News18 Odia Digital
କଟକ: ରାଜ୍ୟ ରାଜଧାନୀ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଥାନା ମାନଙ୍କରେ ଗଠିତ POPD ଏବଂ Team-60ର ମିଳିତ ପ୍ରୟାସରେ ଡିସେମ୍ବର ମାସ ମଧ୍ୟରେ ବିଭିନ୍ନ ସମ୍ପତ୍ତିଗତ, ଚୋରି କିମ୍ବା ଛିନତାଇ ଅପରାଧରେ ସର୍ବମୋଟ ୯୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସେଥି ମଧ୍ୟରୁ ୩୦ଜଣ ଅଭିଯୁକ୍ତକୁ ରିମାଣ୍ଡ ହୋଇଛନ୍ତି ଏବଂ ମୋଟ ୧୩ଜଣ ଅଭ୍ୟାସଗତ ଅପରାଧିଙ୍କ ବିରୋଧରେ ସିଆରପିସି-୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଗତ ଡିସେମ୍ବର ମାସରେ ଚୋରି ଯାଇଥିବା ବିଭିନ୍ନ ବ୍ରାଣ୍ଡର ୪୧ଟି ଦାମୀ ମୋବାଇଲ ଫୋନ ସହ ୨୫୦ଗ୍ରାମ ଓଜନର ରୂପା ଗହଣା ଏବଂ ମୋଟ ୧,୨୨,୩୦୦ ଟଙ୍କା ମଧ୍ୟ ଜବତ କରାଯାଇପାରିଛି। ଗାଡି ଚୋରି ମାମଲାର ତଦନ୍ତ ସମୟରେ ଦୁଇ, ତିନି, ଚାରି ଚକିଆ ଗାଡ଼ି ମିଶି ସମୁଦାୟ ୨୪ଟି ଚୋରା ଗାଡି ମଧ୍ୟ ଜବତ କରାଯାଇ ପାରିଛି।
ସୂଚନାଯୋଗ୍ୟ, ଜନସାଧାରଣମାନେ ମୋବାଇଲ, ଗାଡି, ସୁନା, ରୂପା ଗହଣା ଚୋରି, ଛିନତାଇ ତଥା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି। ଯେଉଁଥିରେ ଜନସାଧାରଣ ପୋଲିସ ସହ ସିଧା ସଳଖ ଫୋନ ଯୋଗେ ଯୋଗାଯୋଗରେ ରହିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।