ମହାଯଜ୍ଞରେ ପ୍ରକମ୍ପିତ ହେଉଛି ମା ତାରାତାରିଣୀ ମନ୍ଦିର; ଆଜି ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହୋଇଯାଇଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଆଜି ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତାରାତାରିଣୀ ମନ୍ଦିର (ସୋସିଆଲ ମିଡି଼ଆ)

ତାରାତାରିଣୀ ମନ୍ଦିର (ସୋସିଆଲ ମିଡି଼ଆ)

  • Share this:
News18 Odia Digital

ଆରମ୍ଭ ହୋଇଯାଇଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଯଜ୍ଞ ଧ୍ୱନୀ, ପୂଜା ପାଠ, ଭକ୍ତଙ୍କ ଗହଳିରେ ପ୍ରକମ୍ପିତ ହେଉଛି ମା ତାରାତାରିଣୀ ପୀଠ। ଆଜି ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ମଧ୍ୟ ଉଭୟ ଆଲୋଚନା କରିଛନ୍ତି । ଅଧିକ ଗହଳି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପରିମଳକୁ ଗୁରୁତ୍ବ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର କର୍ତ୍ତା ହେବା ସହ ସବୁ କାମ ତଦାରଖ କରୁଛନ୍ତି ।

ମନ୍ଦିର ଓ ଏହାର ପରିପାର୍ଶ୍ବିକ ଉନ୍ନତି କରିବା ନିମନ୍ତେ  ଖର୍ଚ୍ଚ ହୋଇଛି ୧୧୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ପାହାଡ଼ ଉପରେ ରହିଥିବା ମାଙ୍କ ମନ୍ଦିର ପରିସରରେ ପାର୍ଶ୍ବ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଇଛି, ଯଜ୍ଞ ମଣ୍ଡପ, ଦୀପ ଘର, ଭ୍ୟୁ ପଏଣ୍ଟ, ମେଡ଼ିଟେସନ ସେଣ୍ଟର, ପ୍ରଶାସନିକ କୋଠା, ଭକ୍ତ ମାନେ ବିଶ୍ରାମ ନିମନ୍ତେ କୋଠା, ମୁଣ୍ଡନ ନିମନ୍ତେ ବ୍ୟବସ୍ଥା ସହ ଘାଟି ରାସ୍ତାରେ ଯାତାୟତ ନିମନ୍ତେ ସୁବନ୍ଦୋବସ୍ତ ମଧ୍ୟ ହୋଇପାରିଛି ।
Published by:Soumya Das
First published: