News18 Odia Digital
Zero Shadow Day: ସାଧାରଣତଃ ଖରାରେ ବାହାରକୁ ଗଲେ କିମ୍ୱା କେଉଠି ଠିଆ ହୋଇଥିଲେ ଆମ ସହ ଆମର ଛାଇ ମଧ୍ୟ ଦେଖାଯାଏ । କିନ୍ତୁ ଭାବନ୍ତୁ ଯେ ଆପଣଙ୍କୁ ଆପଣଙ୍କ ଛାଇ ଦେଖାଯିବନାହିଁ । ତେବେ ଆପଣ ଏହାକୁ ବିଜ୍ଞାନ କି ଅନ୍ଯ କୌଣସି କାରଣ ବୋଲି ଭାବିବେ । କଣ ଏଭଳି ହେବ ସମ୍ଭବ ? ଆଜି ଭୁବନେଶ୍ୱରରେ ମଧ୍ଯ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିବ । ଯଦିଓ ଏହା ଏକ କୌତୁହଳପୂର୍ଣ୍ଣ ଓ ଅନନ୍ୟ ଘଟଣା କିନ୍ତୁ ଏହା ବାସ କିଛି ସମୟ ପାଇଁ କିଛି ଅଂଶରେ ଘଟିବ। ଯାହା ସୂଚନା ମିଳିଛି ଏହାର ପ୍ରଭାବ ପ୍ରାୟ ଦେଢ଼ ମିନିଟ୍ ପର୍ଯ୍ୟନ୍ତ ଚାଲିବ।
ମେ ୨୧ ତାରିଖ ଅର୍ଥାତ ଆଜି ରାଜଧାନୀ ଭୁବନେଶ୍ୱର ଓ ମେ ୨୨ରେ କଟକର ଲୋକମାନେ ‘ଶୂନ୍ୟ ଛାୟା ଦିବସ’କୁ ଅନୁଭବ କରିପାରିବେ । ଏହି ଦିବସରେ କାହାର ଛାଇ ଦେଖାଯିବନି । ମଧ୍ୟାହ୍ନ ୧୧.୪୩ ସମୟରେ ସମସ୍ତେ ଏହି ଶୂନ୍ୟ ଛାୟାକୁ ଦେଖିପାରିବେ । ବର୍ଷର ୩୬୫ ଦିନ ମଧ୍ୟରୁ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ଠିକ୍ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି । ଫଳରେ ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠକ୍ ଆମର ମୁଣ୍ଡ ରୂପରେ ରହିଥାନ୍ତି । ତେଣୁ ସେହି ସମୟରେ ଆମେ ଆମର ଛାଇକୁ ଦେଇପାରି ନଥାଉ । ତେବେ ଆସନ୍ତା ଜୁନ ମାସ ୨୨ ତାରିଖରେ ରାଜ୍ୟର ବାରିପଦାରେ ଏହି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ ।
କର୍କଟ ରାଶିରେ ପ୍ରବେଶ କରିବେ ଶୁକ୍ର; ୩ ରାଶିଙ୍କ ପାଇଁ ସମୟ ଖରାପ!
ଏ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି, ଦିନ ବିତିବା ସହିତ ସମୟାନୁସାରେ ଅକ୍ଷାଂଶ ଧୀରେଧୀରେ ବଢ଼ିବାକୁ ଲାଗିଥାଏ । ଉତ୍ତରାୟନ ଓ ଦକ୍ଷିଣାୟନ ପାଇଁ ବର୍ଷକୁ ଆମେ ଦୁଇଥର ଶୂନ୍ୟ ଛାୟା ଦିବସ ପାଳନ କରିଥାଉ । ଏହା ଗୋଟିଏ ଅଞ୍ଚଳରେ ଏକା ଥରକେ ଦେଖାନଯାଇ ଅଲଗା ଅଲଗା ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଦେଖାଯାଇଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।