ବାଲେଶ୍ୱର: ପ୍ରକୃତିର ଶୋଭା ଓ ବୋଟିଂ ମଜା ପାଇଁ କୁଲଡିହା ଅଭୟାରଣ୍ୟରେ ବୁକିଂ ବଢ଼ିଚାଲିଛି

ରାଜ୍ୟ ସରକାରଙ୍କ ୱେବସାଇଟରେ ବୁକିଂ ସୁବିଧା ବି ରହିଛି । ଏବେ ଠାରୁ ଆରମ୍ଭ କରି ଜାନୁଆରୀ ଶେଷ ଯାଏଁ ଅଧିକାଂଶ ଦିନ ପାଇଁ ବୁକିଂ ହୋଇଥିବା ଜଣା ପଡ଼ିଛି । ବଡ଼ ଦିନ ଓ ନୂଆ ବର୍ଷ ପାଇଁ ଅଧିକ ବୁକିଂ କରିଛନ୍ତି ବାହାର ରାଜ୍ୟର ପର୍ଯ୍ୟଟକମାନେ ।

ବାଲେଶ୍ୱର: ପ୍ରକୃତିର ଶୋଭା ଓ ବୋଟିଂ ମଜା ପାଇଁ କୁଲଡିହା ଅଭୟାରଣ୍ୟରେ ବୁକିଂ ବଢ଼ିଚାଲିଛି
କୁଲଡିହା ଅଭୟାରଣ୍ୟରେ ଠେକୁଆମାନେ; (ଡାହାଣ) ଅଭୟାରଣ୍ୟର ଗେଟ୍
  • News18 Odia
  • Last Updated: December 23, 2020, 4:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କୋଭିଡ କଟକଣା ପରେ ଗତ ନଭେମ୍ବର ୨ରୁ ଖୋଲିଛି କୁଲଡିହା ଅଭୟାରଣ୍ୟ । ଜଙ୍ଗଲ ଭିତରେ ଗହୀରାଭୋଳରେ ତମ୍ବୁ ମଧ୍ୟରେ ରାତ୍ରୀ ଯାପନ ପାଇଁ ବ୍ୟବସ୍ଥା କରାଯାଇଛି ପ୍ରଶାସନ ପକ୍ଷରୁ । ରିଶିଆ ଡ୍ୟାମରେ ବୋଟିଂ ପାଇଁ ମଧ୍ୟ ବୋଟର ବ୍ୟବସ୍ଥା କରାଯାଇଛି । ନୂଆ ବର୍ଷ ଆସୁଥିବାରୁ ଅନେକ ପର୍ଯ୍ୟଟକ ବୁକିଂ କରିବା ଆରମ୍ଭ କଲେଣି ।

କୋଭିଡ ପରେ ଅଭୟାରଣ୍ୟ ଖୋଲିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ଇଲାକାକୁ ସାନିଟାଇଜ କରି ସାମାଜିକ ଦୂରତା ଅବଲମ୍ବନ କରି ପର୍ଯ୍ୟଟକମାନଙ୍କ ବୁଲିବା ପାଇଁ ବ୍ୟବସ୍ଥା କରିଛି ବନ ବିଭାଗ । ରାଜ୍ୟ ସରକାରଙ୍କ ୱେବସାଇଟରେ ବୁକିଂ ସୁବିଧା ବି ରହିଛି । ଏବେ ଠାରୁ ଆରମ୍ଭ କରି ଜାନୁଆରୀ ଶେଷ ପର୍ଯ୍ୟନ୍ତ ଅଧିକାଂଶ ଦିନ ପାଇଁ ବୁକିଂ ହୋଇଥିବା ଜଣା ପଡ଼ିଛି । ବଡ଼ ଦିନ ଓ ନୂଆ ବର୍ଷ ପାଇଁ ଅଧିକ ବୁକିଂ କରିଛନ୍ତି ବାହାର ରାଜ୍ୟର ପର୍ଯ୍ୟଟକମାନେ ।

ଏହା ବି ପଢ଼ନ୍ତୁ | ବିବାହର ସପ୍ତମ ଦିନରେ ସ୍ୱାମୀର ଗଳା କାଟି ହତ୍ୟା କଲା ପତ୍ନୀ, ଶବ ସହ ରାତି ସାରା ଶୋଇରହିଲା

ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ଏହି କୁଲଡିହା ଅଭୟାରଣ୍ୟ ପ୍ରକୃତିର ଏକ ଅନନ୍ୟ ଦାନ । ପ୍ରକୃତିର ଏଇ ସୁନ୍ଦର ସୃଷ୍ଟି ଦେଖିଲେ ପର୍ଯ୍ୟଟକଙ୍କ ମନ ଲାଖିଯାଏ । ଅଭୟାରଣ୍ୟ ଭିତରେ ରହିଛି ରିଶିଆ ପ୍ରକୃତି ନିବାସ । କୁଲଡିହା ଅଭୟାରଣ୍ୟକୁ ଯିବାକୁ ରହିଛି ଦୁଇଟି ରାସ୍ତା – ଗୋଟିଏ ତେଣ୍ଡା ଗାଁ ଦେଇ ଓ ଅନ୍ୟଟି ବାଲିଆନାଳ ପୋଷ୍ଟ ଦେଇ । ତେବେ ଭିତରକୁ ଯିବା ପାଇଁ ଚାରିଚକିଆ ଯାନ ଆବଶ୍ୟକ ।

ଅଭୟାରଣ୍ୟ ମଧ୍ୟରେ ବହିଥିବା ଏକ ଝରଣା


କିଛି ଦୂର ଜଙ୍ଗଲ ଭିତରେ ଗତି କରିବା ପରେ ପଡ଼େ ରିଶିଆ ପ୍ରକୃତି ନିବାସ । ସେଠି ରାତ୍ରୀ ଯାପନ ସାଙ୍ଗକୁ ପ୍ରକୃତିର ମନଲୋଭ ଦୃଶ୍ୟର ମଜା ଉଠାଇପାରିବେ ପର୍ଯ୍ୟଟକମାନେ । କେବେ ଅଭୟାରଣ୍ୟ ଭିତରେ କଲରାପତାରିଆ ବାଘ, ଗୟଳ, ବେଲରା, ହାତୀ , ହରିଣ, ଠେକୁଆ, ମୟୁର, ଭିନ୍ନ ଭିନ୍ନ ପକ୍ଷୀ ତଥା ଅନ୍ୟାନ୍ୟ ପଶୁ ଦେଖିବାକୁ ମିଳିଥାନ୍ତି ।

ଏହା ବି ପଢ଼ନ୍ତୁ | ମା ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ରିଶିଆ ଡ୍ୟାମରେ ଥିବା କଇଁ ଫୁଲର ହ୍ରଦରେ ବୋଟିଂ କରି ମଜା ଉଠାଇଥାନ୍ତି ପର୍ଯ୍ୟଟକମାନେ ।  ଜଙ୍ଗଲ ଭିତରେ ବହିଯାଇଥିବା ଝରଣା ଓ ପଶୁପକ୍ଷୀଙ୍କ ଦୃଶ୍ୟ ପାଇଁ ଅନେକ ପର୍ଯ୍ୟଟକ ଆସିଥାନ୍ତି ଏଠାକୁ ।

‘‘ଆମେ ଦୁଇ ଦିନ ଏହି ଅଭ୍ୟାରଣ୍ୟ ମଧ୍ୟରେ ରହିଲୁ । ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଏଠାରେ କରାଯାଇଛି । କୋଭିଡ ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରାଯାଉଛି । ରିଶିଆ ଡ୍ୟାମ ବୋଟିଂ ଆମକୁ ସବୁ ଠାରୁ ବେଶ ମଜା ଲାଗିଲା । ଆମେ ପରିବାର ସହିତ ପ୍ରତି ବର୍ଷ ଏଠାକୁ ଆସିବୁ ବୋଲି ମନସ୍ତ କରିଛୁ,’’ କହିଛନ୍ତି ପଶ୍ଚିମ ବଙ୍ଗରୁ ଆସିଥିବା ପର୍ଯ୍ୟଟକ ତପନ ଚୌଧୁରୀ ।



ଜିଲ୍ଲା ବନ ବିଭାଗ ଏସିଏଫ ଶରତ ବେହେରା କହିଛନ୍ତି, ‘‘ଆମର କୋଭିଡ ଏସଓପି ଯାହା ରହିଛି ତାକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ଗତ ବର୍ଷ ତୁଳନାରେ ଏ ପର୍ଯ୍ୟନ୍ତ ଅଳ୍ପ ପରିମାଣରେ ପର୍ଯ୍ୟଟକ ଆସିଛନ୍ତି । ହେଲେ ଆଗାମୀ ୨୫ ତାରିଖରୁ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ବୁକିଂ ବଢ଼ୁଛି । ତେଣୁ ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ ।’’
Published by: Anand Shankar Thankur Das
First published: December 23, 2020, 4:16 PM IST
corona virus btn
corona virus btn
Loading