ଆଜି ଗଣ ପର୍ବ ନୂଆଁଖାଇ; ନିଆରା ପରମ୍ପରା ସହ ଚଳଚଞ୍ଚଳ ପଶ୍ଚିମ ଓଡିଶା

ଆଜି ଗଣ ପର୍ବ ନୂଆଁଖାଇ । ମା' ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାରରେ ପ୍ରସ୍ତୁତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇ ପଡିଛି ସମଗ୍ର ପଶ୍ଚିମ ଓଡିଶା ।

ଆଜି ଗଣ ପର୍ବ ନୂଆଁଖାଇ; ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା

ଆଜି ଗଣ ପର୍ବ ନୂଆଁଖାଇ; ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା

  • News18 Odia
  • Last Updated :
  • Share this:
News 18 Odia Digital

ସମ୍ବଲପୁର : ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ସବୁଠାରୁ ବଡପର୍ବ । ଦୀର୍ଘ ଦୁଇ ବର୍ଷପରେ ବିନା କଟକଣାରେ ପାଳନ ହେବ ଗଣପର୍ବ ନୂଆଁଖାଇ । ଏଥି ପାଇଁ ମା ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାରରେ ପ୍ରସ୍ତୁତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇ ପଡିଛି ସମଗ୍ର ପଶ୍ଚିମ ଓଡିଶା ।

ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟକୁ ଅଧିଷ୍ଟାତ୍ରୀ ଦେବାଦେବୀଙ୍କୁ ଅର୍ପଣ କରି ବର୍ଷ ତମାମ ପେଟ ପୁରା ଅନ୍ନ ମୁଠାକ ପାଇଁ ପ୍ରାର୍ଥନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିବା ହେଉଛି ନୂଆଁଖାଇର ପରମ୍ପରା ।

ଆଜି ସେପ୍ଟେମ୍ବର ୧ ତାରିଖ ତାରିଖ ଭାଦ୍ରବ ମାସ  ଶୁକ୍ଲପକ୍ଷ ପଞ୍ଚମୀ ତିଥି ଦିନ ୧୦.୫୬ ମିନିଟ ରୁ ୧୧.୧୦ ମିନିଟ ମଧ୍ୟରେ ମା ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ହେବ । ସକାଳ ୪ଟାରୁ ମନ୍ଦିରର ପୂଜକମାନେ ପ୍ରଥମେ ନିଜେ ସୁଦ୍ଧ ହୋଇ ମା'ଙ୍କୁ ନୂତନ ପାଟବସ୍ତ୍ର ପରିଧାନ କରାଇଛନ୍ତି । ବିଶେଷ କରି ରୀତିନୀତି ଅନୁଯାୟୀ ପୂଜା କରିବା ସହ ନୂତନ ଶସ୍ୟରେ ଚାଲିଛି ନବାନ୍ନ ପାଇଁ ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ସମ୍ବଲପୁରର ଅଧିଷ୍ଟାତ୍ରୀ  ମା' ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ହିଁ ଅନ୍ୟ ପାର୍ଶ୍ବ ଦେବାଦେବୀ ପାଖରେ ନବାନ୍ନ ଲଗାଯାଇ ଥାଏ ଓ ପରେ ସମସ୍ତେ ନୂଆ ଖାଇଥାନ୍ତି ।

ନିର୍ଦ୍ଧିଷ୍ଟ ଲଗ୍ନରେ ମା' ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଭୋଗ ଲାଗି ହେବ । ଏହା ପରେ ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଲଗାଯିବା ପରେ ଲୋକେ ଘରେ ନୂଆ ଖାଇବେ । ନୂଆ ଖାଇବା ପରେ ସାନକୁ ଆଦର ଓ ବଡକୁ ସମ୍ମାନ ସ୍ବରୁପ ଜୁହାର ଭେଟଘାଟ ଅନୁଷ୍ଠିତ ହେବ । ଏହା ପରେ ସମ୍ବଲପୁର ସହର ଓ ଆଖପାଖର ବାସିନ୍ଦାମାନେ ମା' ସମଲେଶ୍ବରୀଙ୍କୁ ଦର୍ଶନ କରି ବର୍ଷକ ପାଇଁ କୁଶଳ ମାନସିବାର ପରମ୍ପରା ମଧ୍ୟ ରହିଛି ।
Published by:Sujit Swain
First published: