ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ
- News18 Odia
- Last Updated :
- Other, India
News 18 Odia Digital
ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟାଦଶମୀ।ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି। ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ଯ ଉପରେ ସତ୍ଯର ବିଜୟ କରିଥିଲେ। ଏଣୁ ଏହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ସୁବର୍ଣ୍ଣ ଅଳଙ୍କାରରେ ଅଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
ମହାପ୍ରଭୁଙ୍କର ୫ଟି ସୁନାବେଶରୁ ହେଉଛି ଶ୍ରୀମନ୍ଦିର ଭିତରେ ବିଜୟାଦଶମୀ ,କାର୍ତ୍ତିକ ପୂର୍ଣ୍ଣିମା ,ଫଗୁ ଦଶମୀ ,ଦୋଳପୁର୍ଣିମା ଓ ରଥ ଉପରେ ଗୋଟିଏ ହରିଶୟନ ଏକାଦଶୀ ବାହୁଡ଼ା ଯାତ୍ରାରେ ସୁନାବେଶ ହୋଇଥାଏ ।ସୁନାବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଆଉ ଏହି ବେଶରେ ବେଶରେକିରିଟି,ଚୂଳ,ଚନ୍ଦ୍ରିକା, ଆଡକାନି,ଚନ୍ଦ୍ରସୂର୍ଯ୍ଯ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ମହାପ୍ରଭୁ।
ପବିତ୍ର ଦଶହରାରେ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ହୋଇଥିବା ବେଳେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ସେପଟେ ମୂଳାଷ୍ଟମୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଦୁର୍ଗାମାଧବ ଉପାସନାର ଆଜି ହେଉଛି ଶେଷ ଦିବସ ।ଜଗନ୍ନାଥ ବଲ୍ଲଭକୁ ଯାଇ ନୀତି ସମ୍ପାଦନ ପରେ ଶ୍ରୀମନ୍ଦିର ଆସିବା ପରେ ରୁନ୍ଧା ଖୋଲାଯାଇଥାଏ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।