- News18 Odia
- Last Updated :
- Other, India
News18 Odia Digital
ବୌଦ୍ଧ: ବୌଦ୍ଧରେ ଆଜି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବନ କର୍ମଚାରୀ। ଜିଲ୍ଲାରେ ସାତ ରାଉଣ୍ଡ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି, ଯେଉଁଥିରେ ୫୦ରୁ ଅଧିକ ବନକର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବନବିଭାଗ ଗାଡି ନଷ୍ଟ କରିବା ପାଇଁ ଲ୍ୟାଣ୍ଡମାଇନ ଲଗାଯାଇଥିଲା ବୋଲି ସନ୍ଦେହ କରୁଛି ବିଭାଗ।
ବୌଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନ କର୍ମଚାରୀ ଯାଇଥିଲେ। ଏହି ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଏଥିରୁ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଞ୍ଜେଇ ଗଛ କାଟି ନପାରି ଜଙ୍ଗଲରୁ ଫେରି ଆସିଛନ୍ତି ବନବିଭାଗ କର୍ମଚାରୀ। ଘଟଣାସ୍ଥଳରୁ ବିସ୍ପୋରକ ସାମଗ୍ରୀ ଓ କିଛି ତାର ଜବତ ହୋଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।