News18 Odia Digital
ଭୁବନେଶ୍ୱର: ଗରମରୁ ମିଳିପାରେ ଆଶ୍ୱସ୍ତି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।
ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ। ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଘଡଘଡି ଓ ବିଜୁଳି ସହ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ଥଣ୍ଡା ପବନ ଓ କିଛି ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ସ୍ଥାନରେ ୪୦ଡିଗ୍ରୀ ତାପମାତ୍ରା ତଳେ ରହିଛି।
ଓଡ଼ିଶାରେ ପହଞ୍ଚିଲା ଦେବାଶିଷଙ୍କ ପାର୍ଥିବ ଶରୀର; ଜନ୍ମମାଟିରେ ହେବ ଶେଷକୃତ୍ୟୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଓ ନବରଙ୍ଗପୁର ।ଏଥିସହ ଗଞ୍ଜାମ, କନ୍ଧମାଳ, ରାୟଗଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲା ପ୍ରବଳ କୁଆପଥର ବର୍ଷା ହେବା ନେଇ ଆକଳନ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।