News18 Odia Digital
ଗଞ୍ଜାମ: ଗଞ୍ଜାମ ଗତ ମାସ ୨୨ ତାରିଖ ରାତିରେ ଗଞ୍ଜାମ ହିଞ୍ଜିଳି ଥାନା ପିତଳ ଛକରେ ଘଟିଥିଲା ଏକ ଗଣହତ୍ୟା । ହେଲେ ଘଟଣାକୁ ବାର ଦିନ ବିତିଯାଇଥିବା ବେଳେ ମୃତକଙ୍କ ମା ଏବେ ବି ନିଜ ପୁଅଙ୍କୁ ଝୁରିଝୁରି ପାଗଳ ହୋଇଗଲେଣି । ଏପଟେ ପିତଳ ଛକରେ ଏକ ଫାଣ୍ଡି ନିର୍ମାଣ ଦାବିରେ ପୁରା ଦୋକାନ ବଜାର ବନ୍ଦ ରହିଛି । ପୋଲିସ ଛକରେ ପଇଁତରା ମାରୁଥିବା ବେଳେ ଲୋକେ ଏବେ ବି ଭୟରେ ଦୋକାନ ଖୋଲୁନଥିବାର ଦେଖିବାକୁ ମିଳିଛି ।
ଛଅ ଜଣ ହତ୍ୟାକାରୀଙ୍କ ଠେଙ୍ଗା ଓ ଲୁହା ରଡ ମାଡରେ ଗୋଟିଏ ପରିବାରର ଚାରିଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା । ନରେନ୍ଦ୍ରପୁର ଗ୍ରାମର ଶମ୍ବୁ ସ୍ଵାଇଁ ଏକ ଫାଷ୍ଟଫୁଡ ଦୋକାନ କରିଥିଲେ। । ହେଲେ କିନ୍ତୁ ଗତ ମାସ ୨୯ ତାରିଖ ରାତିରେ ଏଠାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ପିତଳ ଛକରେ ଏବେ ବି ଭୟର ବାତାବରଣ ଲାଗିରହିଥିବା ବେଳେ ବ୍ୟବସାୟୀମାନେ ଏକ ଦାବି କରିଛନ୍ତି।
"ଯେତେଦିନ ପର୍ଯ୍ୟନ୍ତ ପିତଳ ଛକରେ ପୋଲିସ ଫାଣ୍ଡି ନିର୍ମାଣ ହୋଇ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାଯିବ ନାହିଁ," ଚେତାବନୀ ଦେଇଛନ୍ତି ବ୍ୟବସାୟୀ ସୁଧା ପୋଲାଇ।
"ଏକ ଶାନ୍ତି କମିଟି ଗଠନ ପାଇଁ ପୋଲିସ ବିଭାଗ ଚଳାଇଛି ଉଦ୍ୟମ । ଏଥିସହ ପିତଳ ଛକରେ ଏକ ଫାଣ୍ଡି ନିର୍ମାଣ ପାଇଁ ମଧ୍ୟ ଆଲୋଚନା ଚାଲିଛି," କହିଛନ୍ତି ଗଂଜାମ ଏସପି ବ୍ରିଜେଶ ରାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।