News18 Odia Digital
ଗଞ୍ଜାମ: ଗଞ୍ଜାମ ବାହାରେ ମଳତ୍ୟାଗକୁ ରୋକିବା ପାଇଁ ସ୍ଵଚ୍ଛ ଭାରତ ମିଶନ ନାମରେ ଘରେ ଘରେ ନିର୍ମାଣ ହେଲା ପାଇଖାନା। ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକେ ନିଜ ପରିବେଶକୁ ସରସ ସୁନ୍ଦର କରିବା ସହ ବାହାରେ ମଳତ୍ୟାଗ ଠାରୁ ଦୂରେଇ ରହିବେ। ହେଲେ ଏହି ଯୋଜନା ଏକ ପ୍ରକାର ଫେଲ୍ ମାରିଥିବା ବେଳେ ଅନେକ ସ୍ଥାନରେ କେବଳ ଠିକାଦାରମାନେ ହିଁ ମାଲାମାଲ ହେବାର ନଜର ଆସିୁଛନ୍ତି।
ଅଧାରେ ରହିଗଲା ଏହି ଯୋଜନା। ଯାହାର ପ୍ରମାଣ ଅନେକ ଥର ଦେଖିବାକୁ ମିଳିଥିବା ବେଳେ ପୁଣି ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଛି।
ଧରାକୋଟ ବ୍ଳକ ଝରପାରି ଗ୍ରାମ ପଞ୍ଚାୟତର କେଶପୁର ଶାସନ। ଯେଉଁ ଗ୍ରାମରେ ଗଲା ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା ପାଇଖାନା। ଏହି ସବୁ ପାଇଖାନା ଗୁଡିକ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ନିର୍ମାଣ ହୋଇଥିବା ବେଳେ ଉଦ୍ଦେଶ୍ୟ ରହିଥିଲା ସାଧାରଣ ଲୋକଙ୍କୁ ବାହାର ମଳତ୍ୟାଗରୁ ରୋକାଯିବା।
ହେଲେ କିନ୍ତୁ ସରକାରଙ୍କ ଉଦ୍ଦେଶ୍ୟ ଚୁଲିକୁ ଗଲା ପରି ମନେ ହେଉଛି। ଆଉ ପାଇଖାନା ନିର୍ମାଣ ଦାୟିତ୍ଵ ନେଇଥିବା ଠିକାଦାର ଅଧପନ୍ତରିଆ ଭାବେ ନିର୍ମାଣ କରିଦେଇ ଚାଲିଯାଇଥିବା ବେଳେ ଭଙ୍ଗା ଦଦରା ହୋଇ ପଡ଼ିରହିଛି ଏହି ସବୁ ପାଇଖାନା। କେଉଁ ପାଇଖାନାର ଉପରେ ଟିଣ ନାହିଁ ତ ଆଉ କେଉଁ ପାଇଖାନାର ମଇଳା ଟାଙ୍କି ନାହିଁ। କିନ୍ତୁ ନାମ ଫଳକ ଲଗାଇ ଦେଇ ଠିକାଦାର ସରକାରଙ୍କ ଅର୍ଥକୁ ଚଳୁ କରି ଦେଇଛି।
ତେବେ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ଥିବା ବେଳେ ପାଇଖାନା ନିର୍ମାଣ ହୋଇ ମଧ୍ୟ ବାହାରକୁ ମଳତ୍ୟାଗ କରିବା ପାଇଁ ଯିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମର ସଞ୍ଜୁ ନାୟକ।
କେବଳ ସେତିକି ନୁହେଁ ନିର୍ମାଣ ହୋଇଥିବା ସବୁ ପାଇଖାନା ଏବେ ଭଙ୍ଗା ଦଦରା ହୋଇପଡ଼ି ରହିଥିବା ବେଳେ ସବୁ ପାଇଖାନା ଲୋକଙ୍କ ଷ୍ଟୋର ରୁମ ପାଲଟିଯାଇଛି। ଆଉ ଲୋକଙ୍କ ମଳତ୍ୟାଗ ବଦଳରେ କାଠ ଡାଙ୍ଗ ଓ ବାଲିଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଏହାର ତଦନ୍ତ ଦାବି କରିଛନ୍ତି। ଆଉ ଯେଉଁ ବାହାରକୁ ମଳତ୍ୟାଗ ପାଇଁ ଲୋକେ ଯାଉଥିଲେ ସେହି ଅବସ୍ଥା ହିଁ ଭୋଗିବାକୁ ପଡୁଛି ବୋଲି କହିଛନ୍ତି ଏଠାକାର ଲୋକେ।
ତେବେ ଏହି ଘଟଣାକୁ ମଧ୍ୟ ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମୁକାର ମିଞ୍ଜି ଗୁରୁତ୍ଵର ସହ ଗ୍ରହଣ କରିଥିବା ବେଳେ ଘଟଣାର ତଦନ୍ତ କରାଯାଇ ସମସ୍ୟାର ସମାଧାନ କରାଯିବା ନେଇ ଦେଇଛନ୍ତି ପ୍ରତିଶୃତି ଦେଇଛନ୍ତି।
ପ୍ରଶାସନ ତେବେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଘଟଣାର ଦୁର୍ନୀତି କଥା ପଦାକୁ ଆସିପାରନ୍ତ।।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।