ଆଜି ଶ୍ରୀକ୍ଷେତ୍ରର ଆବିର୍ଭାବ ଦିବସ; ଏହି ଦିନ ପଞ୍ଚ ତୀର୍ଥ ଭ୍ରମଣ କରିନ୍ତି ଭକ୍ତ

ଆଜି ପବିତ୍ର ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀକ୍ଷେତ୍ର ପରିକ୍ରମା କରିବାର ବିଧାନ ରହିଛି । ଯାହାକୁ ଶ୍ରୀକ୍ଷେତ୍ର ଆବିର୍ଭାବ ଦିବସ ଭାବେ ବଡ ଧୁମଧାମରେ ପାଳନ କରାଯାଇଥାଏ । ଶ୍ରୀକ୍ଷେତ୍ର ପରିକ୍ରମା କଲେ ପୃଥିବୀ ପରିକ୍ରମା କରିବାର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଆଜି ଶ୍ରୀକ୍ଷେତ୍ରର ଆବିର୍ଭାବ ଦିବସ; ଏହି ଦିନ ପଞ୍ଚ ତୀର୍ଥ ଭ୍ରମଣ କରିନ୍ତି ଭକ୍ତ

ଆଜି ଶ୍ରୀକ୍ଷେତ୍ରର ଆବିର୍ଭାବ ଦିବସ; ଏହି ଦିନ ପଞ୍ଚ ତୀର୍ଥ ଭ୍ରମଣ କରିନ୍ତି ଭକ୍ତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀକ୍ଷେତ୍ରର ଅନ୍ୟନାମ ଶଙ୍ଖକ୍ଷେତ୍ର ହୋଇଥିବାରୁ ଭକ୍ତମାନେ ଏହି ଦିବସରେ ଶ୍ରୀକ୍ଷେତ୍ର ପରିକ୍ରମା ସହିତ ପୁରୀର ବିଭିନ୍ନ ତୀର୍ଥସ୍ଥଳକୁ ପରିଦର୍ଶନ କରିଥାନ୍ତି । ଯାହାକୁ ନେଇ ଶହଶହ ଭକ୍ତ ଆଜି ଶ୍ରୀକ୍ଷେତ୍ର ଆବିର୍ଭାବ ଦିବସ ଅବସରରେ ଶ୍ରୀକ୍ଷେତ୍ର ପରିକ୍ରମା କରିଛନ୍ତି । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ଆଉ ତାପରେ ପଞ୍ଚତୀର୍ଥ ପୁଷ୍କରିଣୀ ସହ ମହୋଦଧିତୀରେ କୀର୍ତ୍ତନ କରି ଶ୍ରୀଲୋକନାଥ ଦର୍ଶନ କରିବାର ବିଧି ରହିଛି ।



"ଆଜି ପବିତ୍ର ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀକ୍ଷେତ୍ର ପରିକ୍ରମା କରିବାର ବିଧାନ ରହିଛି । ଯାହାକୁ ଶ୍ରୀକ୍ଷେତ୍ର ଆବିର୍ଭାବ ଦିବସ ଭାବେ ବଡ ଧୁମଧାମରେ ପାଳନ କରାଯାଇଥାଏ । ଶ୍ରୀକ୍ଷେତ୍ର ପରିକ୍ରମା କଲେ ପୃଥିବୀ ପରିକ୍ରମା କରିବାର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ଧର୍ମ ମହାକାର୍ତ୍ତୀକ ପରେ ପରେ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ ଓ ଦେବାଳୟ ନିକଟରେ ଦେବଦର୍ଶନ କଲେ ଅନନ୍ତ ପୁଣ୍ୟ ଦାୟକ ହୋଇଥାଏ । ଏଣୁ ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ପରିକ୍ରମାରେ ସାମିଲ ହୋଇଥିଲେ ଇସ୍କନ, ଗୌଡିୟ, ବୈଷ୍ଣବ ଆଦି ବିଭିନ୍ନ ସମ୍ପ୍ରଦାୟର ଶହଶହ ଭକ୍ତ ଓ ଦର୍ଶନାର୍ଥୀ ।



ହରେ କୃଷ୍ଣ ହରେ ରାମ ଆଉ ହରି ବୋଲ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ । ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆଉ ତାପରେ ସିଂହଦ୍ଵାର ଦେଇ ଶେତଗଙ୍ଗା ଜଳ ସ୍ପର୍ଶ କରି ମହୋଦଧିରେ ପହଞ୍ଚିଥିଲେ । ମହୋଦଧି କୁଳେକୁଳେ କୀର୍ତ୍ତନ କରି ଶ୍ରୀଲୋକନାଥଙ୍କ ପିଠରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ ।



ତାପରେ ମାର୍କଣ୍ଡେୟ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଜଳ ସ୍ପର୍ଶ କରିଥିଲେ । ସେହିଭଳି ସିଦ୍ଧମହାବିର ଓ ଦରୀଆ ମହାବିର ଦର୍ଶନ ସହ ସୁନାର ଗୌରାଙ୍ଗ ଦେଇ ଚକ୍ରନାରାୟଣଙ୍କୁ ଦର୍ଶନ କରିଥିଲେ । ଶେଷରେ ସମୁଦ୍ର କୂଳ ଦେଇ ପୁନର୍ବାର ସିଂହଦ୍ଵାରରେ ପହଞ୍ଚି କୀର୍ତ୍ତନ କରିବା ସହ ଶେଷ କରିଥିଲେ ଶ୍ରୀକ୍ଷେତ୍ର ପରିକ୍ରମା । ସେପଟେ ସିଦ୍ଧମହାବିରଙ୍କର ଆଜି ଅନନ୍ୟ ନାଗାବେଶ ଦର୍ଶନ କରିବାକୁ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି"।



" ଅଗଣିତ ଭକ୍ତମାନେ ଭିନ୍ନ ଭିନ୍ନ ତୀର୍ଥ ଜଳରେ ସ୍ନାନ କରି ନିଜକୁ ପବିତ୍ର କରି ଶ୍ରୀକ୍ଷେତ୍ରର ପୂର୍ବ ଭାଗରେ ଶ୍ରୀରାମଙ୍କର ପରମ ସେବକ ସିଦ୍ଧମହାବୀରଙ୍କ ନାଗାର୍ଜୁନ ବେଶ ଦର୍ଶନ କରି ଅଶେଷ ପୁଣ୍ୟର ଅଧିକାରୀ ହୋଇଥାନ୍ତି । ଏନେଇ ସିଦ୍ଧମହାବୀର ମନ୍ଦିରରେ ଭକ୍ତମାନେ ବିଭିନ୍ନ ପୂଜାସାମଗ୍ରୀ ସହ ଭୋଗରାଗ କରି ପ୍ରଭୁଙ୍କ ନାଗା ବେଶ ଦର୍ଶନ କରିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି ।



ସେପଟେ ଇସ୍କନ, ଗୌଡିୟ, ବୈଷ୍ଣବ ଆଦି ବିଭିନ୍ନ ସମ୍ପ୍ରଦାୟର ଶହଶହ ଭକ୍ତ ଓ ଦର୍ଶନାର୍ଥି ବର୍ଷ ତମାମ ଆଜିର ଦିନଟିକୁ ଅପେକ୍ଷା କରିଥାନ୍ତି । ଆଉ ସପରିବାର ଆସି ଶ୍ରୀକ୍ଷେତ୍ର ପରିକ୍ରମରେ ସାମିଲ ହୋଇଥାନ୍ତି"।
Published by:Soubhagya Mishra
First published: