ପବନ ସାଙ୍ଗକୁ ବର୍ଷାରେ ବେହାଲ ରାଜଧାନୀ; ଆସନ୍ତା ୫ ଦିନ ଯାଏଁ କାଳବୈଶାଖୀ

ରାଜ୍ଯରେ କିଛି ସ୍ଥାନରେ ତାଣ୍ଡବ ରଚିଛି କାଳ ବୈଶାଖୀ। ଆଜି ମଧ୍ଯ ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

କାଳବୈଶାଖୀ ବର୍ଷା

କାଳବୈଶାଖୀ ବର୍ଷା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Weather Update: ଆଜି ମଧ୍ୟ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ୪୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ତାପମାତ୍ରା। ଏହାସହ ସମୟେ ସମୟେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ। କିଛି ସ୍ଥାନରେ ପ୍ରବଳ ଝଡ ତୋଫାନ ସାଙ୍ଗକୁ ବର୍ଷା ହେବ। ଆସନ୍ତା ୩୧ ତାରିଖ ଯାଏଁ ମଝିରେ ମଝିରେ କାଳବୈଶାଖୀ ବର୍ଷା ହେବ। ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେ଼ଙ୍କାନାଳ, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ, ଗଞ୍ଜାମ ରେ ୪୦ ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବ। ନୟାଗଡ଼, ଗଜପତି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ରେ ମଧ୍ୟ କାଳବୈଶାଖୀ ବର୍ଷା ନେଇ ୟଲୋ ଆର୍ଟ ଜାରି କରିଛି ପାଣିପାଗ ବିଭାଗ।

ଗତକାଲି ରାତି ପ୍ରାୟ ୧ଟା ବେଳେ କଟକ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପ୍ରାୟ ୭୦ ରୁ ୮୦ କିମି ବେଗରେ ପବନ ସହ ବିଜୁଳି ଘଡଘଡି ଓ ବର୍ଷା ହୋଇଥିଲା। ଆଜି ଏହି ଜିଲ୍ଲା ଗୁଡ଼ିକରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିବ। ଫଳରେ ଦିନରେ ଗରମ ହେଲେ ବି ରାତିରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣୁଛି।

ସୂଚନାଯୋଗ୍ଯ, ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଆସିବାକୁ ଥିବାରୁ ଜୁନ୍‌ରେ ନିଅଣ୍ଟିଆ ବର୍ଷା ହେବ। କିନ୍ତୁ ସେପ୍ଟେମ୍ବର ସୁଦ୍ଧା ଉଭୟ ଦେଶ ଓ ରାଜ୍ୟରେ ବର୍ଷାର ପରିମାଣ ସ୍ବାଭାବିକ ହୋଇଯାଇଥିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ଉତ୍ତର ତଥା ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳକୁ ଛାଡ଼ି ଦେଲେ ଜୁନ୍‌‌ରେ ଦିନର ସର୍ବୋଚ୍ଚ ଓ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ରାଜ୍ୟରେ ମଧ୍ୟ ଜୁନ୍‌ରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ସହ ଗରମ ହେବ ବୋଲି କହିଛି ଆଇଏମ୍‌ଡି।
Published by:Soumya Das
First published: