ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଟମାଟୋରେ ଲାଗିଲା ନିଆଁ! ସାରା ଦେଶରେ ହୁ ହୁ ହୋଇ ବଢ଼ିଲା ଦାମ୍; ୭୨ ଟଙ୍କା ପାର୍ କଲା

ଟମାଟୋରେ ଲାଗିଲା ନିଆଁ! ସାରା ଦେଶରେ ହୁ ହୁ ହୋଇ ବଢ଼ିଲା ଦାମ୍; ୭୨ ଟଙ୍କା ପାର୍ କଲା

Tomato prices keep rising across country | ମେଟ୍ରୋ ସହରଗୁଡିକ ମଧ୍ୟରେ ଟମାଟୋର ସବୁଠୁ ଅଧିକ ଖୁଚୁରା ଦାମ୍ ଏବେ କୋଲକାତାରେ । ସେଠି ଏହି ମାସ ଆରମ୍ଭରେ ଟମାଟୋର ଦାମ୍ କିଲୋ ପିଛା ୩୫ରୁ ୩୮ ଟଙ୍କା ଥିଲା, କିନ୍ତୁ ଏବେ ତାହା ବଢ଼ି ୭୨ ଟଙ୍କା ପାର୍ କରିଛି ।

ଟମାଟୋରେ ଲାଗିଲା ନିଆଁ! ସାରା ଦେଶରେ ହୁ ହୁ ହୋଇ ବଢ଼ିଲା ଦାମ୍; ୭୨ ଟଙ୍କା ପାର୍ କଲା
ଟମାଟୋର ଦର ବୃଦ୍ଧି ଲୋକଙ୍କୁ ଖୁବ୍ ହଇରାଣ କରୁଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 13, 2021, 11:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ (Petrol-Diesel) ଓ ଗ୍ୟାସ୍‌ ଦର (Gas Prices) ତ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଏବେ ପନିପରିବା ଦର (Prices of Vegetables) ବି ବଢ଼ିବାରେ ଲାଗିଲାଣି । ଦେଶର ଚାରୋଟି ପ୍ରମୁଖ ମେଟ୍ରୋ ସହରରେ ଟମାଟୋର ଦାମ୍‌ ଆକାଶ ଛୁଆଁ ହେବା ଆରମ୍ଭ କରିଛି । ଏହି ମେଟ୍ରୋ ସହରଗୁଡିକରେ ଟମାଟୋ କିଲୋ ପିଛା ୭୨ ଟଙ୍କା ପାର୍‌ କରିସାରିଛି ।

ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ପରି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ଟମାଟୋ ଯୋଗାଣ ବ୍ୟାହତ ହୋଇଛି । ଏହି କାରଣରୁ ମେଟ୍ରୋ ସହରଗୁଡିକର ଖୁଚୁରା ବଜାରରେ ଟମାଟୋର ଦାମ୍‌ କିଲୋ ପିଛା ୭୨ ଟଙ୍କା ପାର୍‌ କରିଛି ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ ଖୋଲିବ; ତାଙ୍କ ସାଙ୍ଗ ଏବେ ପୋଲିସ କବଜାରେ; କାର୍ମାଲିକ ଏବେ ବି ଫେରାର୍

ମେଟ୍ରୋ ସହରଗୁଡିକ ମଧ୍ୟରେ ଟମାଟୋର ସବୁଠୁ ଅଧିକ ଖୁଚୁରା ଦାମ୍‌ କୋଲକାତାରେ ଦେଖାଯାଇଛି । କୋଲକାତାରେ, ଏହି ମାସ ଆରମ୍ଭରେ ଟମାଟୋର ଦାମ୍‌ କିଲୋ ପିଛା ୩୫ରୁ ୩୮ ଟଙ୍କା ଥିଲା, କିନ୍ତୁ ୧୨ ଅକ୍ଟୋବର ସୁଦ୍ଧା ଏହି ଦାମ୍‌ କିଲୋ ପିଛା ୭୨ ଟଙ୍କାରେ ପହଞ୍ଚିଥିଲା ।

ଏହା ବି ପଢ଼ନ୍ତୁ | କଟକରୁ ଦେବୀ ଦୁର୍ଗାଙ୍କ ପ୍ରତି ଦିନର ବେଶର ଡିଜିଟାଲ୍ଦର୍ଶନ ସୁବିଧା ଏବେ Jio Newsରେ ମିଳୁଛି; ଦେଖନ୍ତୁ

କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଦିଲ୍ଲୀ ଓ ଚେନ୍ନାଇରେ ଟମାଟୋର ଖୁଚୁରା ଦାମ୍‌ ଗୋଟିଏ ମାସ ତଳେ ଥିବା ଦରଠାରୁ କିଲୋଗ୍ରାମ ପିଛା ₹୩୦ ଓ ₹୨୦ ବଢ଼ି ₹୫୬ରେ ପହଞ୍ଚିଯାଇଛି । ଏହି ତଥ୍ୟରୁ ଜଣାପଡିଛି ଯେ ମୁମ୍ବାଇର ଖୁଚୁରା ବଜାରରେ ଟମାଟୋର ଦାମ୍‌ କିଲୋଗ୍ରାମ ପିଛା ₹୧୫ ବଢ଼ି ₹୫୩ ହୋଇଛି ।

ଟମାଟୋର ଦର ବୃଦ୍ଧି ପଛରେ ଅଛି ଅସମୟ ବର୍ଷା । (ପ୍ରତୀକାତ୍ମକ ଛବି)


ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ଦିଲ୍ଲୀର ଆଜାଦପୁର ସବଜୀ ମଣ୍ଡିର ଟମାଟୋ ଆସୋସିଏସନ କହିଛି ଯେ ପ୍ରବଳ ଓ ଅସମୟ ବର୍ଷା ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଫସଲ ଉତ୍ପାଦନକୁ କ୍ଷତି ପହଞ୍ଚାଇଥିବା ଯୋଗୁଁ ଦିଲ୍ଲୀ ଭଳି ବଜାରରେ ଯୋଗାଣ ପ୍ରଭାବିତ ହୋଇଛି । ଏହା ଦ୍ୱାରା ଉଭୟ ହୋଲସେଲ୍‌ ଓ ଖୁଚୁରା ବଜାରରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; କୋଟି ଟଙ୍କା ଜବତ, ଗିରଫ

ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟମାଟୋ ଉତ୍ପାଦନକାରୀ ଦେଶ । ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜାଦପୁର ମଣ୍ଡି ହେଉଛି ଫଳ ଓ ପନିପରିବା ପାଇଁ ଏସିଆର ସର୍ବବୃହତ ହୋଲସେଲ୍‌ ବଜାର । ଏହା ସହିତ ଶିମଲା ପରି ପାହାଡ଼ିଆ ଅଞ୍ଚଳରେ ଅଯଥା ବର୍ଷା ଯୋଗୁଁ ଫସଲ ପ୍ରଭାବିତ ହୋଇଛି । ବିଶ୍ୱାସ କରାଯାଉଛି ଯେ ଟମାଟୋ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକରେ ଅସମୟ ବର୍ଷା ଯୋଗୁଁ ଟମାଟୋ ଫସଲର ୬୦ ପ୍ରତିଶତ ନଷ୍ଟ ହୋଇଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍‌ ଫୋନ୍‌ ହେଲା କାଳ; ଗେମ୍‌ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ଆଜାଦପୁର ମଣ୍ଡିରେ ଟମାଟୋ ଦାମ୍‌ ପ୍ରାୟ ଦୁଇ ଗୁଣ ହୋଇ ମାସକରେ କେଜି ପିଛା ୪୦ରୁ ୬୦ ଟଙ୍କା ହୋଇଛି । ଏହାର କାରଣ ହେଉଛି ଟମାଟୋ ଆସିବାରେ ୨୫୦ରୁ ୩୦୦ ଟନ୍ ହ୍ରାସ ଘଟିଛି । ବର୍ତ୍ତମାନ ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକର ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ଟମାଟୋ ଅମଳ ଚାଲିଛି । ଟମାଟୋ ଫସଲ ଅମଳ ପାଇଁ ପ୍ରାୟ ଦୁଇ-ତିନି ମାସ ଲାଗେ ।
Published by: Anand S.T. Das
First published: October 13, 2021, 11:11 PM IST