ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁଣି ନନ୍ଦନକାନନରେ ଆରମ୍ଭ ହେଲା ଟଏ ଟ୍ରେନ ସେବା; ଶୁଭାରମ୍ଭ କଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ

ପୁଣି ନନ୍ଦନକାନନରେ ଆରମ୍ଭ ହେଲା ଟଏ ଟ୍ରେନ ସେବା; ଶୁଭାରମ୍ଭ କଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ

ନନ୍ଦନକାନନରେ ପୁଣି 'ରୋପ-ୱେ'ର ମଜା ନେବେ ପର୍ଯ୍ୟଟକ । ଭିତ୍ତିପ୍ରସ୍ତର ସ୍ଥାପନ ମନ୍ତ୍ରୀ । ୧୮ ମାସରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନନ୍ଦନକାନନରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ରୋପ-ୱେର ମଜା ନେବେ ପର୍ଯ୍ୟଟକ।

ପୁଣି ନନ୍ଦନକାନନରେ ଆରମ୍ଭ ହେଲା ଟଏ ଟ୍ରେନ ସେବା; ଶୁଭାରମ୍ଭ କଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ
ପୁଣି ନନ୍ଦନକାନନରେ ଆରମ୍ଭ ହେଲା ଟଏ ଟ୍ରେନ ସେବା
  • News18 Odia
  • Last Updated: October 9, 2021, 2:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଶୁକ୍ରବାର ଠାରୁ ଆରମ୍ଭ ହେଲା ନନ୍ଦନକାନନରେ 'ଟଏ ଟ୍ରେନ ସେବା' । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ ଖୁବ୍ ଶୀଘ୍ର ନନ୍ଦନକାନନରେ ପୁଣି ଥରେ 'ରୋପ-ୱେ' ମଜା ନେବେ ପର୍ଯ୍ୟଟକ। ଏହାକୁ ମଧ୍ୟ ଭିତ୍ତିସ୍ଥାପନ କରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

"ପାଞ୍ଚଟି ବଗି ବିଶିଷ୍ଟ ରହିଛି ଏହି ଟଏ ଟ୍ରେନ । ଏଥିରେ ୭୨ଟି ସାଧାରଣ ସିଟ ରହିଥିବା ବେଳେ ଦୁଇଟି ଦିବ୍ୟାଙ୍ଗଙ୍କ ପାଇଁ ସିଟ ବ୍ୟବସ୍ଥା ହୋଇଛି । ପ୍ରାୟ ଚାରି କୋଟି ଟଙ୍କାରେ ଏହି ଟଏ ଟ୍ରେନ ପ୍ରକଳ୍ପ କରାଯାଇଛି । ଏବେ ଏହାର ଦାୟିତ୍ୱ ରାଇଟ୍ସକୁ ଦିଆଯାଇଛି। ଖୁବ ଶୀଘ୍ର ଏହାର ଦାୟିତ୍ୱ ନନ୍ଦନକାନନକୁ ହସ୍ତାନ୍ତର କରାଯିବ," କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

୨୦୧୪ ମସିହାରୁ ଟଏ ଟ୍ରେନ ସେବା ନନ୍ଦନକାନନରେ ବନ୍ଦ ହୋଇ ପଡ଼ିଥିଲା। ଦୀର୍ଘ ୭ ବର୍ଷ ପରେ ପୁଣି ଥରେ ନୂଆ ରୂପରେ ଆରମ୍ଭ ହୋଇଛି ଏହି ସେବା । ପୁରା ବୁଲେଟ ଟ୍ରେନ ଢ଼ାଞ୍ଚାରେ ତିଆରି ହୋଇଛି ଟ୍ରେନ । ନନ୍ଦନକାନନ ଜଙ୍ଗଲ ଭିତରେ ପ୍ରାୟ ୧.୬୫ କିଲୋମିଟର ଦୂରତାର ରେଲୱେ ଟ୍ରାକରେ ୨୦ ମିନିଟ ରେଳ ଯାତ୍ରା କରିବେ ପର୍ଯ୍ୟଟକ । ଅତି କମରେ ଥରେ ବୁଲିବା ପାଇଁ ୧୫ ମିନିଟି ସମୟ ଲାଗିବ ।

ପୁଣି ନନ୍ଦନକାନନରେ ଆରମ୍ଭ ହେଲା ଟଏ ଟ୍ରେନ ସେବା


"ଟଏ ଟ୍ରେନ ସାଙ୍ଗକୁ ଖୁବ ଶୀଘ୍ର ରୋପ-ୱେର ମଜା ମଧ୍ୟ ନେଇପାରିବେ ପର୍ଯ୍ୟଟକ । ଯାହାର ଶିଳାନ୍ୟାସ କରାଯାଇଛି । ରୋପ-ୱେ ସାହାର୍ଯ୍ୟରେ ପର୍ଯ୍ୟଟକ ମାନେ ନନ୍ଦନକାନନ ଠାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଯାଇ ପାରିବେ । ୧୯୯୪ ରୁ ୨୦୧୧ ପର୍ଯ୍ୟନ୍ତ ରୋପ-ୱେ ସେବା ନନ୍ଦନକାନନରେ ଥିଲା । ଏହା ପରଠୁ ଏହା ବନ୍ଦ ହୋଇଯାଇଥିଲା । ଏବେ ୧୩ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ୧୮ ମାସ ମଧ୍ୟରେ କାମ ସାରିବାକୁ ଯୋଜନା କରାଯାଇଥିବା,’’ କହିଛନ୍ତି ମନ୍ତ୍ରୀ ଆରୁଖ ।

ଏହି ଅବସରରେ ନନ୍ଦନକାନନରେ ରାଜ୍ୟ ସ୍ତରୀୟ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି । ନନ୍ଦନକାନନକୁ ଅଧିକରୁ ଅଧିକ ଆକୃଷ୍ଟ କରିବା ଉପରେ ବୁଦ୍ଧିଜୀବୀ ମତ ରଖିଛନ୍ତି । ଖୁବ ଶୀଘ୍ର ନନ୍ଦନକାନନକୁ ନୂଆ ପଶୁପକ୍ଷୀ ଆଣାଯିବ ବୋଲି ମତ ରଖିଛନ୍ତି ନନ୍ଦନକାନନର କତ୍ତୃପକ୍ଷ । ରାଜ୍ୟସ୍ତରୀୟ ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ଅବସରରେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ପ୍ରସ୍ତୁତ ‘ୱାଇଲ୍ଡ ଲାଇଫ୍ ଓଡିଶା-୨୦୨୧’ ଓ ହ୍ୟାଣ୍ଡବୁକ୍ ଅନ ଡିଜିଜ୍ ଅଫ ଆନିଲ ବାର୍ଡ’ ନାମକ ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଛି ।

ଶୁକ୍ରବାର ଠାରୁ ଆରମ୍ଭ ହେଲା ନନ୍ଦନକାନନରେ 'ଟଏ ଟ୍ରେନ ସେବା'


ରାଜ୍ୟସ୍ତରୀୟ ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ୟପ୍ରାଣୀ ସୁରକ୍ଷା ଓ ସରକ୍ଷଂଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ, ନନ୍ଦ କିଶୋର ଭୁଜବଳଙ୍କୁ ବିଜୁପଟନାୟକ ଆୱାର୍ଡ-୨୦୨୧ ପ୍ରଦାନ କରାଯାଇଛି ।
Published by: Lipina Das
First published: October 9, 2021, 1:59 PM IST