News18 Odia Digital
କଟକ: ରବିବାର ଦିନ ଖେଳାଯିବ ବିଡବ୍ଲୁଏଫ ଓଡ଼ିଶା ସୁପର ୧୦୦ ବାଡମିଣ୍ଟନ ପ୍ରତିଯୋଗୀତାର ଫାଇନାଲ ମୁକାବିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି ବ୍ୟାଡ଼ମିଣ୍ଟନ ଓ୍ବାଲ୍ଡ ଫେଡରେସନ୍ ବା ବିଡବ୍ଲୁଏଫ । ୫ଟି ବର୍ଗରେ ହେଉଥିବା ଏହି ବିଶ୍ବ ପ୍ରତିଯୋଗିତାରେ ଫାଇନାଲରେ ମୋଟ ୧୬ ଜଣ ପ୍ରତିଯୋଗୀ ଟାଇଟଲ ହାସଲ କରିବା ପାଇଁ ପରସ୍ତରକୁ ଭେଟିବେ ।
ଏହି ୫ ଟି ବର୍ଗ ମଧ୍ୟରେ ପୁରଷ ସିଙ୍ଗଲ୍ସରେ ପ୍ରିୟାଶୁଂ ରାଜାବତ ଓ କିରଣ ଜର୍ଜଙ୍କ ମଧ୍ୟରେ ମୁକାବିଲା ହେବ। ସେହି ପରି ମହିଳା ସିଙ୍ଗଲ୍ସରେ ସ୍ମଥ ତୋସ୍ନିଓ୍ବାଲ ଉନାତ୍ତି ହୁଡ୍ଡାଙ୍କୁ ଭେଟିବେ। ପୁରଷ ଡବଲ୍ସରେ ରବି କ୍ରିର୍ଣ୍ଣା ପି.ଏସ ଓ ଶଙ୍କର ପ୍ରସାଦ ଉଦୟକୁମାରଙ୍କ ଯୋଡ଼ିର ମାଲେସିଆର ନୁର୍ ମହମ୍ମଦ ଆରିଜିନ୍ ଆୟୁବ୍ ଓ ଲିମ୍ ଖିମ୍ ଓ୍ବାଙ୍କ ଯୋଡ଼ି ସହିତ ମୁକାବିଲା ହେବ। ମହିଳା ଡବଲ୍ସରେ ସୟୋଂଗୀତା ଘୋରପଡ଼େ ଓ ସୃତି ମିଶ୍ରାଙ୍କ ଯୋଡ଼ି ତ୍ରିଶା ଟୋଲି ଓ ଗାୟତ୍ରୀ ଗୋପିଚାନ୍ଦ ପୁଲେଲାଙ୍କ ମଧ୍ୟରେ ଟାଇଟେଲ ପାଇଁ ଲଢ଼େଇ ହେବ ।ସେହିପରି ମିକ୍ସ ଡବଲ୍ସରେ ଏମ.ଆର. ଅର୍ଜୁନ ଓ ତ୍ରିଶା ଟୋଲିଙ୍କ ଯୋଡ଼ି ଶ୍ରୀଲଙ୍କାର ସଚିନ୍ ଦିଆସ୍ ଓ ଥିଲିନୀ ହେନ୍ଦାହିଓ୍ବାଙ୍କ ଯୋଡ଼ିକୁ ଭେଟିବ ।
ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଥିବା ୪ଟି କୋର୍ଟରେ ଏହି ୫ଟି ଯାକ ମୁକାବିଲା ଅନୁଷ୍ଠିତ ହେବ। ପ୍ରଥମ ମୁକାବିଲା ସକାଳ ୧୧ଟା ସମୟରେ ମିକ୍ସ ଡବଲ୍ସରେ ବର୍ଗର ମୁକାବିଲା ସହିତ ଫାଇନାଲର ଯାତ୍ରା ଆରମ୍ଭ ହେବ ।
ଏହା ପୂର୍ବରୁ ଶନିବାର ଦିନ ଅନୁଷ୍ଠିତ ହୋଇଥିବା ସେମିଫାଇନାଲ୍ ମୁକାବିଲା ବେଶ ସଂଙ୍ଘର୍ଷପୂର୍ଣ୍ଣ ରହିଥିଲା । ମିକ୍ସ ଡବଲ୍ସରେ ବର୍ଗରେ ଖେଳି ପ୍ରଥମ ଓଡ଼ିଆ ଭାବେ କଟକର ଶ୍ଵେତପର୍ଣ୍ଣା ପଣ୍ଡା ବିଡବ୍ଲୁଏଫ ସୁପରର ସେମିଫାଇନାଲ ପହଁଚିବାର ଗୌରବ ହାସଲ କରିଥିଲେ । କିନ୍ତୁ ଏହି ବର୍ଗରେ ସ୍ବେତପର୍ଣ୍ଣା ଓ ବାଲକେଶରୀ ଯାଦବଙ୍କ ଯୋଡ଼ି ୨-୦ ସେଟରେ ଅର୍ଜୁନ ଏମ.ଆର ଓ ତ୍ରିଶା ଜଲିଙ୍କ ଯୋଡ଼ିଠାରୁ ପରାସ୍ତ ହୋଇଥିଲେ ।
"ଶ୍ବେତପର୍ଣ୍ଣା ତାଙ୍କ ପାର୍ଟନର ସହିତ ଖେଳୁଥିବା ମ୍ୟାଚ ହାରିଯାଇଛନ୍ତି । ଏହା ନିହାତି ଭାବେ ଆମକୁ ଦୁଖଃ ଦେଇଛି । କିନ୍ତୁ ପ୍ରଥମ ଓଡ଼ିଆ ଭାବେ ବିଡବ୍ଲୁଏଫ ସୁପର ୧୦୦ରେ ସେମିଫାଇନଲରେ ପହଁଚିଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏହି ପ୍ରତିଯୋଗୀତାରୁ ଦେଶ ବିଦେଶର ବହୁତ ପ୍ରତିଷ୍ଠିତ ଖେଳାଳି ଭାଗ ନେଇଛନ୍ତି । ସେମାନଙ୍କ ଠାରୁ ଅନ୍ୟ ଖେଳାଳିମାନଙ୍କୁ ବି ବହୁତ କିଛି ଶିକ୍ଷା କରିବାକୁ ମିଳିଛି । ଏହି ପ୍ରତିଯୋଗିତାର ସଫଳ ଆୟୋଜନ କରି ଆମେ ମଧ୍ୟ ବହୁତ ଖୁସି," କହିଛନ୍ତି ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସାଧାରଣ ସମ୍ପାଦକ ନିଲେନ୍ କୁମାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।