News18 Odia Digital
Utakal Divas: ଅପ୍ରେଲ ୧ ରେ ସ୍ୱତନ୍ତ୍ର ପରିଚୟ ପାଇଥିଲା ସେ ସମୟର ଓଡ଼ିଶା। ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଅପ୍ରେଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ(Utkala Divas) ଭାବରେ ପାଳନ କରାଯାଏ । କେବଳ ସେତିକି ନୁହେଁ ଅପ୍ରେଲ ୧ ରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟାତା ପାଇଥିଲା ।
୧୯୩୬ ପୂର୍ବରୁ ଓଡିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ , ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ରେସିଡେନ୍ସି ଅଧୀନରେ ଥିଲା । କିନ୍ତୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କ ପରି ବୀର ପୁତ୍ର ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସଘଂର୍ଷ କରିଥିଲେ । ଏହି ବୀର ପୁତ୍ରଙ୍କ ସଘଂର୍ଷରେ ୧୯୦୩ ରେ ପ୍ରଥମେ ଗଠନ ହୋଇଥିଲା ଉତ୍କଳ ସମ୍ମିଳନୀ । ଜୋରଦାର ସଂଗ୍ରାମ ପରେ ୧୯୩୬ ମସିହା ଅପ୍ରେଲ ୧ ରେ ଗଠନ ହେଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ।
Vastu Tips: ସବୁ ସମସ୍ୟାର ରାମବାଣ ଏହି ଗଛ; ଦୂର କରିବ ଶନି ଦୋଷ
ଏହି ଦିନକୁ ମନେ ପକାଇବା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ଯକ୍ରମ ଆୟୋଜନ କରାଯାଇଛି। ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।