ବାଲେଶ୍ୱର Bypoll: କେଉଁ ଦଳ ବାଣ୍ଟୁଛି ଟଙ୍କା? ଦୁଇ ବଡ଼ ନେତାଙ୍କ ଅଭିଯୋଗ ପରେ ଆଲୋଡ଼ନ ହେଲା

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବା ସମୟରେ ମୁଁହାମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ରର ଦୁଇ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ କରି ଦୁଇ ବରିଷ୍ଠ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗିଛନ୍ତି ।

ବାଲେଶ୍ୱର Bypoll: କେଉଁ ଦଳ ବାଣ୍ଟୁଛି ଟଙ୍କା? ଦୁଇ ବଡ଼ ନେତାଙ୍କ ଅଭିଯୋଗ ପରେ ଆଲୋଡ଼ନ ହେଲା
ବିଜେଡି ପକ୍ଷରୁ ଆୟୋଜିତ ଏକ ମହିଳା ବାଇକ୍ ରାଲିର ଏକ ଦୃଶ୍ୟ
  • News18 Odia
  • Last Updated: October 31, 2020, 10:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବିଧାନ ସଭା ଉପନିର୍ବାଚନ ପାଇଁ ଚାଲିଥିବା ଘମାସାନ ପ୍ରଚାର ମଧ୍ୟରେ ଭୋଟରଙ୍କୁ ଟଙ୍କା ବଣ୍ଟାଯିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବା ସମୟରେ ମୁଁହାମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ରର ଦୁଇ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଟଙ୍କା ବାଣ୍ଟିବା ଅଭିଯୋଗ କରି ଦୁଇ ବରିଷ୍ଠ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗିଛନ୍ତି ।

ଓଡ଼ିଶାର ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ‘‘ଆମେ ଖବର ପାଇଛୁ ଯେ ବିଜେପି କିଛି ସ୍ଥାନରେ ଟଙ୍କା ବାଣ୍ଟି ଭୋଟ ନେବାକୁ ପ୍ରୟାସ କରୁଛି । ବାଲେଶ୍ୱର ବାସୀ ଏହାର ଉଚିତ ଜବାବ ଦେବେ ।’’ ଜେନାଙ୍କ ଏହି ବକ୍ତବ୍ୟ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାର ପ୍ରତ୍ୟୁତ୍ତରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବିଜେପି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଚାର କରୁଛନ୍ତି ।


‘‘ଆମ ପାଖରେ (ବିଜେପି ପାଖରେ) ଟଙ୍କା ନାହିଁ; ଆମେ ଧାର କରଜ କରି ନିର୍ବାଚନ ଲଢ଼ୁଛୁ । ବିଜେଡି ର ନେତାମାନେ ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି,’’ କହିଛନ୍ତି ଷଢ଼ଙ୍ଗୀ । ଉଭୟ ଦଳର ନେତା ଦାବି କରିଛନ୍ତି ଯେ ଲୋକଙ୍କ ସମର୍ଥନ ସେମାନଙ୍କ ଦଳ ପ୍ରତି ଅଧିକ ରହିଛି ।

ଏହା ବି ପଢ଼ନ୍ତୁ | ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେ

ବରିଷ୍ଠ କଂଗ୍ରେସ ବିଧ୍ୟାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ କଂଗ୍ରେସ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କରିଥିବାରୁ ପୂର୍ବରୁ କଂଗ୍ରେସର ରେକର୍ଡ଼ ଭଲ ନ ଥିଲେ ମଧ୍ୟ ଏ ଥର ବାଲେଶ୍ୱର ସଦରରେ ପରିବର୍ତ୍ତନ ହେବ । ‘‘ସବୁ ଆକଳନ ଫେଲ୍‌ ମାରିବ । ଏ ଥର ବାଲେଶ୍ୱର ଦଖଲ କରିବ କଂଗ୍ରେସ,’’ ସେ କହିଛନ୍ତି ।

ରବିବାର ସନ୍ଧ୍ୟା ୬ଟାରୁ ବନ୍ଦ ହେବ ପ୍ରଚାର । ତେଣୁ ତିନୋଟି ଯାକ ମୁଖ୍ୟ ଦଳ ଲାଗିପଡ଼ିଛନ୍ତି ଜୋରସୋର୍‌ ପ୍ରଚାରରେ । ହାତରେ ୨୪ ଘଣ୍ଟାରୁ କମ୍‌ ସମୟ ଥିବାରୁ ମାରାଥନ୍‌ ପ୍ରଚାର ଉପରେ ଫୋକସ କରିଛନ୍ତି ତିନୋଟି ଦଳ । ଛକ ଛକ ରେ ମିଟିଂ, ଭାଷଣ ଓ ରୋଡ଼ ଶୋ’ରେ କମ୍ପୁଛି ବାଲେଶ୍ୱର ।

ତାରାପ୍ରସାଦ ବାହିନୀପତିଙ୍କ ସହ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ।


ଶନିବାର ଦିନ ବିଜେଡି କରିଥିଲା ମାରାଥନ ପ୍ରଚାର । କସିପଦା, ଆଙ୍କ, ରୁପ୍ସା ଓ ଶ୍ରୀକୋଣା ଆଦି ଅଞ୍ଚଳରେ ପ୍ରାର୍ଥୀ ସ୍ୱରୂପ ଦାସ ପ୍ରଚାର କରିଥିଲେ । ଶ୍ରୀକୋଣା ଠାରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଦଳର ହେଭିଓଟ୍‌ ନେତାମାନେ ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ପାଟଶାଣୀ, ରବୀନ୍ଦ୍ର ଜେନା, ଅଭିନେତା ଆକାଶ ଦାସ ନାୟକ ଓ ଚଳଚିତ୍ର ଅଭିନେତ୍ରୀ ପୁନମ୍‌ ମିଶ୍ର ପ୍ରଚାରରେ ସାମିଲ୍‌ ହୋଇଥିଲେ । ବାଲେଶ୍ୱର ସହରରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରୁ ବିଜେଡିର ଏକ ମହିଳା ସ୍କୁଟି ରାଲି ଅଭିନେତ୍ରୀ ଏଲିନା ଦାଶଙ୍କ ନେତୃତ୍ୱରେ ବାହାରି ପ୍ରଚାର କରିଥିଲା ।

ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଏକ ରୋଡ଼ ଶୋ’ କରିଥିଲେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । ଜିଲ୍ଲା ସ୍କୁଲ୍‌ ନିକଟ ବିଜେପି କାର୍ଯ୍ୟଳୟରୁ ଏକ ବିରାଟ ରୋଡ଼ ଶୋ’ରେ ଦୁଇ ନେତା ବାହାରି ସହର ପରିକ୍ରମା କରି ଚାନ୍ଦମାରି ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ । ଷଢ଼ଙ୍ଗୀ ପାତ୍ରପଡା ଓ ଗୁଡ଼ିପଦା ଆଦି ଅଞ୍ଚଳରେ ବି ମାରାଥନ ପ୍ରଚାର କରିଥିଲେ । ବିଜେପିର ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ଉପରେ ବର୍ଷିଥିଲେ ।



କଂଗ୍ରେସ ପକ୍ଷରୁ ସିନ୍ଧିଆ, ଗୋପୀନାଥପୁର, ଛାନୁଆ, ବାହାବଳପୁର, ପରଖି ଓ କସିପଦା ଆଦି ଅଞ୍ଚଳରେ କରାଯାଇଥିଲା ପ୍ରଚାର । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ସହିତ ବିଧ୍ୟାୟକ ତାରାପ୍ପରସାଦ ବାହିନୀପତି ପ୍ରଚାର କରିଥିଲେ ।
Published by: Anand Shankar Thankur Das
First published: October 31, 2020, 10:48 PM IST
corona virus btn
corona virus btn
Loading