News18 Odia Digital
ଭୁବନେଶ୍ୱର: ଆଜିବି ରାଜ୍ୟରେ ରହିବ ପଶ୍ଚିମ ଝଡ ବର୍ଷା । ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ପବନର ବେଗ ୪୦ରୁ ୫୦ କିମି ଯାଏ ରହିବ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ମେଘୁଆ ପାଗ ରହିବା ସହ ବର୍ଷା ହେବ। ପବନର ବେଗ ବି ଟିକେ ଅଧିକ ରହିବ। ୧୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ବିଶେଷ କରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ଦିନ ବି ପଶ୍ଚିମା ଝଡ଼ ପ୍ରଭାବ କିଛି ମାତ୍ରାରେ ରହିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅଳ୍ପ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ।
ଅନ୍ୟପଟେ ଶନିବାର ଦିନ ରାଜ୍ୟର କେତେକ ଅଞ୍ଚଳରେ କୁଆପଥର ବର୍ଷା ହୋଇଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କିଛିସ୍ଥାନରେ କୁଆପଥର ବର୍ଷା ହୋଇଛି। କିଛିସ୍ଥାନରେ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ଯାଏ ପହଞ୍ଚିଥିଲା। ଏବେ ରାଜ୍ୟର ତାପମାତ୍ରା ଥଣ୍ଡା ରହିଥିବା ବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ରହିବ। ଏହାପରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ମା ପାଲଟିଲା ରାକ୍ଷସୀ! ନିଜ ହାତରେ ୬ ଦିନର ଶିଶୁ କନ୍ଯାର ନେଲା ଜୀବନଶନିବାର ସନ୍ଧ୍ଯା ସାଢ଼େ ୫ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୪୧ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୨୭ ମିମି, ବରଗଡ଼ରେ ୨୨ ମିମି, ରାଉରକେଲାରେ ୧୭ ମିମି, ହୀରାକୁଦ ଓ ନୂଆପଡ଼ାରେ ୧୪ ମିମି ବର୍ଷା ହୋଇଯାଇଛି। ଆଭ୍ୟନ୍ତରୀଣ କର୍ଣ୍ଣାଟକ ଅଞ୍ଚଳରୁ ଏକ ନିମ୍ନ ଚାପରେଖା ଛତିଶଗଡ଼, ପୂର୍ବମଧ୍ୟପ୍ରଦେଶ ଅଞ୍ଚଳରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳ ଦେଇ ଝାଡ଼ଖଣ୍ଡ ଯାଏ ଲମ୍ବିଛି। ଏହାର ପ୍ରଭାବରେ ବାୟୁମଣ୍ଡଳର ତଳଭାଗରେ ଦକ୍ଷିଣ-ପୂର୍ବ ତଥା ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବଙ୍ଗୋପସାଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଏଥିସହ ଏହ ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହି ଦୁଇ ଭିନ୍ନ ଧରଣର ବାୟୁ ପରସ୍ପର ସଂସ୍ପର୍ଶରେ ଆସି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛନ୍ତି। କିଛି ସ୍ଥାନରେ ଏଥିଯୋଗୁଁ କୁଆପଥର ବର୍ଷା ମଧ୍ୟ ହେଉଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।