ସକ୍ରିୟ ପଶ୍ଚିମ ଝଡ଼: ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Weather Update: ଆଜି ସାରା ରାଜ୍ୟରେ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ପଡ଼ିବ। ଆଜି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Odisha Weather Update: ରାଜ୍ୟରେ (Odisha) ସକ୍ରିୟ ପଶ୍ଚିମା ଝଡ଼। ଉପାନ୍ତରୁ ଉପକୂଳ ସବୁଆଡ଼େ କୋହଲା ପାଗ। କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା (Rainfall) ଜାରି ରହିଛି। ଆଜି ଝଡ଼ବର୍ଷା ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ସାରା ରାଜ୍ୟରେ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ପଡ଼ିବ। ଆଜି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କନ୍ଧମାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝରକୁ ସତର୍କତା ଜାରି ହୋଇଛି।

ପଢ଼ନ୍ତୁ ଏହି ଖବର: ଏହି ରାଜ୍ୟରେ ଗରିବଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କଲେ ସରକାର; ମିଳିବ ଆର୍ଥିକ ସହାୟତା

ବାକି ୨୦ ଜିଲ୍ଲାରେ ବି ଘଡ଼ଘଡ଼ି ବିଜୁଳି ସହ ବର୍ଷାର ପ୍ରଭାବ ରହିବ। ସେହିପରି ୧୮ ତାରିଖରେ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରାଯାଇଛି।

ପଢ଼ନ୍ତୁ ଏହି ଖବର:  ହଟିଲା ଡ୍ରାଇଭରଙ୍କ ଧର୍ମଘଟ; ପ୍ରତିଶ୍ରୁତି ପାଳନ ନହେଲେ ପୁଣି ବ୍ୟାପକ ହେବ ଆନ୍ଦୋଳନ

ବର୍ଷା ସହିତ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ। କିଛି ସ୍ଥାନରେ କୁଆପଥ ବୃଷ୍ଟି ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି। ଝଡ଼ ବର୍ଷା ଏବଂ ଘଡ଼ଘଡ଼ି ବିଜୁଳି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ବର୍ଷା ହୋଇଛି।
Published by:Lipina Das
First published: