News18 Odia Digital
ପୁରୀ : ସୋମବାର ବୈଶାଖ-କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ସନ୍ଧ୍ଯା ୬ ରୁ ରାତି ୧୦ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଦ୍ୱୀତୀୟ ଭୋଗ ମଣ୍ଡପ ସରିବା ପରେ ହେବ ମହାପ୍ରଭୁଙ୍କୁ ପଇତାଲାଗି ନୀତି । ନୀତି ସମ୍ପାଦନ ସମୟରେ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଶ୍ରୀମନ୍ଦିରରେ ଆଜି ଏହା ଏକ ବିଶେଷ ଗୁପ୍ତ ନୀତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ପାଟେରା ବିଶୋଇ ସେବାୟତଙ୍କୁ ଘରୁ ଆସିଥାଏ ବାସୁଙ୍ଗା ପାଟର ପଇତା ତାହାକୁ ଦଇତାପତି ସେବାୟତମାନେ ଭୋଗ ସରିବା ପରେ ଗର୍ଭଗୃହକୁ ପ୍ରବେଶ କରନ୍ତି । ତା ପରେ ରତ୍ନ ସିଂହାସନକୁ ଉଠି ଦଇତାପତିମାନେ ପ୍ରଥମେ ମହାପ୍ରଭୂଙ୍କ ପାଟବସ୍ତ୍ର ଓ ଶ୍ରୀଅଙ୍ଗକୁ ତନଖି ଥାନ୍ତି । ତା ପରେ ଆରମ୍ଭ ହୋଇଥାଏ ପଇତା ଲାଗି।
JHARSUGUDA BYELECTION: ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଅନୁସାରେ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ପଇତା ଲାଗି କରାଯିବାର ନୀତି ନିର୍ଘଣ୍ଟ ହୋଇଛି। ସେପଟେ ଏହା ଦଇତାମାନଙ୍କର ଗୋଷ୍ଠୀଗତ ସେବା ହୋଇଥିବାରୁ ସେମାନେ ସଙ୍ଘବଦ୍ଧ ଭାବେ ଏହି ନୀତି କରିଥାନ୍ତି । ଅନ୍ୟପଟେ ଚନ୍ଦନ ଯାତ୍ରା ଥିବାରୁ ଶ୍ରୀଅଙ୍ଗରେ ପଇତା ରହିଲେ ଚନ୍ଦନ ଲାଗିକି ରହେ ବୋଲି ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ଆଜି ମହାପ୍ରଭୁ ଶ୍ରୀବୀଗ୍ରହରେ ପଇତା ଲାଗି ହୋଇଥାନ୍ତି ବୋଲି ଗବେଷକଙ୍କ ମତ। ପୁଣି ପଇତା ପିନ୍ଧିବା ପରେ ସମସ୍ତ ରିଷ୍ଠ ମଧ୍ୟ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି । ସେପଟେ ପଇତା ଲାଗି ସରିବା ପରେ ଦଇତାମାନେ ରତ୍ନ ସିଂହାସନରୁ ତଳେ ଓହ୍ଲାଇବା ପରେ ମାଘସ୍ନାନ ନୀତି କରାଯାଇଥାଏ। ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା କହିଛନ୍ତି ନୀତି ପ୍ରଶାସକ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।