ପୁରୀ: ବେଳାଭୂମିର ନୋ-ବେଦିଂ ଜୋନରେ କୌଣସି ବୋର୍ଡ଼ ନାହିଁ; ଭାସିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା

ବେଳାଭୂମିର ଅସୁରକ୍ଷିତ ଅଞ୍ଚଳରେ କୌଣସି ସଚେତନତା ଫଳକ ନ ଥିବାରୁ ଝାଡ଼ଖଣ୍ଡରୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା ବୋଲି ତାଙ୍କ ପରିବାର କହିଛି । ଚଳିତ ବର୍ଷ ପୁରୀରେ ସମୁଦ୍ରରେ ବୁଡି ମୃତ୍ୟୁ ଘଟିବାର ଏହା ପ୍ରଥମ ଘଟଣା ।

ପୁରୀ: ବେଳାଭୂମିର ନୋ-ବେଦିଂ ଜୋନରେ କୌଣସି ବୋର୍ଡ଼ ନାହିଁ; ଭାସିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା
ସମୁଦ୍ରରୁ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଉଛି ।
  • News18 Odia
  • Last Updated: January 30, 2021, 7:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସମୁଦ୍ରରେ ନୋ-ବେଦିଂ ଜୋନରେ ଗାଧୋଉଥିବା ବେଳେ ବୁଡି଼ଯାଇ ଝାଡ଼ଖଣ୍ଡରୁ ଆସିଥିବା ଜଣେ ୧୭ ବର୍ଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ବେଳାଭୂମିର ସେହି ସ୍ଥାନ ନୋ-ବେଦିଂ ଜୋନ୍‌ ବୋଲି କୌଣସି ସଚେତନତା ଫଳକ ସେଠାରେ ନ ଥିବାରୁ ଏହି ପର୍ଯ୍ୟଟକ ପରିବାର ସେଠାରେ ଗାଧୋଉଥିଲେ ବୋଲି କହିଛନ୍ତି ।

ନିଜ ଦାଦାଙ୍କ ଆଗରେ ଶୁକ୍ରବାର ଦିନ ଭାସି ଯାଇଥିଲେ ଦୀପକ କୁମାର ନାମକ ଏହି ପର୍ଯ୍ୟଟକ । ସେଠାରେ ଗାଧୋଉଥିବା ସାତ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମୁଦ୍ରର ଅଧିକ ଭିତରକୁ ଚାଲିଯାଇଥିବାରୁ ଦୀପକଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା । ତାଙ୍କ ମୃତ୍ୟୁ ପରେ ପୁରୀ ବେଳାଭୂମିରେ ଶୋକର ଛାୟା ଖେଳିଯାଇଥିଲା । ଦୀପକଙ୍କ ମୃତ ଦେହକୁ ଚକ୍ରତୀର୍ଥ ବେଳାଭୂମିରୁ ଉଦ୍ଧାର କରିଥିଲେ ଲାଇଫଗାର୍ଡ଼ ଓ ସମୁଦ୍ର କୂଳ ଥାନା ପୋଲିସ ।

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଝାଡଖଣ୍ଡ ବୋକାରୋ ଅଞ୍ଚଳର ପୁର୍ମାଡି଼ ଗ୍ରାମରୁ ଆସିଥିବା ୫୦ ବର୍ଷୀୟ ରମେଶ ସାଙ୍କ ପରିବାରର ଆଠ ଜଣ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚକ୍ରତୀର୍ଥ ବେଳାଭୂମିର ପିଙ୍କ ହାଉସ ସମୁଦ୍ର ପଟେ ଗାଧୋଉଥିବା ବେଳେ ଘଟିଥିଲା ଏହି ଅଘଟଣ । ସେଠାରେ ଲାଇଫଗାର୍ଡ ନ ଥିଲା ଓ ତାହା ନୋ-ବେଦିଂ ଜୋନ୍‌ ବୋଲି କୌଣସି ମଧ୍ୟ ବୋର୍ଡ ମରାଯାଇ ନ ଥିଲା ବୋଲି କହିଛନ୍ତି ସା ।

ଅନେକ ପର୍ଯ୍ୟଟକ ନୋ-ବେଦିଂ ଜୋନରେ ଗାଧୋଉଥିବା ଦେଖାଯାଉଛି ।


‘‘ସ୍ଥାନଟିକୁ ନିରୋଳା ପାଇ ସେଠାରେ ମୋ’ ପୁଅ ଦୀପକ କୁମାର, ତା’ ଦାଦା ଓ ଖୁଡୀଙ୍କ ସହ ସମୁଦ୍ରସ୍ନାନ କରୁଥିଲେ । ହଠାତ୍ ଏକ ବଡ଼ ଲହଡି ଆସିବା ଫଳରେ ଗାଧୋଉଥିବା ସାତ ଜଣଙ୍କ ମଧ୍ୟରୁ ଜଣେ କୂଳରେ ରହିଯାଇଥିବା ବେଳେ ଛଅ ଜଣ ସମୁଦ୍ର ଭିତରକୁ ଭାସି ଯାଇଥିଲେ । କୁଳରେ ଥିବା ବ୍ୟକ୍ତି ଚିତ୍କାର କରିବାରୁ ପାଖରେ ଥିବା ବେସରକାରୀ ଲାଇଫଗାର୍ଡମାନେ ପାଞ୍ଚ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ହେଲେ ଦୀପକ ଭିତରକୁ ଚାଲି ଯାଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା । ସେ ସମୁଦ୍ରରେ କୁଆଡେ ନିଖୋଜ ହୋଇଯାଇଥିଲା,’’ କହିଛନ୍ତି ପେଣ୍ଠକଟା ସ୍ଥିତ ତାଜ୍ ହୋଟେଲରେ ରହୁଥିବା ସା । ଝାଡ଼ଖଣ୍ଡରୁ ଏହି ପରିବାର ଓ ତାଙ୍କ ସମ୍ପର୍କୀୟ ମିଶି ୨୧ ଜଣ ଜାନୁଆରୀ ୨୯ ତାରିଖରେ ପୁରୀରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ସ୍ଥାନୀୟ ବେସରକାରୀ ଲାଇଫଗାର୍ଡ ୪୫ ବର୍ଷୀୟ କେ. ନାରାୟଣ ରାଓ କହିଛନ୍ତି, ‘‘ପର୍ଯ୍ୟଟକମାନଙ୍କୁ ଆମେ ମନାକରିଥିଲୁ । ତାଙ୍କୁ କହିଥିଲୁ ଯେ ଏଠାରେ ସ୍ନାନ କରିବା ବିପଦଜ୍ଜନକ । ସରକାରୀ ସ୍ତରରେ ଏହା ସୁରକ୍ଷିତ ବେଦିଂ ଜୋନ୍‌ ନୁହେଁ  । ହେଲେ ସେମାନେ ଆମ କଥାକୁ ଖାତିର ନ କରି ସ୍ନାନ କରୁଥିଲେ । ଦୀପକ କୁମାର ସ୍ନାନ କରିବା ପାଇଁ ସମୁଦ୍ରର ଅଧିକ ଭିତରକୁ ଚାଲିଯାଇଥିଲେ । ଆମେ ଅନ୍ୟମାନଙ୍କୁ ଉଦ୍ଧାର କରିପାରିଥିଲୁ, ହେଲେ ଦୀପକ ଲହଡି଼ ଭିତରେ କୁଆଡେ ନିଖୋଜ ହୋଇଯାଇଥିଲେ । ପରେ ଲାଇଫଗାର୍ଡ ଜେଟସ୍କି ସହାୟତାରେ ଅନେକ ଖୋଜାଖୋଜି କରିବା ସହ ସମୁଦ୍ର କୂଳ ଥାନା ପୋଲିସ ବି ଖୋଜାଖୋଜି କରିଥିଲା । ହେଲେ ଦୀପକଙ୍କର କୌଣସି ସନ୍ଧାନ ମିଳି ନ ଥିଲା ।’’

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ସ୍ୱର୍ଗଦ୍ୱାରରୁ ଦୀଗବାରେଣୀ ଛକ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିକୁ ବେଦିଂ ଜୋନ୍‌ ଘୋଷଣା କରି ସେକ୍ଟର କରାଯାଇ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଇଫଗାର୍ଡ ମୁତୟନ କରାଯାଉଛି । ୨୦୨୧ରେ ଏହା ପ୍ରଥମ ଅଘଟଣ ହେଲା । ଗତ ପାଞ୍ଚ ବର୍ଷ ଧରି ପୁରୀ ସମୁଦ୍ରରେ ବୁଡି ଘଟୁଥିବା ମୃତ୍ୟୁ ସଂଖ୍ୟା ନଗଣ୍ୟ ।

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

‘‘ଯେଉଁମାନେ ବେଦିଂ ଜୋନ୍‌ ପରିବର୍ତ୍ତେ ଅନ୍ୟ ପଟେ ଗାଧୋଉଛନ୍ତି ସେମାନଙ୍କ ସହ ଏ ଭଳି ଅଘଟଣ ଘଟୁଛି । ୨୦୨୦ ନଭେମ୍ବରରେ ବ୍ଲୁ ଫ୍ଲାଗ ବିଚରେ ଜଣେ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁ ବରଣ କରିଥିବା ବେଳେ ଶନିବାର ଦିନ ପିଙ୍କ ହାଉସ ବେଳାଭୂମିରେ ନିଖୋଜ ହୋଇଥିବା ପର୍ଯ୍ୟଟକ ଦୀପକ କୁମାରଙ୍କ ମୃତ ଦେହ ମିଳିଛି । ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସବୁ ଅଞ୍ଚଳରେ ନୋ-ବେଦିଂ ଜୋନ ବୋର୍ଡ଼ ଲଗାଇବା ଓ ଗାଧୋଇବା ବେଳେ ଲାଇଫଗାର୍ଡଙ୍କ ସହାୟତା ନେବାକୁ ପର୍ଯ୍ୟଟକମାନଙ୍କୁ ସଚେତନତା ଫଳକରେ ଅନୁରୋଧ କରାଗଲେ ଏ ଭଳି ଅଘଟଣକୁ ରୋକାଯାଇ ପାରନ୍ତା,’’ କହିଛନ୍ତି ଫାୟାର ଅଫିସର୍‌ ଧନଞ୍ଜୟ ମଲ୍ଲିକ ।



ପୁରୀ ସମୁଦ୍ରରେ ୨୦୨୦ରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୧ ଆରମ୍ଭରୁ ଜଣେ ପର୍ଯ୍ୟଟକ ସମୁଦ୍ର ସ୍ନାନ ସମୟରେ ମୃତ୍ୟୁ ବରଣ କରିବା ଘଟଣା ପର୍ଯ୍ୟଟନ ବିଭାଗର ଅଧିକାରୀମାନଙ୍କ ପାଇଁ ମୁଣ୍ଡ ବ୍ୟଥା ସାଜିଛି । ବେଦିଂ ଜୋନରେ ଲାଇଫଗାର୍ଡଙ୍କ ଯୋଗୁଁ ମୃତ୍ୟୁ ହାର କମ୍‌ ରହୁଥିବା ଓ ଉଦ୍ଧାର ହେଉଥିବା ଲୋକଙ୍କ ସଂଖ୍ୟା ଶତାଧିକ ଥିବା ଦେଖାଯାଉଛି ।
Published by: Anand Shankar Thankur Das
First published: January 30, 2021, 7:21 PM IST