ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ; ସଚେତନତା କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଶପଥ ପାଠ ଅନୁଷ୍ଠିତ

ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ । ଆଜି ସକାଳୁ ବେଳାଭୂମି ସଫେଇ ଆରମ୍ଭ ହୋଇଛି । ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ସଫେଇ କରିଥିଲେ ।

ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ; ସଚେତନତା କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଶପଥ ପାଠ ଅନୁଷ୍ଠିତ

ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ; ସଚେତନତା କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଶପଥ ପାଠ ଅନୁଷ୍ଠିତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ । ଆଜି ସକାଳୁ ବେଳାଭୂମି ସଫେଇ ଆରମ୍ଭ ହୋଇଛି । ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ସଫେଇ କରିଥିଲେ । କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।



ପେଣ୍ଠକଟା ଠାରୁ ବ୍ଲୁ ଫ୍ଲାଗବିଚ ପର୍ଯ୍ୟନ୍ତ ଓ ଭିକ୍ଟୋରିଆ ହୋଟେଲଠାରୁ ବ୍ଲୁ ଫ୍ଲାଗବିଚ ପର୍ଯ୍ୟନ୍ତ ୬ ବାଟାଲିଆନର ଯବାନ , ପୌର କର୍ମଚାରୀ, ଏନସିସି କ୍ୟାଡେଟ, ବିଭିନ୍ନ ବ୍ୟବସାୟୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱଚ୍ଛାସେବୀ ଓ ସାଧାରଣ ଲୋକମାନେ ସକାଳ ୬ ଠାରୁ ସଫେଇ ଆରମ୍ଭ କରି ବ୍ଲୁ ଫ୍ଲାଗବିଚ ଠାରେ ପହଞ୍ଚି ସଫେଇ ଆରମ୍ଭ କରିଥିଲେ । ଏହା ପରେ ବ୍ଲୁ ଫ୍ଲାଗବିଚ ଠାରେ ପୂର୍ବାହ୍ନ ୭ ଘଟିକାରେ ସଚେତନତା କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ବାଲୁକା କଳାରେ ସଚେତନତା ବାର୍ତ୍ତାର ବ୍ୟବସ୍ଥା କରାଯାଇଛି । ଏହାକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ସୁଚାରୁ ରୁପେ ସମ୍ପାଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
Published by:Soubhagya Mishra
First published: