ବ୍ୟାଗ ଚୋରି ହୋଇଥିବା ବେଳେ ବ୍ୟାଗ କିଣିବାକୁ ଯାଇ ଚୋରକୁ ମାଡ଼ି ବସିଲେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ବ୍ୟାଗ ଚୋରି କରି ଗିରଫ ହେଲା ଛତିଶଗଡର ଶିବା ସାହୁ। ବ୍ୟାଗ ଚୋରି ହୋଇଥିବା ବେଳେ ବ୍ୟାଗ କିଣିବାକୁ ଯାଇ ଚୋରକୁ ଧରିଲେ ପର୍ଯ୍ୟଟକ।

ବ୍ୟାଗ ଚୋରି ହୋଇଥିବା ବେଳେ ବ୍ୟାଗ କିଣିବାକୁ ଯାଇ ଚୋରକୁ ମାଡ଼ି ବସିଲେ ପର୍ଯ୍ୟଟକ

ବ୍ୟାଗ ଚୋରି ହୋଇଥିବା ବେଳେ ବ୍ୟାଗ କିଣିବାକୁ ଯାଇ ଚୋରକୁ ମାଡ଼ି ବସିଲେ ପର୍ଯ୍ୟଟକ

  • Share this:
News18 Odia Digital

ପୁରୀ: ଚୋର ବିକୁଥିଲା ଚୋରି ବ୍ୟାଗ। ଆଉ ଷ୍ଟେସନ ବାହାରେ ଆଉ ଏକ ବ୍ୟାଗ କିଣିବାକୁ ଯାଇ ପର୍ଯ୍ୟଟକ ଧରିଲେ ଚୋରକୁ। ଗିରଫ ହୋଇଥିବା ଚୋର ହେଉଛି ଛତିଶଗଡର ଶିବା ସାହୁ ।

"ମଙ୍ଗଳବାର ଦିନ ସାଙ୍ଗ ସହ ଯାଜପୁର କୋରେଇ ଥାନା ଉକୁଳାଇ ଗ୍ରାମର ୨୪ ବର୍ଷୀୟ ସନ୍ତୋଷ ରାଉତରାୟ ଓ ତାଙ୍କ ସାଙ୍ଗ ସହ ପୁରୀ ବୁଲିବାକୁ ଆସିଥିଲେ। ରାତି ପ୍ରାୟ ୧୦ଟାରେ ଟ୍ରେନ ଯୋଗେ ଫେରିବାର ଥିଲା। ସନ୍ଧ୍ୟାରେ ଷ୍ଟେସନରେ ପହଞ୍ଚିବା ପରେ ଶୌଚାଳୟକୁ ଯାଇଥିଲି। ସାଙ୍ଗ ଜଣକ ବ୍ୟାଗକୁ ମୁଣ୍ଡ ପାଖରେ ରଖି ଶୋଇପଡ଼ିଥିଲା। ଏହି ସମୟରେ ଜଣେ ଯୁବକ ଆସି ବ୍ୟାଗ ନେଇ ଦୌଡିଥିଲା। ଏହା କେହି ଜାଣିପାରିନଥିଲେ। ବ୍ୟାଗରେ କିଛି ନୂଆ ବସ୍ତ୍ର ଓ କାଗଜପତ୍ର ଥିଲା। ତେବେ ବ୍ୟାଗ ଚୋରି ହୋଇଥିବା ନେଇ ଜିଆରପି ଥାନାରେ ଖବର ଦେବା ପରେ ଅନୁସନ୍ଧାନ ଆରମ୍ଭ କଲୁ। ପୁଣି ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିଲା,’’ କହିଛନ୍ତି ଜିଆରପି ଥାନା ଏସଆଇ କରଣ ମାରାଣ୍ଡି।

ସେହିପରି ଏହି ଘଟଣାର ଶିକାର ହୋଇଥିବା ୨୪ ବର୍ଷୀୟ ସନ୍ତୋଷ ରାଉତରାୟ କହିଛନ୍ତି, ‘‘ବ୍ୟାଗ ଚୋରି ହେବା ପରେ ମୁଁ ଆଉ ଏକ ବ୍ୟାଗ କିଣିବା ପାଇଁ ପୁରୀ ରେଳଷ୍ଟେସନ ସମ୍ମୁଖରେ ଥିବା ଘୋଡାବଡାର ଅଞ୍ଚଳକୁ ଯାଇଥିଲି। ସେହି ସମୟରେ ଜଣେ ବ୍ୟକ୍ତି ଏକ ବ୍ୟାଗକୁ ବିକ୍ରି କରିବା ପାଇଁ ଯାତ୍ରୀଙ୍କ ସହ ମୁଲଚାଲ କରୁଥିଲା। ଆଉ ମୁଁ ନିଜେ ମଧ୍ୟ ବ୍ୟାଗ କିଣିବା ପାଇଁ ସେଠାକୁ ଯିବା ସହ ମୁଁ ବି ମୁଲଚାଲ କରିଥିଲି। ହେଲେ ବ୍ୟାଗଟିକୁ ଦେଖିବା ପରେ ଏହା ମୋ ଚୋରି ହୋଇଥିବା ବ୍ୟାଗ ଜାଣିବା ପରେ ତାକୁ ମାଡ଼ି ବସିଲି। ସେଠାରେ ଥିବା ଅଟୋ ଚାଳକଙ୍କ ସହ ଶିବାକୁ ଧରି ପୋଲିସର ଜିମା ଦେଇଥିଲି। ବ୍ୟାଗ ଫେରାଇବା ସହ ସମସ୍ତ କାଗଜପତ୍ର ମଧ୍ୟ ଅଭିଯୁକ୍ତ ଶିବା ଫେରାଇଥିଲା।’’

"ପର୍ଯ୍ୟଟକ ସନ୍ତୋଷଙ୍କ ଏତଲାକୁ ଭିତ୍ତି କରି ଜିଆରପି ଥାନାରେ ୪୫/୨୨ରେ ମାମଲା ରୁଜୁ କରି ବ୍ୟାଗ ଚୋରି କରିଥିଲା ଛତିଶଗଡ ରାୟପୁର ଜିଲା ଦେବେନ୍ଦ୍ରନଗର ଥାନା ଅଧିନ ପେଣ୍ଟ୍ରିର ୨୮ ବର୍ଷୀୟ ଶିବା ସାହୁ। ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଷ୍ଟେସନରେ ଏହିଭଳି କିଛି ଚୋର ଚୋରି କରି ରେଳଷ୍ଟେସନ ବାହାରେ ଚୋରି ଜିନିଷ ବିକ୍ରି କରି ପୁଣି ଟ୍ରେନରେ ଫେରାର ହୋଇଯାଉଛନ୍ତି। ତେଣୁ ଏମାନଙ୍କ ଉପରେ ନଜର ରଖାଯାଉଛି,’’ କହିଛନ୍ତି ଜିଆରପି ଥାନା ଅଧିକାରୀ ସନ୍ତୋଷ ସେନାପତି।

ଚୋରି ବ୍ୟାଗକୁ ଚୋର ନିଜେ ପୁଣି ଷ୍ଟେସନ ବାହାରେ ବିକ୍ରି କରିବା ପୁଣି ପର୍ଯ୍ୟଟନ ନିଜ ବ୍ୟାଗକୁ ଚୋର ପାଖରୁ ଉଦ୍ଧାର କରିବାକୁ ନେଇ ଏବେ ଘଟଣା ବେଶ ଚର୍ଚ୍ଚା ହେଉଛି।
Published by:Lipina Das
First published: