News18 Odia Digital
ଭୁବନେଶ୍ୱର: ଦିନରେ ପ୍ରବଳ ଖରା, ଅପରାହ୍ନରେ ବର୍ଷା। ଏଭଳି ସ୍ଥିତି ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି। ୯ ତାରିଖ ଯାଏଁ ଏଭଳି ପାଗ ଜାରି ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି । ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହେବା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୪ ଜିଲ୍ଲାରେ ଘଡଘଡି ବିଜୁଳି ସହ ୪୦ ରୁ ୫୦ କିମି ପବନ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ବର୍ଷା ପାଇଁ ସହାୟକ ହେଉଛି। ୧୦ ପରେ ପାଣିପାଗ ବଦଳିବ। ଖରା ବଢିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।
ସେହିପରି ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।
FREE ELECTRICITY: ଚାଷୀଙ୍କର ବଲ୍ଲେ ବଲ୍ଲେ; ଏବେ ୬୦୦୦ଟଙ୍କା ସହ ମିଳିବ ଫ୍ରି ବିଦ୍ୟୁତଦିନରେ ଖରା କଲବଲ କରୁଛି, ହେଲେ ଅପରାହ୍ନରେ କୋହଲା ପାଗ ସାଙ୍ଗକୁ ବର୍ଷା ଆଶ୍ୱସ୍ତି ଆଣୁଛି। ରାଜ୍ୟରେ ତୁହାକୁ ତୁହା କାଳବୈଶାଖୀ ବର୍ଷା ଲାଗି ରହିଥିବାବେଳେ ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି।
ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଦକ୍ଷିଣ ତାମିଲନାଡୁ ଯାଏଁ ରହିଛି ଏକ ଟପ୍ ଲାଇନ୍। ଏହାସହ ଉତ୍ତର ପୂର୍ବ ବଙ୍ଗଳାଦେଶରୁ ଉତ୍ତର ଓଡ଼ିଶା ଯାଏଁ ଆଉ ଏକ ଟପ୍ ଲାଇନ୍ ବା ନିମ୍ନ ଚାପରେଖା ଲମ୍ବିଛି। ଯାହା ଫଳରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି। ଆସନ୍ତାକାଲି ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ଫଳରେ ସାରା ରାଜ୍ୟରେ ବର୍ଷା ହେବ। ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳରେ ବର୍ଷା ସାଙ୍ଗକୁ ଝଡ ପବନ ଓ ଘଡଘଡି ବିଜୁଳି ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବର୍ଷା ସମୟରେ ୪୦ ରୁ ୫୦ କିମି ବେଗରେ ବହିବ ପବନ। ଏଣୁ ସାଧାରଣ ଲୋକ ସତର୍କ ରହିବାକୁ ପରାମର୍ଶ ରହିଛି।
ଫିଙ୍ଗିଦେଲା ଜନ୍ମ କଲା ମା; କୋଳେଇ ନେଲେ ଆଉ ଏକ ପରିବାର୯ ତାରିଖ ଯାଏଁ ଏଭଳି ସ୍ଥିତି ରହିବ ହେଲେ ୧୦ ତାରିଖରୁ ଖରା ବଢିବ। ବାୟୁ ପ୍ରବାହରୁ ଜଣା ଯାଉଛି ଯେ ୧୦ ପରେ ସାମୁଦ୍ରିକ ପବନ ରାଜ୍ୟକୁ ପ୍ରବେଶ କରିବା ନାହି। ଫଳରେ ତାପମାତ୍ରା ବୃଦ୍ଧି ପାଇବ ବର୍ଷା କମିବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ରେ ସର୍ବାଧିକ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ରାୟଗଡ଼ା ଠାରେ ୪୮ ମିମି ବର୍ଷା ରେକର୍ଡ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।