ସାଦା ପଖାଳ, ଲେମ୍ବୁ ପଖାଳ, ଦହି ପଖାଳ… ଆଜି ‘ବିଶ୍ୱ ପଖାଳ ଦିବସ’ ପାଇଁ ଓଡ଼ିଶା ପ୍ରସ୍ତୁତ

Pakhal Divas: ଦିନ ଥିଲା ଗରିବ ଓ ଖଟିଖିଆ ବା ମଜୁରିଆଙ୍କ ପରିଚୟ ଥିଲା ପଖାଳ । ହେଲେ ଆଜି ପଖାଳ କେବଳ ଗରିବଙ୍କର ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି ।

ଆଜି ‘ବିଶ୍ୱ ପଖାଳ ଦିବସ'

ଆଜି ‘ବିଶ୍ୱ ପଖାଳ ଦିବସ'

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pakhal Divas: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇବା ପାଇଁ ଯଦିଓ ସ୍ୱତନ୍ତ୍ର ଦିନର ଆବଶ୍ୟକତା ନାହିଁ, କିନ୍ତୁ ଏହାର ମହତ୍ତ୍ୱ ମନେ ପକାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ (Pakhal Divas 2023)ଭାବେ ପାଳନ କରାଯାଏ । ଓଡ଼ିଆଙ୍କର ଏହି ବିଶେଷ ଦିନକୁ ସ୍ୱାଦିଷ୍ଟ ବନେଇବା ପାଇଁ ରାଜଧାନୀ ଘରେ ଘରେ ଚାଲିଛି ବିଶେଷ ପ୍ରସ୍ତୁତି ।

କେବଳ ସେତିକି ନୁହେଁ ଆଜି ଛୋଟ ବଡ଼ ହୋଟେଲ୍‌ ଠାରୁ ଆରମ୍ଭ କରି ବଡ଼ ରେସ୍ତୋରାଁର ମେନୁରେ ଦେଖିବାକୁ ମିଳିବ ପଖାଳ । ପଖାଳ ଦିବସ ପାଇଁ ଖାସ ପ୍ରସ୍ତୁତି କରିଛନ୍ତି ବିଭିନ୍ନ ହୋଟେଲ୍‌ । ଏହି ଦିବସ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଭେଜ୍‌ ଓ ନନ୍‌-ଭେଜ୍‌ ପଖାଳ ଥାଳି। ପଖାଳ ଦିବସ ପାଳନ ପାଇଁ ହୋଟେଲକୁ ଆସି ଗର୍ବରେ ପଖାଳ ଡିସ୍‌ ଅର୍ଡ଼ର କରୁଥିବା ଗ୍ରାହକଙ୍କୁ ପରସି ସୁଆଦିଆ ପଖାଳ ପରସିବା ପାଇଁ ନାନା ଆୟୋଜନ ଆରମ୍ଭ ହୋଇଛି ।

ଦିନ ଥିଲା ଗରିବ ଓ ଖଟିଖିଆ ବା ମଜୁରିଆଙ୍କ ପରିଚୟ ଥିଲା ପଖାଳ । ହେଲେ ଆଜି ପଖାଳ କେବଳ ଗରିବଙ୍କର ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି । କି ଧନୀ କି ଗରିବ, ସଭିଙ୍କ ପସନ୍ଦ ପାଲଟିଛି ପଖାଳ । ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରି ଏହି ଡିସକୁ ବିଶ୍ୱର ନାମୀ ଖାଦ୍ୟ ତାଲିକାରେ ଦିଆଯାଇଛି ବିଶେଷ ସ୍ଥାନ ।

PAKHAL DIVAS: ଶ୍ରୀମନ୍ଦିରରେ ପଖାଳ ଭାତ ଭୋଗ; ପଖାଳ ଭାତରେ ଘିଅ ଖାଆନ୍ତି ମହାପ୍ରଭୁ

ସାଦା ପଖାଳ, ଲେମ୍ବୁ ପଖାଳ, ଦହି ପଖାଳ… ତା’ ସାଙ୍ଗକୁ ଛୁଙ୍କ ପଖାଳ । ଆଉ ପାଖରେ ଥିବ ଆଳୁ ଚଟଣି, ଶାଗ ଭଜା, ବଡି ଚୁରା, ମାଛ ଭଜା, ଚିଙ୍ଗୁଡ଼ି ଭଜା ଓ ଚିଙ୍ଗୁଡ଼ି ଛେଚା । ଖାଲି ସେତିକି ନୁହେଁ, ଲୋକଙ୍କ ପସନ୍ଦ ଅନୁଯାୟୀ ପାରମ୍ପରିକ ଖାଦ୍ୟ ଯଥା ଛତୁ ପୋଡ଼ା, କଖାରୁ ଫୁଲ ବରା, ପୋସ୍ତ ବରା, ରାଇ ଓ ପିତା ଶାଗ ଭଳି ଆଇଟମ୍‌ ଖାଇ ଓଡ଼ିଆ ଭାବେ ଗର୍ବ କରିବ ଆଜି ଏ ଜାତି।

ଗରମ ଦିନରେ ପଖାଳ ଯେ ଖାଲି ଆନନ୍ଦ ଦିଏ ତା’ ନୁହେଁ, ପେଟ ଥଣ୍ଡା ରଖିବା ସହ ଅଂଶୁଘାତ୍ରରୁ ବି ରକ୍ଷା କରେ । ସେଇଥି ପାଇଁ ତ ଖରା ହେଲେ ପଖାଳ କଂସା ଅନେକଙ୍କର ମନେ ପଡ଼େ!
Published by:Soumya Das
First published: