ଆଜି ମହାଶିବରାତ୍ରି: ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଆଉ କ’ଣ ସବୁ ରହିଛି ମାନ୍ୟତା

ମହାଶିବରାତ୍ରି କାହିଁକି ପାଳନ କରାଯାଏ ତାହା ବିଷୟରେ ପୁରାଣରେ ଅନେକ ରୋଚ଼କ ତଥ୍ୟ ରହିଛି । ଆସନ୍ତୁ ଜାଣିବା ମହାଶିବରାତ୍ରି କାହିଁକି ପାଳନ କରାଯାଏ ସେଥିରୁ କିଛି ।

ଆଜି ମହାଶିବରାତ୍ରି: ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଆଉ କ’ଣ ସବୁ ରହିଛି ମାନ୍ୟତା
ଜବଲପୁରର ଏକ ଶିବ ମନ୍ଦିରରେ ମହାଶିବରାତ୍ରି ପାଳିତ ହେଉଛି ।
  • News18 Odia
  • Last Updated: February 21, 2020, 12:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାରତବର୍ଷର ହିନ୍ଦୁମାନଙ୍କର ସବୁ ଠୁଁ ମହାନ ଓ ପବିତ୍ର ପୂଜା ତଥା ପର୍ବମାନଙ୍କ ମଧ୍ୟରୁ ମହାଶିବରାତ୍ରି ଅନ୍ୟତମ । ଓଡ଼ିଶାରେ କେହି କେହି ଏହାକୁ ଜାଗର ଯାତ୍ରା ବୋଲି କହିଥାନ୍ତି । ମହାଦେବଙ୍କର ଭକ୍ତ ବର୍ଷ ସାରା ଏହି ଦିନକୁ ଅପେକ୍ଷା କରିଥାଏ । ବିଶ୍ୱାସ ଅନୁସାରେ ଶିବ ଲିଙ୍ଗ ଉପରେ କ୍ଷୀର, ଜଳ, ବେଲପତ୍ର ଓ ଭାଙ୍ଗ ଆଦି ଅଭିଷେକ କଲେ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ବିଶେଷ କୃପା ଲାଭ ହୋଇଥାଏ ।

ଏହି ଦିନ ଶିବଙ୍କର ଭକ୍ତମାନେ ପୂରା ଦିନ ଉପବାସ ରହି ପ୍ରଭୁଙ୍କ ଆରାଧନା କରନ୍ତି । ମହାଶିବରାତ୍ରିକୁ ମହିଳାମାନେ ବିଶେଷ ମହତ୍ବ ଦେଇଥା’ନ୍ତି । ଉଭୟ ବିବାହିତା ଓ ଅବିବାହିତା ମହିଳା ଏହି ବ୍ରତ କରିବା ଫଳରେ ମାତା ପାର୍ବତୀଙ୍କ କୃପାରୁ ତାଙ୍କୁ ଭଲ ଜବନସାଥୀ ମିଳିବା ସହ ବୈବାହିକ ଜୀବନ ସୁଖମୟ ହେବାର କୃପା ମିଳେ ବୋଲି ସମସ୍ତଙ୍କର ବିଶ୍ୱାସ । ଫାଲଗୁନ ମାସର କୃଷ୍ଣ ପକ୍ଷ ଚ଼ତୁର୍ଦ୍ଦଶୀ ଦିନ ମହାଶିବରାତ୍ରି ପଡ଼ିଥାଏ ।

ମହାଶିବରାତ୍ରି କାହିଁକି ପାଳନ କରାଯାଏ ତାହା ବିଷୟରେ ପୁରାଣରେ ଅନେକ ତଥ୍ୟ ରହିଛି । ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଶିବରାତ୍ରୀ ପାଳନର ନୀତିନିୟମ ବିଷୟରେ ଜାଣିନଥାନ୍ତି । ମହାଶିବରାତ୍ରି ପାଳନ କରିବା ପାଇଁ ମୁଖ୍ୟତଃ ଚ଼ାରୋଟି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା ଶିବରାତ୍ରୀ କାହିଁକି ପାଳନ କରାଯାଏ ।

- ପୌରାଣିକ କଥା ଅନୁସାରେ ମହାଦେବ ଜ୍ୟୋତିର୍ଲିଙ୍ଗ ରୂପେ ପ୍ରଥମେ ପ୍ରକଟ ହୋଇଥିଲେ, ଯାହାଙ୍କର କୌଣସି ଆାଦି ବା ଅନ୍ତ ନ ଥିଲା କି ନାହିଁ । ଏହି ଶିବଲିଙ୍ଗ ବିଷୟରେ ଜାଣିବା ପାଇଁ ସୃଷ୍ଟିର ରଚ଼ୟିତା ସ୍ବୟଂ ବ୍ରହ୍ମା ହଂସ ରୂପ ଧାରଣ କରିଥିଲେ, କିନ୍ତୁ କିଛି ଜାଣିପାରିନଥିଲେ । ସୃଷ୍ଟିର ପାଳନ କର୍ତ୍ତା ବିଷ୍ଣୁ ମଧ୍ୟ ବରାହ ରୂପ ଧାରଣ କରି ଏହା ବିଷୟରେ ଜାଣିବା ପାଇଁ ଚ଼େଷ୍ଟା କରିଥିଲେ, ସେ ମଧ୍ୟ ବିଫଳ ହୋଇଥିଲେ ।

- ଆଉ ଏକ ତଥ୍ୟରୁ ଜଣାଯାଏ ଯେ ଏହି ଦିନ ୬୪ଟି ପୃଥକ ପୃଥକ ସ୍ଥାନରେ ଶିବଲିଙ୍ଗ ଆର୍ବିଭାବ ହୋଇଥିଲା । କିନ୍ତୁ ୧୨ଟି ଜ୍ୟେତିର୍ଲିଙ୍ଗର ଆର୍ବିଭାବ ସ୍ଥାନ ବିଷୟରେ ଜଣାଅଛି । ଏଗୁଡିକୁ ୧୨ ଜ୍ୟୋର୍ତିଲିଙ୍ଗ ଭାବେ ଜଣାଯାଏ ।

- ତୃତୀୟ କାରଣଟି ହେଉଛି ମହାଦେବଙ୍କ ଭକ୍ତ ଏହି ଦିନ ଶିବଙ୍କର ବିବାହ ଉତ୍ସବ ପାଳନ କରନ୍ତି କାରଣ ଏହି ଦିନ ମହାଦେବ ଓ ଶକ୍ତିଙ୍କର ବିବାହ ହୋଇଥିଲା ।

- ଚ଼ତୁର୍ଥ କାରଣ ହେଉଛି ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷରୁ ସମ୍ପୂର୍ଣ୍ଣ ବିଶ୍ବକୁ ରକ୍ଷା କରିବା ପାଇଁ ମହାଦେବ ସେହି ବିଷ ପାନ କରିଥିଲେ । ଏହି ବିଷକୁ ସେ ନିଜ କଣ୍ଠରେ ରଖିଥିଲେ, ଯେଉଁଥି ପାଇଁ ତାଙ୍କ କଣ୍ଠ ନୀଳ ହୋଇଯାଇଥିଲା । ତେଣୁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ । ମହାଦେବ ବିଶ୍ବକୁ ରକ୍ଷା କରିଥିବାରୁ ଏହି ଅବସରକୁ ମହାଶିବରାତ୍ରି ଭାବେ ପାଳନ କରାଯାଏ ।
First published: February 21, 2020, 12:31 PM IST
corona virus btn
corona virus btn
Loading