ଇଂରେଜ ବିରୋଧରେ ଗରିଲା ଯୁଦ୍ଧ କରିଥିଲେ ବୀର ସୁରେନ୍ଦ୍ର ସାଏ; ମୁଖ୍ଯ ମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ । । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ ।

ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ (ପ୍ରତୀକାତ୍ମକ ଛବି)

ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ । ଏଥିପାଇଁ  ସାରା ରାଜ୍ୟରେ ଏହି ବୀରପୁତ୍ରଙ୍କ ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।



ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁରର ଖିଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ସେହିପରି ସମ୍ବଲପୁର ସହରର ଜେଲ୍ ଛକ ନିକଟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

୨୩ ଜାନୁଆରି ୧୮୦୯ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ । ଖିଣ୍ଡାବଂଶୀୟ ଦେବାନ ବଳରାମସାଏଙ୍କୁ ରାଜଗାଦିରୁ ଇଂରେଜମାନେ ହଟାଇବା ପରେ, ସେହି ବଳରାମ ସାଏଙ୍କ ପରାମର୍ଶରେ ସୁରେନ୍ଦ୍ର ସାଏ ବ୍ରିଟିଶ ଶାସକଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।ତେବେ ୧୮୩୭ରେ ବାରପାହାଡ଼ ଗୁମ୍ଫାରେ ବିଶ୍ରାମ ନେବାବେଳେ ସୁରେନ୍ଦ୍ରଙ୍କୁ ଇଂରେଜମାନେ ଆକ୍ରମଣ କରିଥିଲେ । ଏଥିରେ ଆହତ ହୋଇ ସୁରେନ୍ଦ୍ର ସେଠାରୁ ଖସି ପଳାଇଥିଲେ ।

୧୮୪୦ରେ ରାମପୁର ରାଜବାଟୀକୁ ଆକ୍ରମଣ କରି ଧ୍ୱଂସ କରିଥିଲେ । ପରେ ପରେ ୧୮୫୭ ସିପାହୀ ବିଦ୍ରୋହରେ ସାମିଲ ହୋଇଥିଲେ ସୁରେନ୍ଦ୍ର ସାଏ । ଇଂରେଜଙ୍କ ବିରୋଧରେ ଗରିଲା ଯୁଦ୍ଧ କରିଥିଲେ ସୁରେନ୍ଦ୍ର ସାଏ । ତେବେ ୧୮୬୨ରେ ଇଂରେଜଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ସୁରେନ୍ଦ୍ର । ୧୮୬୪ରେ ସେ ଜେଲରେ ମୁକ୍ତ ହୋଇଥିଲେ ।
Published by:Soumya Das
First published: