ଆସନ୍ତା କାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଭୋର ପୂର୍ବରୁ ଡ଼ଙ୍ଗା ଭସା

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଗ୍ରହଣ ଗ୍ରସ୍ତର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ଦିନ ସକାଳ ୫.୩୯ ମିନିଟ ଠାରୁ ଦେବନୀତି ପାକତ୍ୟାଗ (ଅନ୍ନଭୋଜନ) ବନ୍ଦ ରହିବ ।

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ (ପ୍ରତୀକାତ୍ମକ ଛବି)

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଦୃଶ୍ୟମାନ ହେବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସନ୍ଧ୍ୟା ୫ଟା ୫ ମିନିଟରୁ ଦୃଶ୍ୟମାନ ହୋଇ ୬ଟା ୧୯ ପର୍ଯ୍ୟନ୍ତ ରହିବ। ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ। ସେଥିପାଇଁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରୀୟମରେ ହୋଇଛି ସ୍ୱତନ୍ତ୍ର ଆୟୋଜନ। ଶାସ୍ତ୍ର ମତରେ ସକାଳ ୫ ଟା ୩୯ ରୁ ଦେବ ନୀତି ବନ୍ଦ ରହିବା ସହ ପାଖ ତ୍ୟାଗ କରାଯିବ। ସେପଟେ ଲିଙ୍ଗରାଜ ମନ୍ଦିରରେ ଟେରାଫିଟା ନୀତି ପରେ ବନ୍ଦ ରହିବ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ନୀତି।

ଆସନ୍ତାକାଲି ଦେଖିବାକୁ ମିଳିବ ବିରଳ ଓ ମହାଜାଗତିକ ଦୃଶ୍ୟ। ଆସନ୍ତାକାଲି ପୂର୍ଣ୍ଣିମାରେ ଦୃଶ୍ୟମାନ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଛାଇ ଆଲୁଅର ଏହି ଖେଳ ରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସଳରେଖାରେ ରହେ। ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିବା ଯୋଗୁ ଚନ୍ଦ୍ରଟି କିଛି ସମୟ ପାଇଁ ଘୋଡାଇ ହୋଇଯାଏ। ଆସନ୍ତାକାଲି ଚନ୍ଦ୍ର ୫ଟା୫ ମିନିଟରେ ଚନ୍ଦ୍ର ଉଦୟ ସମୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗି ଥିବ। ୫ଟା ୧୧ ମିନିଟ ପର୍ଯ୍ୟନ୍ତ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ। ଫଳରେ ମାତ୍ର ୭ ମିନିଟ ପାଇଁ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାରା ରାଜ୍ୟରେ ଦେଖିବାକୁ ମିଳିବ। ୫ଟା ୧୧ ରୁ ୬.୧୯ ପର୍ଯ୍ୟନ୍ତ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିପାରିବେ। ଏଭଳି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରୀୟମରେ ହୋଇଛି ସ୍ୱତନ୍ତ୍ର ଆୟୋଜନ। ଦୁଇଟି ଦୂରବିକ୍ଷଣ ଯନ୍ତ୍ର ସହ ବାଇନାକୁଲର ବ୍ୟବସ୍ଥା ହୋଇଛି। ସାଧାରଣ ଲୋକେ ଚାହିଁଲେ ବିନା ମୂଲ୍ୟରେ ଏହାକୁ ଦେଖି ପାରିବେ ଓ ଏ ବିଷୟରେ ଜାଣିପାରିବେ। ଏଥିପାଇଁ ଟୋକନ ବ୍ୟବସ୍ଥା କରାଯାଇଛି।

ନଭେମ୍ବର ୮ ତାରିଖ କାର୍ତ୍ତିକ ମାସ ପୂର୍ଣ୍ଣିମା ମଙ୍ଗଳବାର ଦିନ ରାହୁ ଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଓଡିଶା ସମେତ ଭାରତରେ ଦୃଶ୍ୟମାନ ହେବ। ଏହି ଚନ୍ଦ୍ରଗ୍ରହଣ ଓଡିଶାର ବିଭିନ୍ନ ସ୍ଥାନରେ ଏକ ସମୟରେ ଆରମ୍ଭ ହୋଇ ଗ୍ରହଣ ମୋକ୍ଷ ମଧ୍ୟ ଏକ ସମୟରେ ହେବ । ଏହି ଗ୍ରହଣ ସ୍ପର୍ଶ ସମୟ ଦିବା ୨.୩୯ ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୬.୧୯ ମିନିଟ୍‌ରେ ମୋକ୍ଷ ହେବ । ଏଥି ନିମନ୍ତେ ଚନ୍ଦ୍ରଗ୍ରହଣ, ଗ୍ରହଣ ଗ୍ରସ୍ତର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ୮.୧୧.୨୨ ମଙ୍ଗଳବାର ଦିନ ପ୍ରାତଃ ୫.୩୯ ମିନିଟ ଠାରୁ ଦେବନୀତି ବନ୍ଦ ରହିବ ଓ ପାକତ୍ୟାଗ (ଅନ୍ନଭୋଜନ) ବନ୍ଦ ରହିବ ଅର୍ଥାତ୍ ସେହିଦିନ ପ୍ରାତଃ ୫.୩୯ ମିନିଟ୍ ଠାରୁ ସନ୍ଧ୍ୟା ୬.୧୯ ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନ କରିବା ନିଷେଧ  ବୋଲି ଶାସ୍ତ୍ରାନୁମତ ରହିଛି। ଏଣୁ ଲିଙ୍ଗରାଜ ମନ୍ଦିରରେ ଆଜି ରାତି ୧୦ଟା ପରେ ବାବା ଲିଙ୍ଗରାଜଙ୍କ ଦେବ ନୀତି ପୁର୍ଣିମା ପାଇଁ ଆରମ୍ଭ ହେବ। ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ସକାଳ ୫.୩୫ ପର୍ଯ୍ୟନ୍ତ ଟେରାଫିଟା ନୀତି ହେବ। ରାତି ୧୨ ଟାରୁ ଡ଼ଙ୍ଗାବସା ଓ ଦିଅଁ ଦର୍ଶନ ହେବ। ଏହାପରେ ଦେଵନୀତି ବନ୍ଦ ରହିବ। ସନ୍ଧ୍ୟାରେ ଗ୍ରହଣ ସ୍ନାନ ପରେ ପୁଣି ସନ୍ଧ୍ୟା ଆଳତି ଓ ଅନ୍ୟାନ୍ୟ ନୀତି ହେବ।

ଏବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ପୁଣି ଦୀର୍ଘ ୩ ବର୍ଷ ପରେ ଦେଖିବାକୁ ମିଳିବ ଏହି ଯୋଗ। ପରବର୍ତୀ ଗ୍ରହଣ ୨୦୨୫ ସେପ୍ଟେମ୍ବର ୭ ତାରିଖରେ ଦେଖିବାକୁ ମିଳିବ।
Published by:Soumya Das
First published: