସିଝା ମଣ୍ଡା, କ୍ଷୀରଗଜା, ଲବଙ୍ଗଲତା, ଛେନାପୋଡ଼, ପୋଡ଼ ପିଠା ପ୍ରସ୍ତୁତ କରି ବିକ୍ରି କରାଯିବ । ଓଟିଡିସିର ନିଜସ୍ୱ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ରେ ମଧ୍ୟ ଦଶହରା ପାଇଁ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ନିମନ୍ତ୍ରଣରେ ‘ପିଠା’ ମଧ୍ୟ ଉପଲବ୍ଧ ହେଉଛି । ପିଠା ସହିତ ବୁଟ ଡାଲି ବରା ଓ ପାତାଳଘଣ୍ଟା ଚଟନୀ, ନିମନ୍ତ୍ରଣ ଚିକେନ କୋଫ୍ତା ପୋଡ଼ା, ନିମନ୍ତ୍ରଣ ମଶରୁମ୍ କୋଫ୍ତା ପୋଡ଼ା, ମଟନ କୋଫ୍ତା, ସୋରିଷ ବଟା ଫିସ୍ ଫିଙ୍ଗର, ପତ୍ର ପୋଡ଼ା ମଶରୁମ୍, ପ୍ରନ୍ ଛେଚା, ବାଲି ପ୍ରନ୍ , କାକରା-ଘୁଗୁନି, ପାମ୍ପଡି ଚାଟ୍, ବରା- ଘୁଗୁନି, ଦହିବରା ଆଦି ସ୍ପେଶାଲ ବ୍ୟଞ୍ଜନ ଏସବୁ କାଉଣ୍ଟରରେ ଉପଲବ୍ଧ ହେଉଚି।"

ଦୁର୍ଗା ପୂଜାରେ ଓଡ଼ିଆ ପିଠା


ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଟିଡିସିର ବରିଷ୍ଠ ପଦାଧିକାରୀଙ୍କ ସମେତ ଭୁବନେଶ୍ୱର ପାନ୍ଥନିବାସର କର୍ମଚାରୀମାନେ ଉପସ୍ଥିତ ଥିଲେ ।
Published by:Lipina Das
First published: