ପଦ୍ମପୁର ଉପନିର୍ବାଚନ; ୨୦ ରାଉଣ୍ଡ ସୁଦ୍ଧା ବର୍ଷା ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ

ଆଜି ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି । ସକାଳ ୮ସମୟରୁ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗେଇ ଚାଲିଛି ବିଜେଡି ।

  • News18 Odia
  • | December 08, 2022, 15:53 IST
    facebookTwitterLinkedin
    LAST UPDATED 2 MONTHS AGO

    AUTO-REFRESH

    HIGHLIGHTS

    15:53 (IST)

    ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ସୁଶାନ୍ତ ସୁଂ । କହିଲେ ପଦ୍ମପୁର ଜନତା ବିଜେପିକୁ ଉଚିତ ଶିକ୍ଷା ଦେଇଛନ୍ତି 

    15:22 (IST)

    ୨୦ ରାଉଣ୍ଡ ସୁଦ୍ଧା ବର୍ଷା ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ

    15:20 (IST)

    ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ, ପଦ୍ମପୁରବାସୀ ସହି ପାରିଲେନି : ପ୍ରସନ୍ନ ଆଚାର୍ଯ୍ୟ

    15:2 (IST)

    ବର୍ଷାଙ୍କ ବିଜୟରେ ଭାବବିହ୍ବଳ ହୋଇଗଲେ ବର୍ଷାଙ୍କ ମା, କହିଲେ ମୋ ଆଶୀର୍ବାଦ ସବୁବେଳେ ମୋ ଝିଅ ସହ ଅଛି ।

    14:46 (IST)

    ପଦ୍ମପୁର ଉପନିର୍ବାଚନ ଅପଡେଟ୍‌ : ୧୮ ରାଉଣ୍ଡ ସୁଦ୍ଧା ବର୍ଷା ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ

    14:32 (IST)

    ପଦ୍ମପୁର ଉପନିର୍ବାଚନ ଫଳାଫଳ; ୧୮ତମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ୩୨,୫୬୭ ଭୋଟରେ ଆଗରେ ଅଛନ୍ତି ।
    ବିଜେଡିକୁ ୯୪୭୫୭ ଭୋଟ ମିଳିଥିବା ବେଳେ ବିଜେପିକୁ ୬୨୧୯୦ ଭୋଟ, ଓ କଂଗ୍ରେସକୁ ୨୯୩୭ ଭୋଟ ମିଳିଛି ।

    14:16 (IST)

    ପଦ୍ମପୁର ଉପନିର୍ବାଚନ ଫଳାଫଳ; ୧୭ତମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ୩୦,୦୫୯ ଭୋଟରେ ଆଗରେ ଅଛନ୍ତି ।
    ବିଜେଡିକୁ ୮୯୪୬୫ ଭୋଟ ମିଳିଥିବା ବେଳେ ବିଜେପିକୁ ୫୯୪୦୬ ଭୋଟ, ଓ କଂଗ୍ରେସକୁ ୨୮୨୧ ଭୋଟ ମିଳିଛି ।

    14:3 (IST)

    ପଦ୍ମପୁର ଉପନିର୍ବାଚନ ଫଳାଫଳ; ୧୬ତମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ୨୯,୫୧୮ ଭୋଟରେ ଆଗରେ ଅଛନ୍ତି ।
    ବିଜେଡିକୁ ୮୫୩୨୧ ଭୋଟ ମିଳିଥିବା ବେଳେ ବିଜେପିକୁ ୫୫୮୬୩ ଭୋଟ, ଓ କଂଗ୍ରେସକୁ ୨୭୧୫ ଭୋଟ ମିଳିଛି ।

    13:44 (IST)

    ପଦ୍ମପୁର ଉପନିର୍ବାଚନ ଫଳାଫଳ; ୧୫ତମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ୨୭,୫୩୩ ଭୋଟରେ ଆଗରେ ଅଛନ୍ତି ।
    ବିଜେଡିକୁ ୭୯୪୭୦ ଭୋଟ ମିଳିଥିବା ବେଳେ ବିଜେପିକୁ ୫୧୯୩୭ ଭୋଟ, ଓ କଂଗ୍ରେସକୁ ୨୫୪୩ ଭୋଟ ମିଳିଛି ।

    13:31 (IST)

    ପଦ୍ମପୁର ଉପନିର୍ବାଚନ ଫଳାଫଳ; ; ୧୪ତମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ୨୬,୩୫୨ ଭୋଟରେ ଆଗରେ ଅଛନ୍ତି ।
    ବିଜେଡିକୁ ୭୪୬୬୬ ଭୋଟ ମିଳିଥିବା ବେଳେ ବିଜେପିକୁ ୪୮୩୧୪ ଭୋଟ, ଓ କଂଗ୍ରେସକୁ ୨୩୯୩ ଭୋଟ ମିଳିଛି ।

    News 18 Odia Digital

    ଭୁବନେଶ୍ୱର; ଆଜି ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି । ସକାଳ ୮ସମୟରୁ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ପ୍ରଥମେ ଗଣତି ହେବ ପରେ ଇଭିଏମ ଭୋଟ ଗଣତି କରାଯିବ । ସମୁଦାୟ ୩୧୯ ବୁଥର ଭୋଟ ଗଣତି କରାଯାଉଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲ ବ୍ୟବହାର କରାଯିବ । ସମୁଦାୟ ୨୩ ରାଉଣ୍ଡ ଗଣତିରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ।

    ସେପଟେ ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ କଡାକଡି ଧ୍ୟାନ ଦିଆଯାଇଛି । ଭୋଟ ଗଣତି ସମୟରେ ମୋବାଇଲ୍ ଫୋନ ବ୍ୟାନ କରାଯାଇଛି । ତେବେ ଆଜି ପ୍ରାର୍ଥୀଙ୍କ ଭାଗ୍ୟ ଜଣାପଡିବ ବୋଲି ହୃଦ ସ୍ପନ୍ଦନ ବଢିବାରେ ଲାଗିଛି । ତେବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମତ ହେଉଛି ବିଜେପି ପଦ୍ମପୁରରେ ବିଜୟ ଲାଭ କରିବ । କେବଳ ସେତିକି ନୁହେଁ ଭୋଟ ସଂଖ୍ୟାର ବ୍ୟବଧାନ ମଧ୍ୟ ଖୁବ ଅଧିକ ରହିବ ।

    ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା ଏବଂ ବିଜେଡିର ନେତାମାନେ ମଧ୍ୟ ବିଜୁ ଜନତା ଦଳର ପ୍ରଦର୍ଶନ ନେଇ ଖୁବ ଆଶାବାଦୀ ରହିଛନ୍ତି । କିନ୍ତୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଫଳାଫଳ ପ୍ରକାଶ ପୂର୍ବରୁ ପରାଜୟ ହୋଇପାରେ ବୋଲି ସ୍ୱିକାର କରିଛନ୍ତି । ବିଜେଡି ବିଜେପି ପ୍ରବଳ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।