Tomato Price: ଟମାଟୋରେ ଲାଗିଛି ନିଆଁ; ଏହି ସ୍ଥାନରେ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି

Tomato price rises across country reaches Rs 140 at some places | ଟମାଟୋର ବଢିଚାଲିଥିବା ଦର ବିଷୟରେ କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଦେଇଛି । ଦେଶର ଅଧିକାଂଶ ଖୁଚୁରା ବଜାରରେ ସେପ୍ଟେମ୍ବର ମାସ ଶେଷଠାରୁ ଟମାଟୋର ଦାମ୍ ବଢ଼ିବା ଆରମ୍ଭ କରିଛି ।

ଟମାଟୋ କିଣିବା ସାଧାରଣ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇଛି । (ପ୍ରତୀକାତ୍ମକ ଛବି)

ଟମାଟୋ କିଣିବା ସାଧାରଣ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର ଅନେକ ସ୍ଥାନରେ ଟମାଟୋର ଦାମ୍‌ (tomato price) ପୁଣି ଥରେ ଏକ ବଡ଼଼ ଡିଆଁ ମାରିଛି । ଦକ୍ଷିଣ ଭାରତର ଅନେକ ସହରରେ ଖୁଚୁରା ବଜାରରେ ଟମାଟୋର ଖୁଚୁରା ଦାମ୍‌ କିଲୋ ପିଛା ୧୪୦ ଟଙ୍କାରେ ପହଞ୍ଚିଛି । ପ୍ରବଳ ବର୍ଷା ଯୋଗୁଁ ପନିପରିବାର ଯୋଗାଣ ବ୍ୟାଘାତ ହେବାରୁ ଦକ୍ଷିଣ ଭାରତରେ ଟମାଟୋ ମହଙ୍ଗା ହୋଇଛି । ଭାରତ ସରକାରଙ୍କ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦକ୍ଷିଣ ଭାରତର ଆଣ୍ଡାମାନ ଓ ନିକୋବରର ମାୟାବନ୍ଦରରେ ଟମାଟୋ କିଲୋଗ୍ରାମ ପିଛା ୧୪୦ ଟଙ୍କାରେ ଓ ପୋର୍ଟ ବ୍ଲେୟାରରେ କିଲୋଗ୍ରାମ୍‌ ପିଛା ୧୨୭ ଟଙ୍କାରେ ବିକ୍ରି ହେଉଛି ।

କେରଳର ରାଜଧାନୀ ଥିରୁଅନନ୍ତପୁରମରେ ଟମାଟୋର ଦାମ୍‌ କିଲୋଗ୍ରାମ ପିଛା ୧୨୫ ଟଙ୍କା, ପାଲାକଡ ଓ ୱାୟାନାଡରେ ୧୦୫ ଟଙ୍କା, ଥ୍ରିସୁରରେ ୯୪ ଟଙ୍କା, କୋଇକୁଡରେ ୯୧ ଟଙ୍କା ଓ କୋଟାୟମରେ ୮୩ ଟଙ୍କା ରହିଛି । ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଟମାଟୋର ଦାମ୍‌ କିଲୋଗ୍ରାମ ପିଛା ୭୭ ଟଙ୍କା, ତିରୁପତିରେ ୭୨ ଟଙ୍କା, ତେଲେଙ୍ଗାନାର ୱାରାଙ୍ଗାଲରେ ୮୫ ଟଙ୍କା ଓ ପୁଡୁଚେରୀରେ ୮୫ ଟଙ୍କା ରହିଛି । ଯଦି ଆମେ ଦେଶର ମେଟ୍ରୋ ସହରଗୁଡିକରେ ଦାମକୁ ଦେଖିବା, ତେବେ ସୋମବାର ଦିନ ଟମାଟୋ ମୁମ୍ବାଇରେ କିଲୋଗ୍ରାମ୍‌ ପିଛା ୫୫ ଟଙ୍କା, ଦିଲ୍ଲୀରେ ୫୬ ଟଙ୍କା, କୋଲକାତାରେ ୭୮ ଟଙ୍କା ଓ ଚେନ୍ନାଇରେ ୮୩ ଟଙ୍କାରେ ବିକ୍ରି ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ଜଣଙ୍କ ପ୍ରାଣ ଗଲା

ଦକ୍ଷିଣ ଭାରତରେ ଟମାଟୋ ଦାମ୍‌ ଆକାଶଛୁଆଁ ହୋଇଛି
ଦେଶର ଅଧିକାଂଶ ଖୁଚୁରା ବଜାରରେ ସେପ୍ଟେମ୍ବର ମାସ ଶେଷଠାରୁ ଟମାଟୋର ଦାମ୍‌ ବଢ଼ିବା ଆରମ୍ଭ କରିଛି, କିନ୍ତୁ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଏ ଥର ଖୁ୍ବ୍‌ ବର୍ଷା ହୋଇଥିବାରୁ ଟମାଟୋର ଦାମରେ ଭୀଷଣ ବୃଦ୍ଧି ଘଟିଛି । ଟମାଟୋ ଦାମ୍‌ ବିଷୟରେ ତଥ୍ୟ ପ୍ରକାଶ କରି ଭାରତ ସରକାର କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଟମାଟୋର ଦାମରେ ବୃଦ୍ଧି ଘଟିଛି କାରଣ ବର୍ଷା ଯୋଗୁଁ ଏହି ପରିବାର ଯୋଗାଣ ବ୍ୟାହତ ହୋଇଛି ।

 ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍‌ ମର୍ଡ଼ର: ନାବାଳକ ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ବାକି ସ୍ଥାନଗୁଡ଼ିକରେ ଟମାଟୋର ଦାମ୍‌ କେତେ?
ସରକାରଙ୍କ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସୋମବାର ଦିନ ଉତ୍ତର ଭାରତରେ ଟମାଟୋର ଦାମ୍‌ କିଲୋଗ୍ରାମ୍‌ ପିଛା ୩୦ ଟଙ୍କାରୁ ୮୩ ଟଙ୍କା ମଧ୍ୟରେ ଥିଲା । ଦେଶର ପଶ୍ଚିମ ଭାଗରେ ଟମାଟୋର ଦାମ୍‌ କିଲୋଗ୍ରାମ ପିଛା ୩୦ ଟଙ୍କାରୁ ୮୫ ଟଙ୍କା ମଧ୍ୟରେ ଓ ପୂର୍ବ ଭାରତରେ ୩୯ ଟଙ୍କାରୁ ୮୦ ଟଙ୍କା । ଗତ କିଛି ସପ୍ତାହ ଧରି ଦେଶର ଅଧିକାଂଶ ଭାଗରେ ଟମାଟୋର ହାରାହାରି ଦାମ୍‌ କିଲୋଗ୍ରାମ୍‌ ପ୍ରତି ୬୦ ଟଙ୍କା ରହିଆସିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମାସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ

ମାଙ୍ଗାଲୁରୁରେ ଟମାଟୋ କିଲୋଗ୍ରାମ୍‌ ପିଛା ୧୦୦ ଟଙ୍କା ଓ କର୍ଣ୍ଣାଟକର ତୁମାକୁରୁ, ଧରୱାଡରେ ୭୫ ଟଙ୍କା, ମୈସୁରୁରେ ୭୪ ଟଙ୍କା, ଶିବମୋଗାରେ ୬୭ ଟଙ୍କା, ଦାୱଣଗେରେରେ ୬୪ ଟଙ୍କା ଓ ବେଙ୍ଗାଲୁରୁରେ ୫୭ ଟଙ୍କା ରହିଛି । ତାମିଲ ନାଡୁରେ ଟମାଟୋ ରାମନାଥପୁରମରେ କିଲୋଗ୍ରାମ ପିଛା ୧୦୨ ଟଙ୍କା, ତିରୁନେଲଭେଲିରେ ୯୨ ଟଙ୍କା, କୁଡାଲୋରରେ ୮୭ ଟଙ୍କା, ଚେନ୍ନାଇରେ ୮୩ ଟଙ୍କା ଓ ଧର୍ମାପୁରୀରେ 7୫ ଟଙ୍କା କିଲୋଗ୍ରାମ୍‌ ପିଛା ଦରରେ ବିକ୍ରି ହେଉଛି ।
Published by:Anand S.T. Das
First published: