ଟ୍ରେନ ଚଳାଚଳ ପାଇଁ ଟ୍ରାକ ଲିଙ୍କ କାର୍ଯ୍ୟ କରାଯିବ; ଜାଣନ୍ତୁ କେଉଁ ଟ୍ରେନ୍ ବାତିଲ

ଟ୍ରେନ ଚଳାଚଳ ପାଇଁ ଟ୍ରାକ ଲିଙ୍କ କାର୍ଯ୍ୟ କରାଯିବ। ତେବେ ଏହି ସମୟରେ କେଉଁ ଟ୍ରେନ ବାତିଲ ହୋଇଛି ସେ ସମ୍ପର୍କରେ ଜାଣନ୍ତୁ ।

ଟ୍ରେନ ଚଳାଚଳ ପାଇଁ ଟ୍ରାକ ଲିଙ୍କ କାର୍ଯ୍ୟ କରାଯିବ; ଜାଣନ୍ତୁ କେଉଁ ଟ୍ରେନ୍ ବାତିଲ

ଟ୍ରେନ ଚଳାଚଳ ପାଇଁ ଟ୍ରାକ ଲିଙ୍କ କାର୍ଯ୍ୟ କରାଯିବ; ଜାଣନ୍ତୁ କେଉଁ ଟ୍ରେନ୍ ବାତିଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଟ୍ରେନ ଚଳାଚଳ ପାଇଁ ଟ୍ରାକ ଲିଙ୍କ କାର୍ଯ୍ୟ କରାଯିବ। କୋରାପୁଟ-ମାନବାର ରେଳ ସେକ୍ସନ କୋରାପୁଟ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ଏକ ଅଂଶ । କୋରାପୁଟ-ଡୁମୁରିପୁଟ ଏବଂ ଡୁମୁରିପୁଟ-ମାନବାର ରେଳ ସେକ୍ସନ କୋରାପୁଟ-ରାୟଗଡା ଦୋହରୀକରଣ ପ୍ରକଳ୍ପର ଏକ ଅଂଶ । ପୂର୍ବତଟ ରେଳପଥର କୋରାପୁଟ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଏବଂ ମାନବାର ରେଳ ଷ୍ଟେସନ ମଧ୍ୟରେ ଦୋହରା ଲାଇନ ଏବଂ କୋରାପୁଟ-ରାୟଗଡା ରେଳ ଦୋହରୀକରଣ ପ୍ରକଳ୍ପର କୋରାପୁଟ-ଡୁମୁରିପୁଟ ଏବଂ ଡୁମୁରିପୁଟ-ମାନବାର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ନିକଟରେ ଶେଷ ହୋଇଛି ।

ଉଭୟ ରେଳ ଦୋହରୀକରଣ ପ୍ରକଳ୍ପ କୋରାପୁଟରେ ସଂଯୋଗ ହୋଇଥିବାରୁ ଏହି ପ୍ରକଳ୍ପ ଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସିଙ୍ଗଲ୍ ଲାଇନ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ପାଇଁ ଟ୍ରାଫିକ୍ ସମସ୍ୟା ହେବା ସହିତ ଟ୍ରେନ୍ ଚଳାଚଳରେ ବିଳମ୍ବ ହେଉଥିଲା। ଦୋହରୀକରଣ କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଟ୍ରାଫିକ୍ ସହଜ ହେବ ଏବଂ ଅସୁବିଧା ମୁକ୍ତ ହେବ । ଉପରୋକ୍ତ ଟ୍ରେନ୍ ଲାଇନ ଗୁଡିକ ତିନୋଟି ରାଜ୍ୟର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଏବଂ ଏହି ଅଞ୍ଚଳରେ ରେଳବାଇ କାର୍ଯ୍ୟର ବିକାଶ ପାଇଁ ଏହା ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବଙ୍କ ପରିକଳ୍ପନାର ଏକ ଅଂଶ ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ନନ-ଇଣ୍ଟରଲକିଂ ଏବଂ ସିଗନାଲ୍ ସିଷ୍ଟମର ସଂସ୍ଥାପନ ସହିତ ରେଳ ଟ୍ରାକ ଗୁଡ଼ିକୁ ସଂଯୋଗ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଗ୍ରହଣ କରିଛି। ତେଣୁ ନନ-ଇଣ୍ଟରଲକିଂ କାର୍ଯ୍ୟ ୬ ଜାନୁଆରୀରୁ ୭ ଜାନୁଆରୀ ପର୍ଯ୍ୟନ୍ତ ମାନବାର ଷ୍ଟେସନରେ, ୮ ଜାନୁଆରୀ ପର୍ଯ୍ୟନ୍ତ ଡୁମୁରିପୁଟ ଷ୍ଟେସନରେ ଏବଂ ୧୦ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ କୋରାପୁଟ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରିବ । ପୂର୍ବରୁ, ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ସମୟରେ ଯେପରି ଯାତ୍ରୀମାନଙ୍କର କୌଣସି ଅସୁବିଧା ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଅତ୍ୟାବଶ୍ୟକ ସୁରକ୍ଷା କାର୍ଯ୍ୟକୁ ଏଡାଯାଇପାରିବ ନାହିଁ, ସେଥିପାଇଁ ଟ୍ରେନଗୁଡିକର ସର୍ବନିମ୍ନ ବାତିଲ୍ ଯୋଜନା କରାଯାଉଛି।

ଟ୍ରେନ୍ ବାତିଲ୍: 18107/18108 ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ୫ ଜାନୁଆରୀରେ ରାଉରକେଲାଠାରୁ ଏବଂ ୬ ଜାନୁଆରୀ ୨୦୨୩ରେ ଜଗଦଲପୁରରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍: 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ୫ ଜାନୁଆରୀରେ ଭୁବନେଶ୍ୱରରୁ ରାୟାଗଡା ପର୍ଯ୍ୟନ୍ତ ଚାଲିବ ଏବଂ ରାୟଗଡାଠାରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ। 18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ୬ ଜାନୁଆରୀ ୨୦୨୩ରେ ଜଗଦଲପୁର ପରିବର୍ତ୍ତେ ରାୟଗଡାରୁ ଛାଡିବ ଏବଂ ଜଗଦଲପୁରରୁ ରାୟଗଡା ପର୍ଯ୍ୟନ୍ତ ବାତିଲ ରହିବ । 18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ୫ ଜାନୁଆରୀ ୨୦୨୩ରେ ଟିଟିଲାଗଡ ପର୍ଯ୍ୟନ୍ତ ଚାଲିବ  ଏବଂ ଟିଟିଲାଗଡରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ । 18006 ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ୭ ଜାନୁଆରୀ ୨୦୨୩ରେ ଜଗଦଲପୁର ପରିବର୍ତ୍ତେ ଟିଟିଲାଗଡରୁ ଛାଡିବ ଏବଂ ଜଗଦଲପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ବାତିଲ ରହିବ ।

08546 ବିଶାଖାପାଟନମ୍-କୋରାପୁଟ ପାସେଞ୍ଜର ସ୍ପେଶାଲ ୫ ରୁ ୧୦ ଜାନୁଆରୀ ୨୦୨୩ ମଧ୍ୟରେ ଲକ୍ଷ୍ମୀପୁର ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ଲକ୍ଷ୍ମୀପୁର ରୋଡରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ । 08545 କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ୬ ରୁ ୧୧ ଜାନୁଆରୀ ୨୦୨୩ ମଧ୍ୟରେ ଲକ୍ଷ୍ମୀପୁର ରୋଡରୁ ଛାଡିବ । କୋରାପୁଟ ଏବଂ ଲକ୍ଷ୍ମୀପୁର ରୋଡ ପର୍ଯ୍ୟନ୍ତ ବାତିଲ ରହିବ। ବିଶାଖାପାଟନମରୁ 18512 ବିଶାଖାପାଟନମ୍-କୋରାପୁଟ ଏକ୍ସପ୍ରେସ ୬ ଏବଂ ୯ ଜାନୁଆରୀ ୨୦୨୩ରେ ଦାମନଯୋଡି ପର୍ଯ୍ୟନ୍ତ ଚାଲିବ ଏବଂ ଦାମନଯୋଡିରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ ।
18511 କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ ୬ ରୁ ୧୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦାମନଯୋଡିରୁ ଛାଡିବ ଏବଂ କୋରାପୁଟ ଏବଂ ଦାମନଯୋଡି ମଧ୍ୟରେ ବାତିଲ ରହିବ । ୬ ଜାନୁଆରୀ ୨୦୨୩ରେ ବିଶାଖାପାଟନମରୁ 08551 ବିଶାଖାପାଟନମ୍-କିରାଣ୍ଡୁଲ୍ ପାସେଞ୍ଜର ଆରାକୁ ପର୍ଯ୍ୟନ୍ତ ଚାଲିବ। ୬ ଜାନୁଆରୀ ୨୦୨୩ରେ କିରାଣ୍ଡୁଲରୁ 08552 କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ଜୟପୁର ପର୍ଯ୍ୟନ୍ତ ଚାଲିବ।

କୋରାପୁଟ ଷ୍ଟେସନକୁ ନଯାଇ ଡୁମୁରିପୁଟ-କୋରାପୁଟ ଏ ଏବଂ ବି କ୍ୟାବିନସ୍-ମାନବାର ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ। ମାନବାର ଏବଂ ଦାମନଯୋଡିରେ ଏହି ସମୟ ମଧ୍ୟରେ ରହଣି କରିବ।

18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ୬ ରୁ ୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ।
18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ୬ ରୁ ୧୦ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଜଗଦଲପୁରରୁ।
18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ୬ ରୁ ୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ହାଓଡ଼ା ଠାରୁ ।
18006 ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ୮ ରୁ ୧୦ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଜଗଦଲପୁରରୁ।
18107 ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ୬ ରୁ ୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ରାଉରକେଲାରୁ ।
18108 ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ୭ ରୁ ୧୦ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଜଗଦଳପୁରରୁ ।
Published by:Soubhagya Mishra
First published: