ଓଡ଼ିଶାରେ ପହଞ୍ଚିଲା ଦେବାଶିଷଙ୍କ ପାର୍ଥିବ ଶରୀର; ଜନ୍ମମାଟିରେ ହେବ ଶେଷକୃତ୍ୟ

ଓଡ଼ିଶାରେ ପହଞ୍ଚିଲା ଦେବାଶିଷଙ୍କ ପାର୍ଥିବ ଶରୀର, ଜନ୍ମମାଟିରେ ସମ୍ପନ୍ନ ହେବ ଶେଷକୃତ୍ୟ ।

ଓଡ଼ିଆ ଯବାନ ସହିଦ

ଓଡ଼ିଆ ଯବାନ ସହିଦ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Terror Attack: ଓଡ଼ିଶାରେ ପହଞ୍ଚିଲା ବୀର ଓଡ଼ିଆ ଯବାନ ଲାନ୍‌ସ ନାଏକ ଦେବାଶିଷ ବିଶ୍ୱାଳ (Debashish Biswal)ଙ୍କ ମର ଶରୀର । ଆଜି ସକାଳ ସମୟରେ  ଭୁବନେଶ୍ୱର(Bhubaneswar) ବିମାନ ବନ୍ଦରରେ ଦେବାଶିଷ (ସାହିତ୍ୟ)ଙ୍କ ମର ଶରୀର ପହଞ୍ଚିଥିଲା । ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ଦେବାଶିଷଙ୍କ ପାର୍ଥିବ ଶରୀର ଗତକାଲି ଆସିବାର ଥିଲା । କିନ୍ତୁ ବିମାନ ଚଳାଚଳରେ ତ୍ରୁଟି ଯୋଗୁଁ ଆଜି ତାଙ୍କର ମରଶରୀର ଆସିବ । ଆର୍ମି କମଣ୍ଡି ଅଫିସର ସୁଶୀଲ ମିଂହାସଙ୍କ ସହ କର୍ଣ୍ଣଲ ଏ କେ ପରିହାରି, ଆଡମ କମଣ୍ଡ କର୍ଣ୍ଣଲ ରାହୁଲ, ସୁବେଦାର ଜେ କେ ଭୁଇୟାଙ୍କ ସହ ଟିମ ଦେବାଶିଷଙ୍କ ଗାଁକୁ ଯିବାର କାର୍ଯ୍ୟକ୍ରମ ରହିଛି । ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ବିମାନ ବନ୍ଦରରେ ମେୟର ସୁଲୋଚନା ଦାସ , ବିଧାୟକ ଅନନ୍ତ ଦାସ , ବିଜେପି ମୁଖପାତ୍ର ସମ୍ବିତ ପାତ୍ର , ପୋଲିସ କମିଶନର ଉପସ୍ଥିତ ଥିଲେ।

ଦେଶ ପାଇଁ ଜୀବନ ଦେଲେ ଓଡ଼ିଆ ଯବାନ; ବାପାକୁ ଝୁରୁଛି ୭ ମାସର ଝିଅ

ଅନ୍ୟପଟେ ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଅନୁକମ୍ପା ରାଶି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ପୁଞ୍ଚରେ ଗୁରୁବାର ସେନା ଗାଡ଼ିରେ ଯାଉଥିବା ବେଳେ ଆତଙ୍କୀ ହମ୍‌ଲାରେ ରାଷ୍ଟ୍ରୀୟ ରାଇଫଲ୍‌ସର ୫ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ପଞ୍ଜାବର ଥିବା ବେଳେ ସହିଦ ହୋଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅଳଗୁମର ଯବାନ ଦେବାଶିଷ । ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍‌ସରେ ୨୦୧୩ ମସିହାରେ ନିଯୁକ୍ତି ପାଇଥିଲେ ।
Published by:Soumya Das
First published: