ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ; ବ୍ୟାଡମିଣ୍ଟନରେ ଆଣି ପାରନ୍ତି ଗୋଲ୍ଡ ମେଡାଲ

ପୂର୍ବ ଅଲମ୍ପିକ୍ସ ତୁଳନାରେ ଚଳିତ ବର୍ଷ ଭାରତ ଅଧିକ ପଦକ ଆଶା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆଜି ଠାରୁ ଆରମ୍ଭ ହୋଇଥିବା ପାରା ଅଲମ୍ପିକ୍ସ ଆୟୋଜନ ସେପ୍ଟେମ୍ବର ପାଞ୍ଚ ତାରିଖରେ ପର୍ଯ୍ୟନ୍ତ ଚାଲିବ ।

ଟୋକିଓ ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଆଣିବା ଆଶାରେ ପ୍ରମୋଦ ଭଗତ

ଟୋକିଓ ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଆଣିବା ଆଶାରେ ପ୍ରମୋଦ ଭଗତ

  • Share this:
News18 Odia Digital

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଟୋକିଓ ପାରା ଅଲମ୍ପିକ୍ସ। ଏଥିରେ ୧୬୩ଟି ଦେଶର ୪,୫୦୦ରୁ ଅଧିକ ଆଥଲେଟ ଭାଗ ନେଉଛନ୍ତି। ୨୨ କ୍ରୀଡ଼ାର ୫୪୦ଟି ଇଭେଣ୍ଟରେ ପ୍ରତିଦ୍ବନ୍ଦିତା କରିବେ ଏହି ଖେଳାଳିମାନେ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ୫୪ ଜଣିଆ ଭରତୀୟ ଦଳ। ଏଥିରେ ସାମିଲ ଅଛନ୍ତି ବ୍ୟାଡମିଣ୍ଟନ ପ୍ଲେୟାର ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ।

ପୂର୍ବ ଅଲମ୍ପିକ୍ସ ତୁଳନାରେ ଚଳିତ ବର୍ଷ ଭାରତ ଅଧିକ ପଦକ ଆଶା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆଜି ଠାରୁ ଆରମ୍ଭ ହୋଇଥିବା ପାରା ଅଲମ୍ପିକ୍ସ ଆୟୋଜନ ସେପ୍ଟେମ୍ବର ୫ ତାରିଖରେ ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ଥର ପାଇଁ ପାରା ଅଲମ୍ପିକ୍ସରେ ସାମିଲ ହୋଇଥିବା ବ୍ୟାଡମିଣ୍ଟନରେ ଏଥର ପଦକ ଆଶା ରଖିଛି ଭାରତ । କାରଣ ଏଥର ବ୍ୟାଡ଼ମିଣ୍ଟରେ ଭାଗ ନେଇଛନ୍ତି ବିଶ୍ୱର ଏକ ନମ୍ବର ତଥା ଏକାଧିକ ଥର ବିଶ୍ୱ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ। ସ୍ୱର୍ଣ୍ଣ ପଦକ ଆଶାୟୀଙ୍କ ମଧ୍ୟରେ ଆଗ ଧାଡ଼ିରେ ରହିଛନ୍ତି ପ୍ରମୋଦ। ଏଫଏଲ-୩ ପୁରୁଷ ସିଙ୍ଗଲ୍ସରେ ଭାଗ ନେବେ ପ୍ରମୋଦ।

ମିଶ୍ରିତ ବିଭାଗରେ ପଲକ କୋହଲିଙ୍କ ସହ ଖେଳିବେ। ଡବଲ୍ସରେ ବି ପଦକ ଆଶା ରହିଛି। ଜୁଲାଇ ୨୪ ତାରିଖରେ ବ୍ୟାଡମିଣ୍ଟନ୍ ୱାଲ୍ଡ ଫେଡେରେସମ୍ BWF ପକ୍ଷରୁ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଓ ପାରା ଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆକୁ ଏ ନେଇ ସୂଚନା ଦିଆଯାଇଥିଲା।

ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ


ଏହା ପୂର୍ବରୁ ପ୍ରମୋଦ ସିଙ୍ଗଲ୍ସରେ ଟୋକିଓ ଟିକେଟ ପାଇସାରିଥିଲେ। ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ମିକ୍ସଡ଼ ଡବଲ୍ସରେ ଚୟନ ହେବା ରାଜ୍ୟ ପାଇଁ ଗର୍ବର କଥା।

"ଓଡ଼ିଶା ପାରା ଅଲିମ୍ପିକ୍ସରେ ୨ଟି ପଦକ ପ୍ରମୋଦ ଠାରୁ ଆଶା କରୁଛି। ଶେଷ ଥର ପାଇଁ ପ୍ରମୋଦ ଓ ପଲକ ଯୋଡ଼ି ୨୦୨୧ରେ ଦୁବାଇ ଇଣ୍ଟରନାସନାଲ୍ ମିଶ୍ରିତ ଯୁଗଳରେ ବ୍ରୋଞ୍ଜ ପଦକ ଜିତି ଥିଲେ। ତେଣୁ ଏଥର ମଧ୍ୟ ପଦକ ଆଶା କରାଯାଉଛି, " କହିଛନ୍ତି ଓଡ଼ିଶା ପାରା ସ୍ପୋର୍ଟ୍ସ ସଂଘ ସଭାପତି କମଳାକାନ୍ତ ରଥ।

୨୦୧୬ ରିଓ ଅଲମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ତାରକା ଜାଭଲିନ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଓ ହାଇଜମ୍ପ ତାରକା ମାରିୟାପାନା ଥାଙ୍ଗାଭେଲୁଙ୍କ ନେତୃତ୍ୱରେ ୫ଟି ସ୍ୱର୍ଣ୍ଣ ସହ ୧୫ ପଦକ ଜିତିବାର ଆଶା ରଖିଛି ଭାରତ। ଭରତୀୟ ଆଥଲେଟ ୯ଟି କ୍ରୀଡ଼ା ଇଭେଣ୍ଟରେ ନିଜର ଚମକ ଦେଖାଇବେ। ୫୪ ଜଣିଆ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ବିଶ୍ୱ ମାନ୍ୟତାରେ ଚାରି ଜଣ ଶୀର୍ଷରେ ଥିଲା ବେଳେ ଛଅ ଜଣ ଦ୍ଵିତୀୟରେ ଓ ୧୦ ଜଣ ତୃତୀୟ ସ୍ଥାନରେ ଥିବାରୁ ଅଧିକ ପଦକ ଆଶା କରାଯାଇଛି।

ପାରା ଅଲମ୍ପିକ୍ସରେ ପ୍ରମୋଦ ଭଗତ


ଏହି ଅବସରରେ ପାରା ଅଲମ୍ପିକ୍ସ କମିଟି ଅଫ ଇଣ୍ଡିଆର ମହାସଚିବ ଗୁରୁଚରଣ ସିଂହ କହିଛନ୍ତି, "ଟୋକିଓ ପାରା ଅଲମ୍ପିକ୍ସ ୨୦୨୦ରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ। ବହୁ ସଂଖ୍ୟାରେ ପଦକ ସହ ଦେଶ ଫେରିବ। ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ଦଳର ନେତୃତ୍ୱ ନେବେ ଓ ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରହିଛି ।"

୫୪ ଜଣିଆ ଖେଳାଳିଙ୍କ ମଧ୍ୟରୁ ହରିୟାଣାର ସର୍ବାଧିକ ୧୯ ଜଣ, ଉତ୍ତରପ୍ର ଦେଶରୁ ୮ଜଣ, ରାଜସ୍ଥାନରୁ ୬ ଜଣ ଖେଳାଳି ସାମିଲ ଅଛନ୍ତି।
Published by:Lipina Das
First published: