Rath Yatra: ତିନି ଠାକୁରଙ୍କ ଅପେକ୍ଷାରେ ରଥ ଓ ପଥ; ୨ ବର୍ଷ ପରେ ଭକ୍ତ ଓ ଭଗବାନଙ୍କର ହେବ ମିଳନ

ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ତିନି ଠାକୁର। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ଅଗଣିତ ଭକ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବେଶ ବ୍ଯାକୁଳ ଅଛନ୍ତି।

ଆଜି ପବିତ୍ର ରଥଯାତ୍ରା (ପ୍ରତୀକାତ୍ମକ ଛବି)

ଆଜି ପବିତ୍ର ରଥଯାତ୍ରା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସୁନ୍ଦର ବେଶରେ ଚନ୍ଦନ ବାସ ଭିତରେ ହଲି ହଲି ରଥକୁ ଆସିବେ କାଳିଆ ସାଆନ୍ତ। ଦୀର୍ଘ ବର୍ଷ ପରେ ମହାପ୍ରଭଙ୍କ ନୀତିକାନ୍ତି ଶୃଙ୍ଖଳିତ ହୋଇ ଦିନ ୧୧ଟା ସୁଦ୍ଧା ତିନି ରଥର ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାରରେ ଲାଗିବା ହେଉଛି ରେକର୍ଡ଼ ହୋଇଥିଲା। ଆଜି ୯ଟା ସୁଦ୍ଧା ପହଣ୍ଡି ଓ ୨ଟା ସୁଦ୍ଧା ରଥଟଣା କରାଯିବା ନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଜିଲ୍ଲାପାଳ ଓ ସେବାୟତ । ସେପଟେ ଗତବର୍ଷ କରୋନା ଥିବା ବେଳେ ଚଳିତ ବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେଉଥିବାରୁ ଭକ୍ତମାନଙ୍କ ମଧ୍ଯରେ ଅନେକ ଉତ୍କଣ୍ଠା ବୋଲି କହିଛନ୍ତି ଶ୍ରଦ୍ଧାଳୁ  ।

ହରିବୋଲ ହୁଳୁହୁଳି ଧ୍ୱନିରେ ଫାଟି ପଡୁଛି ଶ୍ରୀକ୍ଷେତ୍ର । ଭଜନ କୀର୍ତ୍ତନ ଓ ଜୟ ଜଗନ୍ନାଥ ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପୁଣି ସାଧୁସନ୍ଥଙ୍କ ସଂକୀର୍ତ୍ତନ ଓ ହରେକୃଷ୍ଣ ହରେରାମ ଗାନକରି  ଶ୍ରୀମନ୍ଦିର ପାଖରେ ଭିଡ଼ ଜମାଇଛନ୍ତି ପଞ୍ଚକୋଷରୁ ଆସିଥିବା ଶ୍ରଦ୍ଧାଳୁ। ଆଜି ସୁନ୍ଦର ବେଶରେ ସଜ୍ଜିତ ହୋଇ ତିନି ରଥ ଦଣ୍ଡାୟମାନ ହୋଇଛନ୍ତି ସିଂହଦ୍ୱାରରେ।

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଯାତ୍ରାରେ ବାହାରିବାକୁ ଚଞ୍ଚଳ ହେଲେଣି ଚତୁର୍ଦ୍ଧା ମୂରତି। ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଭକ୍ତଙ୍କ ଗହଣକୁ ଆସିବାକୁ ବ୍ୟାକୁଳ ହେଲେଣି ଭଗବାନ। ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଯାତ୍ରା ପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ପ୍ରସ୍ତୁତ ଅଛନ୍ତି ଭକ୍ତ। ଭୋର ୩ଟାରେ ମଙ୍ଗଳ ଆଳତି, ସାଢେ ୩ଟାରେ ମଇଲମ ଶେଷ ହୋଇଛି। ରଥ ପ୍ରତିଷ୍ଠା ସମାପନ, ୨ଟା ୩୦ରେ ଛେରା ପହଁରା ଓ ଅପରାହ୍ନ ୪ଟାରେ ରଥଟଣା ହେବ। ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି।

କାଲି ସନ୍ଧ୍ଯା ୬ଟାରେ ବଡସିଂହାର ବେଶ ଓ ତା ପରେ ବଡସିଂହାର ଭୋଗ ସରିବା ପରେ ପହୁଡ ଆଳତୀ ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ତା ପରେ ବାହୁଟ କଣ୍ଟ ନୀତି ଦଇତାପତି ସେବାୟତଙ୍କ ଦ୍ୱାରା ସରିବା ପରେ ରାତ୍ର ୩ଟା ପର୍ଯ୍ଯନ୍ତ ହେବ ସେନାପଟା ଲାଗି ନୀତି ବୋଲି କହିଛନ୍ତି ଦଇତାପତି ସେବାୟତ । ରଥଟଣା ନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଜିଲ୍ଲାପାଳ ଓ ସେବାୟତ।
Published by:Soumya Das
First published: