Happy Birthday Naveen Patnaik: ୭୭ ବର୍ଷରେ ପଦାର୍ପଣ କଲେ ଓଡ଼ିଶାର CM ନବୀନ ପଟ୍ଟନାୟକ

ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ୭୭ ବର୍ଷ ବୟସରେ ପଦାର୍ପଣ କରିବେ। ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କିଛିବର୍ଷ ଧରି ନବୀନ ନିଜ ଜନ୍ମଦିନରେ ସମର୍ଥକଙ୍କ ସହ ଜନ୍ମଦିନ ପାଳି ନାହାଁନ୍ତି। ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି। ଗତ କିଛିବର୍ଷ ଧରି ତାଙ୍କ ଜନ୍ମଦିନରେ ନବୀନ ନିବାସ ଯିବା ଉପରେ କଟକଣା ଜାରି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଆଜି (ରବିବାର) ଅପରାହ୍ନରେ ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ସେ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି । ନବୀନଙ୍କ ଜନ୍ମଦିନକୁ ତାଙ୍କ ଦଳ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବାବେଳେ ଯାଜପୁରରେ ବିଶାଳ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।

ଓଡିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୯୭ରେ ରାଜନୀତିରେ ଯୋଗ ଦେଇଥିଲେ। ସେ ୧୧ତମ ଲୋକସଭା ନିର୍ବାଚନରେ ଆସ୍କା ସଂସଦୀୟ କ୍ଷେତ୍ରରୁ ବିଜୟୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଇସ୍ପାତ ଓ ଖଣି ପରାମର୍ଶଦାତା କମିଟିର ସଦସ୍ୟ ଥିଲେ। କେନ୍ଦ୍ର ରାଜନୀତିରେ କିଛି ବର୍ଷ ସକ୍ରିୟ ରହିବା ପରେ ସେ ରାଜ୍ୟ ରାଜନୀତିରେ ପାଦ ଦେଇଥିଲେ। ବିଜୁ ପଟ୍ଟନାୟକ ଦେହାନ୍ତ ପରେ ଜନତା ଦଳର ସଦସ୍ୟକୁ ନେଇ ଗଠନ କରିଥିଲେ ବିଜୁ ଜନତା ଦଳ। ଓଡିଶାର ୪ କୋଟି ଜନତାଙ୍କ ସର୍ବାଙ୍ଗୀନ ବିକାଶ ହିଁ ତାଙ୍କର ମୂଳ ଉଦ୍ଦେଶ୍ୟ।
Published by:Soumya Das
First published: