ଆଜି ଜାତୀୟ କାର୍ଟୁନିଷ୍ଟ ଦିବସ: ସମାଜରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଛନ୍ତି କାର୍ଟୁନିଷ୍ଟ ଶେଖର

ପାରଳାଖେମୁଣ୍ଡିର ଶେଖର କାର୍ଟୁନ ମାଧ୍ୟମରେ ସମାଜର ଅନେକ କିଛି ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରି ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି । ଏପରିକି ଆନ୍ତର୍ଜାତୀୟ କାର୍ଟୁନ ପ୍ରତିଯୋଗିତାରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ।

ଆଜି ଜାତୀୟ କାର୍ଟୁନିଷ୍ଟ ଦିବସ (ପ୍ରତୀକାତ୍ମକ ଛବି)

ଆଜି ଜାତୀୟ କାର୍ଟୁନିଷ୍ଟ ଦିବସ (ପ୍ରତୀକାତ୍ମକ ଛବି)

  • Share this:
News18 Odia

ଗଜପତି: କାର୍ଟୁନ ପିଲାଙ୍କ ପାଇଁ ଯେତିକି ମନୋରଞ୍ଜନର ମାଧ୍ୟମ ହୋଇଥାଏ, ସମାଜରେ ସୁଧାରିବାରେ ମଧ୍ୟ ସେତିକି ଭୂମିକା ନିଭାଇଥାଏ । ଆଜି ବି କାର୍ଟୁନର ଚାହିଦା ଲୋକଙ୍କ ପାଖରେ ରହିଆସିଛି । ଏହାକୁ ଆଖି ଆଗରେ ରଖି ପାରଳାଖେମୁଣ୍ଡିର ଜଣେ ବ୍ୟକ୍ତି କାର୍ଟୁନ ମାଧ୍ୟମରେ ସମାଜର ଅନେକ କିଛି ପରିବର୍ତନ କରିବା ପାଇଁ ପ୍ରୟାସ କରି ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି । ଏପରିକି ଆନ୍ତର୍ଜାତୀୟ କାର୍ଟୁନ ପ୍ରତିଯୋଗିତାରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ।

ପାରଳାଖେମୁଣ୍ଡିର ମୁର୍ମୁରୁ ଶେଖର,ଜଣେ ସୁନାମଧନ୍ୟ କାର୍ଟୁନିଷ୍ଟ । କଲେଜରେ ପଢ଼ୁଥିବା ସମୟରୁ କାର୍ଟୁନ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା । କିଛି ଦିନ ପରେ ବିଭିନ୍ନ ଖବର କାଗଜ ସଂସ୍ଥାକୁ ସେହି ସବୁ କାର୍ଟୁନ ପଠାଇ ଏହାକୁ ପ୍ରକାଶ କରିବା ପାଇଁ ଅନୁରୋଧ କରିଥିଲେ । ସେବେଠୁ ଆରମ୍ଭ ହୋଇଥିବା ତାଙ୍କ କାର୍ଟୁନ ଯାତ୍ରା ଆଗକୁ ରାସ୍ତା କଢେଇ ନେଇଛି।

“ପାରିଶ୍ରମିକ ଠାରୁ ସମାଜର ପରିବର୍ତ୍ତନରେ କାର୍ଟୁନ ସହାୟକ ହୋଇଥିବାରୁ ମୁଁ ବେଶ ଖୁସି। ପୋଲାଣ୍ଡରେ ପ୍ରକାଶ ପାଇଥିବା କାର୍ଟୁନ ପୁସ୍ତକ, ୟୁବ୍ୟୁଟରେ ଏକମାତ୍ର ଭାରତୀୟ ଭାବେ ମୋ କାର୍ଟୁନ ସ୍ଥାନ ପାଇଛି। ଓଡ଼ିଶାରେ କାର୍ଟୁନର ବ୍ୟବହାର ସଂକୁଚିତ ହୋଇଥିବା ବେଳେ କୌଣସି ପ୍ରତିଯୋଗୀତା ମଧ୍ୟ ହେଉନଥିବାରୁ ଅନେକ କାର୍ଟୁନିଷ୍ଟମାନେ ମୁହଁ ଫେରାଉଛନ୍ତି। ଆଗକୁ ଏହି କାମ ଜାରି ରଖିବି” କହିଛନ୍ତି କାର୍ଟୁନିଷ୍ଟ ଏମ.ଶେଖର ।

ଶେଖର ଜଣେ ସରକାରୀ କର୍ମଚାରୀ । ଦୀର୍ଘ ଦିନ ଧରି ସେ ପୂର୍ତ୍ତ ବିଭାଗରେ ଠିକାରେ କାମ କରିବା ରେ ଗତ କିଛି ବର୍ଷ ହେଲା ସ୍ଥାୟୀ ନିଯୁକ୍ତ ପାଇଛନ୍ତି । ସେ ନିଜର ଚାକିରି ଜୀବନ ସହ କାର୍ଟୁନ ତିଆରିକୁ ମଧ୍ୟ ସମାନ ଗୁରୁତ୍ବ ଦେଉଛନ୍ତି । ଯାହା ଫଳରେ ସବୁଠି ସେ ସମସ୍ତଙ୍କ ବେଶ ପ୍ରିୟ ।

“ତାଙ୍କ ଏଭଳି ନିଶାକୁ ନେଇ ମୁଁ ବେଶ ଆନନ୍ଦ ପ୍ରକାଶ କରିବା ସହ ଏଭଳି କଳାକାଳରଙ୍କୁ ବିବାହ କରି ନିଜକୁ ଗର୍ବ ଅନୁଭବ କରୁଛି । ଦିନ ସାରା କାମରେ ବ୍ୟସ୍ତ ଥିଲେ ମଧ୍ୟ ଦିନକୁ ଗୋଟିଏ ହେଲେ କାର୍ଟୁନ କରିଲେ ହିଁ ସେ ରାତିରେ ଶେଇଥିନ୍ତି  । ମୁଁ ବେଳେ ବିରକ୍ତି ହୁଏ କିନ୍ତୁ ତାଙ୍କର ତିଆରି କାର୍ଟୁନ ଦେଖି ବେଶ ଖୁସି ଲାଗେ,”କହିଛନ୍ତି ତାଙ୍କର ପତ୍ନୀ ଏମ.ରାମଲକ୍ଷ୍ମୀ ।

“ଶେଖର ଜଣେ ବହୁତ ଭଲ ପିଲା। ସେ ପିଲାବେଳୁ ବହୁତ କଷ୍ଟରେ ବଞ୍ଚି ଆସିଛି  । ତାର ପିଲାବେଳୁ କାର୍ଟୁନ କରିବାରେ ଅଭ୍ୟାସ ଥିଲା । ଆମେ ସାଙ୍ଗ ସାଥି ତାର ସେହି କାର୍ଟୁନ ଦେଖି ବହୁତ ଖୁସି ହେଉଥାଉ। ହେଲେ ସରକାର ଯଦି କାର୍ଟୁନିଷ୍ଟ ମାନଙ୍କ ପାଇଁ କିଛି ବ୍ୟବସ୍ଥା କରିଥିଲେ ବହୁତ ଭଲ ହୋଇଥାନ୍ତା,” କହିଛନ୍ତି ଶେଖର ସାର  ବି.ଶ୍ରୀକାନ୍ତ  ।
Published by:Soumya Das
First published: