ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ‘ମୃତ୍ତିକା ୨୦୨୨’

ଏକାମ୍ର ହାଟରେ ଚାଲିଥିବା ଏହି ମାଟି ତିଆରି ସାମଗ୍ରୀର ଭରପୁର ପ୍ରଦର୍ଶନୀ ବଜାର ଯାହାର ନାମ ରହିଛି 'ମୃତ୍ତିକା ୨୦୨୨'। ଏହି ପ୍ରଦର୍ଶନୀରେ ରହିଛି ବିଭିନ୍ନ ପ୍ରକାର ଦୀପ ସହିତ ମାଟି ହାଣ୍ଡି, ଓ ଅନେକ ପ୍ରକାର ଘର କରଣା ଓ ଘର ସଜ୍ଜା ସାମଗ୍ରୀ।

ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ‘ମୃତ୍ତିକା ୨୦୨୨’

ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ‘ମୃତ୍ତିକା ୨୦୨୨’

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର ଏକାମ୍ର ହାଟରେ ଚାଲିଛି ମୃତ୍ତିକା ୨୦୨୨। ମାନେ ମାଟିରେ ତିଆରି ବିଭିନ୍ନ ଘରକରଣା ସାମଗ୍ରୀ ସହିତ ଘର ସଜ୍ଜା ସାମଗ୍ରୀ ଏଠି ସାଜିଛି ମୁଖ୍ୟ ଆକର୍ଷଣ। କୋଭିଡ କାରଣରୁ ଦୁଇ ବର୍ଷ ଧରି ଏହି ପ୍ରଦର୍ଶନୀ ଠିକ ଭାବେ ଆୟୋଜନ ହୋଇପାରିନଥିଲା।

ତେବେ ଏଥର ଏହି ପ୍ରଦର୍ଶନୀରେ ମୁଖ୍ୟ ଆକର୍ଷଣ ସାଜିଛି ମାଟି ତିଆରି ଦୀପ, କୁଣ୍ଡ, ହାଣ୍ଡି ଭଳି ସାମଗ୍ରୀ। ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବାକୁ ଯାଉଛି।

ଏକାମ୍ର ହାଟରେ ଚାଲିଥିବା ଏହି ମାଟି ତିଆରି ସାମଗ୍ରୀର ଭରପୁର ପ୍ରଦର୍ଶନୀ ବଜାର ଯାହାର ନାମ ରହିଛି 'ମୃତ୍ତିକା ୨୦୨୨'। ଏହି ପ୍ରଦର୍ଶନୀରେ ରହିଛି ବିଭିନ୍ନ ପ୍ରକାର ଦୀପ ସହିତ ମାଟି ହାଣ୍ଡି, ଓ ଅନେକ ପ୍ରକାର ଘର କରଣା ଓ ଘର ସଜ୍ଜା ସାମଗ୍ରୀ।

ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ଗୋବରରେ ତିଆରି ଦୀପ, କୁଣ୍ଡ ଆଉ ହୋମ କାଠ ଭଳି ସାମଗ୍ରୀ। ଏହା ସହିତ ରହିଛି ବିଭିନ୍ନ ପ୍ରକାର ଦୀପ ସହିତ ମଟନ୍ ହାଣ୍ଡି, ଭାତ ହାଣ୍ଡି ଭଳି ଅନେକ ଘର ବ୍ୟବହାର ଯୋଗ୍ୟ ସାମଗ୍ରୀ। ଏହାସହିତ ଅନେକଙ୍କ ଗ୍ରାହକଙ୍କ ପସନ୍ଦ ପାଲଟିଛି ମଟନ ହାଣ୍ଡି।

ଏଥର ଦୁଇ ବର୍ଷ ବ୍ୟବଧାନରେ ଏହି ପ୍ରଦର୍ଶନୀକୁ ନେଇ ବ୍ୟବସାୟୀ ମାନେ ମଧ୍ୟ ଉତ୍ସାହିତ। ଏ ପର୍ଯ୍ୟନ୍ତ ଏହାର ବ୍ୟବସାୟ ଭଲ ହୋଇଛି। ଲୋକମାନେ ବି ଆଗ୍ରହର ସହିତ ଏଠାକୁ ବୁଲିବାକୁ ଆସୁଛନ୍ତି। ମୋଟ ଉପରେ ଏଥର ଏହି ପ୍ରଦର୍ଶନୀ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ଯାହାପୁରରୁ ଆସିଥିବା ମହିଳା ବ୍ୟବସାୟୀ ଆର୍ଚ୍ଚିତା ମଲ୍ଲିକ।

ଏଥର ଏହି ପ୍ରଦର୍ଶନୀରେ ରହିଛି ଅନେକ ଘରକରଣା ସାମଗ୍ରୀ ସହିତ ବିଭିନ୍ନ ଘର କରଣା ସାମଗ୍ରୀ । ଖଣ୍ଡତିରି, ପାଣି ପଟ୍, ଘୋଡ଼ା , ହାତୀ ,ଗାଈ, ବାଛୁରୀ ,ମାଟି କଢ଼େଇ ଆଉ ହାଣ୍ଡି, ଶୁଆ ଭଳି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ସାମଗ୍ରୀ।ତାସହିତ ଦେବା, ଦେବୀଙ୍କ ମୂର୍ତ୍ତି , କଳସୀ ଚଉରା, ଟ୍ରାଇବାଲ ଆର୍ଟ ଭଳି ସାମଗ୍ରୀ। ଏସବ ସହିତ ଅନେକ ଗ୍ରାହକଙ୍କ ମନକୁ ଛୁଇଁଲା ଭଳିଆ ଦୀପ ଯେପରିକି ପଞ୍ଚମୁଖୀ ଦୀପ, ଦଶମୁଖି ଦୀପ, ଷ୍ଟାଣ୍ଡ ଦୀପ, ଝୁଲେନ୍ ଦୀପ ଏଠି ସାଜିଛି ମୁଖ୍ୟ ଆକର୍ଷଣ। ତେଣୁ ଦୀପାବଳି ରେ ଦୀପ ନଜାଳି ଏହି ପ୍ରଦର୍ଶନୀରୁ କିଛି କିଛି ମାଟି ସାମଗ୍ରୀ କିଣିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସିନେ ତାରକା ଓ ଗବେଷକ।

ଗବେଷକ ଡ଼ଃ ରାଜଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଏଭଳି ପ୍ରଦର୍ଶନୀ ପରିବେଶ ସୁରକ୍ଷା ପାଇଁ ବେଶ ଗୁରୁତ୍ୱ ରଖେ। କାରଣ ପରିବେଶକୟ ପ୍ରଦୂଷଣ ସୁରକ୍ଷା ଦିଗରେ ଏହା ବେଶ ଗୁରୁତ୍ୱ ରଖେ। ସେହିଭଳି ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି ସମସ୍ତେ ଏ ଦିଗରେ ଗୁରୁତ୍ୱ ଦେବା ସହିତ ମାଟି ତିଆରି ସାମଗ୍ରୀ ବ୍ୟବହାରକୁ ଅଧିକ ଗୁରୁତ ଦେବା ଉଚିତ୍।

ମୋଟ ଉପରେ ଏଠି ଦର୍ଶକଙ୍କ ମନ ଲୋଭୁଛି ଭିନ୍ନ ଭିନ୍ନ ଡିଜାଇନରେ ତିଆରି ସାମଗ୍ରୀ। ଗୋଟିଏ ପଟେ କୋଭିଡ କଟକଣା ପରେ ଏତେ ମାତ୍ରାରେରେ ଗ୍ରାହକ ପ୍ରଦର୍ଶନୀକୁ ଆସୁଥିବା ବେଳେ ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ଏବର୍ଷ ସେତେ ମାତ୍ରାରେ ବେପାର ହେଇଥିବା ବ୍ୟବସାୟୀ କହିଛନ୍ତି। ଆଜି ଶେଷ ଦିନ ହୋଇଥିବା ବେଳେ ଲୋକଙ୍କ ବେଶ୍ ଭିଡ଼ ଜମିଛି।
Published by:Lipina Das
First published: