ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଦିବସ ଅବସରରେ ମାଗଣାରେ ବୁଲିପାରିବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର ସାମ୍ନାକୁ ଆସିଛି । ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି।

ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଦିବସ

ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଦିବସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର; ଦେଶର ସାମାଜିକ, ସାଂସ୍କୃତିକ , ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ବିକାଶର ମୁଖ୍ୟସ୍ରୋତ ହୋଇଥାନ୍ତି ପର୍ଯ୍ୟଟନ । ଏବେ ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର ସାମ୍ନାକୁ ଆସିଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି । ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ସଂରକ୍ଷଣ ଅଧିକାରୀ ନିରଜ ସିଂ ପ୍ରକାଶ କରିଛନ୍ତି ।

ଆଜି ପର୍ଯ୍ୟଟକ ନିଜ ମନପସନ୍ଦ ସ୍ଥାନ ବିନା ମୂଲ୍ୟରେ ବୁଲିପାରିବେ । ବିଶେଷ କଥା ହେଉଛି କୋଣାର୍କ ମନ୍ଦିର ସହ ରାଜାରାଣୀ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଟିକେଟ୍ କରିବାକୁ ପଡ଼ିବନାହିଁ । ଖାଲି ଏତିକି ନୁହେଁ ଓଡ଼ିଶା ଛଡା ତାଜମହଲ ସମେତ ଦେଶରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟରେ ଯାଇପାରିବେ । କିନ୍ତୁ ତାଜମହଲରେ ଥିବା ମୁଖ୍ୟ କବର ପାଇଁ ପର୍ଯ୍ୟଟକଙ୍କୁ ଟିକେଟ୍ ଲାଗିବ।

ବିଶ୍ୱ ଐତିହ୍ୟ ସପ୍ତାହ ପ୍ରତିବର୍ଷ ନଭେମ୍ବର ୧୯ରୁ ୨୫ ତାରିଖ ଯାଏଁ ପାଳନ କରାଯାଏ । ଆଜିର ଦିନରେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସିକ୍ରି ଭିଳି ଅନେକ ବଡ଼ବଡ଼ ସ୍ଥାନ ଭାରତୀୟ ପର୍ଯ୍ୟଟକ ଓ ବିଦେଶୀ ପର୍ଯ୍ୟଟକ ମାନେ ମାଗଣାରେ ବୁଲିପାରିବେ।
Published by:Soumyashree Mishra
First published: